Advertisment

Cyclone Montha: ଛିନଛତର କରିଛି ବାତ୍ୟା ମୋନ୍ଥା , ଉଡାଇ ନେଇଛି ଛପର...ଉଜାଡି ଦେଇଛି କ୍ଷେତ

ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ ହୋଇଛି। ବିରାଟ ବିରାଟ ଗଛ ଉପୁଡ଼ି ରାସ୍ତା ଉପରେ ବିଛାଡ଼ି ପଡିଛି। ପ୍ରବଳ ବର୍ଷା ଯୋଗୁଁ ଆନ୍ଧ୍ରର ଅନେକ ସହର ଜଳମଗ୍ନ ହୋଇଛି।

author-image
Manas Ranjan Mohanty
Cyclone-Montha-In-Andra-Pradesh

Cyclone-Montha-In-Andra-Pradesh Photograph: (OTV)

ଆନ୍ଧ୍ର ପ୍ରଦେଶରେ ସ୍ଥଳଭାଗ ଛୁଇଁ ତାଣ୍ଡବ ରଚିଛି ବାତ୍ୟା ମୋନ୍ଥା। କାକିନାଡା ନିକଟ ଉପକୂଳରେ ଧକ୍କା ଖାଇଥିଲା । ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ବହିଥିଲା ପବନ। ପ୍ରବଳ ପବନ ସାଙ୍ଗକୁ ମୁଷଳଧାରାରେ ବର୍ଷା ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଛି। ଗଛ ଉପୁଡ଼ିଛି, ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଛି ।

Advertisment

ଯେତେବେଳେ ଘୂର୍ଣ୍ଣିଝଡ଼ ମୋନ୍ଥା ଆନ୍ଧ୍ରପ୍ରଦେଶର ୟାନମର ଉପକୂଳବର୍ତ୍ତୀ ଅଞ୍ଚଳ ମଛଲିପଟ୍ଟନମ୍ ଏବଂ କଳିଙ୍ଗପଟ୍ଟନମ୍ ମଧ୍ୟରେ ଅତିକ୍ରମ କରିଥିଲା, ଦୃଶ୍ୟ ଥିଲା ଭୟଙ୍କର। ପବନ ଏମିତି କ୍ଷତି କରିଛି ଯେ ଅନେକ ଚାଷୀଙ୍କର ଆଶାରେ ପାଣି ପୂରାଇ ଦେଇଛି।

ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ ହୋଇଛି। ବିରାଟ ବିରାଟ ଗଛ ଉପୁଡ଼ି ରାସ୍ତା ଉପରେ ବିଛାଡ଼ି ପଡିଛି। ପ୍ରବଳ ବର୍ଷା ଯୋଗୁଁ ଆନ୍ଧ୍ରର ଅନେକ ସହର ଜଳମଗ୍ନ ହୋଇଛି। ଲୋକେ ପାଣି ଘେରରେ ଥିବା ରାସ୍ତା ଦେଇ ଯାନବାହାନ ଚଳାଚଳ କରିବାକୁ ବାଧ୍ୟ ହେଉଛନ୍ତି।

Advertisment

ଯଦିଓ ବାତ୍ୟାଟି ଏବେ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି, ତଥାପି ଆନ୍ଧ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ପ୍ରଭାବ ଜାରି ରହିଛି। ମୋନ୍ଥା ପ୍ରଭାବରେ ଆନ୍ଧ୍ର ପ୍ରଦେଶରେ ପ୍ରବଳ ବର୍ଷା ହେଉଛି। ଅନେକ କଲୋନୀ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ଲୋକେ ଆଣ୍ଠୁଏ ପାଣିରେ ପଶି ଯିବାଆସିବା କରୁଛନ୍ତି। ରାସ୍ତାଗୁଡ଼ିକ ପାଣିରେ ବୁଡ଼ି ରହିଛି, ଯାନବାହନ ଯାତାୟତ ସଂକଟାପନ୍ନ ହୋଇଯାଇଛି। ସବୁଆଡେ ଖାଲି ପାଣି ଆଉ ପାଣି।

ମଙ୍ଗଳବାର ଅପରାହ୍ନରେ ପ୍ରବଳ ପବନ ବହିବା ଆରମ୍ଭ ହୋଇଥିଲା, ଫଳରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା ଏବଂ ଅନେକ ଅଞ୍ଚଳରେ ରାସ୍ତା ଅବରୋଧ ହୋଇଥିଲା। ତେବେ ଆନ୍ଧ୍ରପ୍ରଦେଶ ପୋଲିସ କର୍ମଚାରୀମାନେ ଅନେକ ସ୍ଥାନରେ ପଡ଼ିଥିବା ଗଛଗୁଡ଼ିକୁ ସଫା କରି ଟ୍ରାଫିକ୍ ଚଳାଚଳକୁ ସୁଗମ କରିବାରେ ଲାଗିପଡିଛନ୍ତି।

ବାତ୍ୟା ମୋନ୍ଥା ଯୋଗୁଁ, ଅନେକ ସ୍ଥାନରେ ଗଛ ଉପୁଡ଼ି ବିଦ୍ୟୁତ୍ ଖୁଣ୍ଟକୁ ନଷ୍ଟ କରିଛି ଆଉ ବିଦ୍ୟୁତ୍ ତାର ବିଛାଡ଼ି ହୋଇପଡିଛି। ପବନର ବେଗ ଏତେ ଜୋରରେ ଥିଲା ଯେ ଅନେକ ଘରର ଟିଣ ଛପର ଉଡ଼ି ଯାଇଛି। ଅନେକଙ୍କ କଦଳୀ ବଗିଚାକୁ ମଧ୍ୟ ମୋନ୍ଥା ଧ୍ୱଂସ କରିଦେଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରିବା ସହିତ ସମିକ୍ଷା କରିଛନ୍ତି ଆଉ ଲୋକଙ୍କୁ ଆଶ୍ୱସନା ଦେଇଛନ୍ତି।

Advertisment
Related Articles
Advertisment