/odishatv-khabar/media/media_files/2026/02/25/vigilance-raid-2026-02-25-09-01-54.jpg)
Vigilance Raid Photograph: (OTV)
ଭିଜିଲାନ୍ସ ଜାଲରେ ଖଣି ବିଭାଗର କଟକ ସର୍କଲ ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି। ୩୦ ହଜାର ଟଙ୍କା ଲାଞ୍ଚ ଅଭିଯୋଗ ମାମଲାରେ ସେ ଧରାପଡ଼ିଥିବା ସୂଚନା ମିଳିଛି। ଜଣେ କୋଇଲା ଖଣି ବ୍ୟବସାୟୀଙ୍କ ନିକଟରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡି ବସିଲା।
ଲାଞ୍ଚ ନେଇ ଧରା ପଡ଼ିବା ପରେ ଆରମ୍ଭ ହୋଇଛି ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼। ସଂପୃକ୍ତ ଉପନିର୍ଦ୍ଦେଶକଙ୍କ ଘରେ ରାତି ଅଧିଆ ରେଡ୍ କରିଛି ଭିଜିଲାନ୍ସ। ଭୁବନେଶ୍ୱର ସ୍ଥିତ ଶ୍ରୀବିହାର ଘର ସମେତ କଟକ ସ୍ଥିତ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିବା ସୂଚନା ମିଳିଛି।
ଘରେ ଚଢାଉ ବେଳେ ୪ କୋଟି ଟଙ୍କାର ନଗଦ ମିଳିଥିବା ବେଳେ ସେହି ଟଙ୍କାକୁ ଟ୍ରଲି ବ୍ୟାଗ ଓ ଆଲମିରାରେ ରଖିଥିଲେ ଅଧିକାରୀ। ଖଣି ଅଧିକାରୀଙ୍କ କାର୍ଯ୍ୟାଳୟରେ ଚଢାଉ ବେଳେ ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିଛି। ସେହିପରି ୧୩୦ ଗ୍ରାମ୍ ସୁନା ଓ ଭୁବନେଶ୍ୱରର ପାହାଳରେ ପ୍ରାୟ ୨୪୦୦ ବର୍ଗଫୁଟରେ ନିର୍ମିତ ଏକ ଦୁଇ ମହଲା କୋଠା ଠାବ ହୋଇଛି।
Iron Rich Foods to Increase Hemoglobin: ଶରୀରରେ କମିଯାଉଛି କି ରକ୍ତ, ଖାଆନ୍ତୁ ଏହି ୪ ଜିନିଷ; ଘୁ… ଘୁ… ବଢିବ

Fire at Lingipur Super Mart: ଦୀର୍ଘ ୨୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ, ୬୦ରୁ ଅଧିକ ଦମକଳବାହିନୀଙ୍କ ଅନବରତ ସଂଘର୍ଷ.. ଶେଷରେ

Paradip Rape-Murder Case Cracked: ପାରାଦୀପ ଚାଞ୍ଚଲ୍ୟ: ସିସିଟିଭି ଫୁଟେଜରୁ ମିଳିଲା ବଡ଼ ତଥ୍ୟ

Daily Horoscope 25th February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)