Advertisment

Durgapur Gang Rape Incident: ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଅତ୍ୟନ୍ତ ବର୍ବରକାଣ୍ଡ: ଦୁର୍ଗାପୁର ଯିବ ମହିଳା କମିଶନ ଟିମ୍

ପଶ୍ଚିମବଙ୍ଗର ଦୁର୍ଗାପୁର ଯିବ ରାଜ୍ୟ ମହିଳା କମିଶନର ଟିମ୍। ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସୂଚନା ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ଢିଲା ବୋଲି ମହିଳା କମିଶନ୍ କହିଛନ୍ତି।

author-image
Chinmayee Sahoo
DURGAPUR-LADY-COMISSIONER

DURGAPUR-LADY-COMISSIONER Photograph: (OTV)

ଦୁର୍ଗାପୁର ଯିବ ରାଜ୍ୟ ମହିଳା କମିଶନ ଟିମ୍। ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ (Gang Rape) ମାମଲାରେ ଅନୁଧ୍ୟାନ କରିବାକୁ ଯିବ ରାଜ୍ୟ ମହିଳା କମିସନର ଏକ ଟିମ୍। ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି। ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଅତ୍ୟନ୍ତ ବର୍ବରକାଣ୍ଡ। ପୀଡ଼ିତାଙ୍କ ପରିବାର ସହ ମହିଳା କମିଶନ ଯୋଗାଯୋଗରେ ଥିବା କହିଛନ୍ତି। ଆଇନର ଊର୍ଦ୍ଧ୍ବରେ କେହି ନୁହଁନ୍ତି, ନିଶ୍ଚୟ ସମସ୍ତଙ୍କୁ ଦଣ୍ଡ ମିଳିବ।
ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ହୁଗୁଳି ଯାଇଛି। ପଶ୍ଚିମବଙ୍ଗ ମହିଳା କମିଶନଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରୁଛୁ କିନ୍ତୁ ସେ ଫୋନ୍ ଉଠାଉ ନାହାଁନ୍ତି। ବାଲେଶ୍ୱର ADMଙ୍କ ନେତୃତ୍ୱରେ ଏକ ଟିମ୍ ଦୁର୍ଗାପୁର ଯାଇଛି, ସମ୍ପୂର୍ଣ୍ଣ ଘଟଣାକୁ ଅନୁଧ୍ୟାନ କରିବ।

Advertisment

ଅଧିକ ଦେଖନ୍ତୁ:

Gang Rape
Advertisment
Related Articles
Advertisment