/odishatv-khabar/media/media_files/2025/10/26/sundergarh-thakidele-sarapancha-2025-10-26-16-07-04.jpg)
Sundergarh-Thakidele-Sarapancha Photograph: (OTV)
ମିଠା ମିଠା କଥା କହି ପ୍ରାୟ 500ରୁ ଉର୍ଦ୍ଧ ମହିଳାଙ୍କୁ ଠକିଦେଲେ ସରପଂଚ। ସୁନ୍ଦରଗଡ ଜିଲ୍ଲା ହାତିବାରୀ ଥାନା ଅନ୍ତର୍ଗତ କନ୍ଦରକେଲା ଗ୍ରାମପଂଚାୟତର ପୁର୍ବତନ ସରପଂଚ ରିନା ଟେଟେ ଜଘନ୍ୟ କାମ କରିଛନ୍ତି।
ମହିଳା ମାନଙ୍କୁ ସ୍ଵାବଲମ୍ଵୀ କରିବା ପାଇଁ ସରକାର ପକ୍ଷରୁ ଋଣ ଯୋଗାଇ ଦିଅ।ଯାଉଛି। ବୀମା ଭଳି ଅନେକ ସୁବିଧା ରହିଛି କହି ମହିଳା ମାନଙ୍କୁ ସେ ପ୍ରାୟ ଏକ ବର୍ଷ ତଳେ ଦେଖାଇଲେ ପ୍ରଲୋଭନ। ଯେଉଁଥିରେ ବିଶ୍ବାସ କରି ଅନେକ ମହିଳା ଅ।ଧାର କାର୍ଡ, ବ୍ୟାଙ୍କ ପାସବୁକ, ଫଟୋ ସହ ଅନ୍ୟାନ୍ୟ କାଗଜ ପତ୍ର ଦେଇ ଫର୍ମରେ ଦସ୍ତଖତ କରିଦେଇଥିଲେ। ହେଲେ ଏହାର ସୁଯୋଗ ନେଇ ବ୍ୟାଙ୍କରୁ ପ୍ରତି ମହିଳାଙ୍କ ନାଁରେ 50 ରୁ 70 ହଜାର ଲେଖାଁଏ ରୁଣ ଉଠାଇ ନେଲେ ରିନା ମ୍ୟାଡମ୍।
ଯେତେବେଳେ ହିତାଧିକାରୀ ମାନେ ପଚାରିଲେ ଋଣ ହୋଇନାହିଁ କହିଥିଲେ। ତେବେ ଯେତେବେଳେ ଋଣ ଟଙ୍କା ପରିଷୋଧ ନହେବାରୁ ବ୍ୟାଙ୍କ ପକ୍ଷରୁ ନୋଟିସ ଆସିଲା ସେମାନେ ଏ ଠକେଇ ସମ୍ପର୍କରେ ଜାଣି ପାରିଲେ। ତେବେ ଏନେଇ ମହିଳା ମାନେ ବର୍ଷେ ତଳେ ହାତିବାରୀ ଥାନାରେ ଲିଖିତ ଅଙିଯୋଗ କରିଥିଲେ। ହେଲେ ଫଳ ଶୁନ।
ଏବେ ରାଜ୍ୟରେ ମହିଳାଙ୍କ ପାଇଁ ସୁଭଦ୍ରା, ପିଏମ କିଶାନ, ସିଏମ କିଶାନ ସହାୟତା ରାଶି ମିଳୁଛି। ମାତ୍ର ରୁଣ ଥିବା ଦର୍ଶାଇ ଏମହିଳାଙ୍କ ସବୁ ଟଙ୍କା ଆକାଉଣ୍ଟରୁ କଟିଯାଉଛି। ଏବେ ଜଣେ ଜଣେ ମହିଳା ଙ୍କ ନାଁରେ 50 ହଜାରରୁ ଉର୍ଦ୍ଧ ଟଙ୍କାର ଋଣ ଅଛି। ଏପରିକି କିଛିଜଣଙ୍କ ପାଖକୁ କୋର୍ଟରୁ ନୋଟିସ ମଧ୍ୟ ଅ।ସିଲାଣି। ହେଲେ ଏନେଇ ପୁର୍ବତନ ସରପଂଚ ରିନାଙ୍କୁ ପଚାରିବାରୁ ସେ କିଛି ଜାଣିନଥିବା କହୁଛନ୍ତି। ତେଣୁ ଏନେଇ ଶତାଧିକ ମହିଳା ସୁନ୍ଦରଗଡ ଅତିରିକ୍ତ ଏସ.ପିଙ୍କୁ ଭେଟି ଦାବୀପତ୍ର ଦେଇଛନ୍ତି। ଆଉ ପୁର୍ବତନ ସରପଂଚଙ୍କୁ ଗିରଫ କରିବାକୁ ଦାବୀ କରିଛନ୍ତି ।
ଏପଟେ ବର୍ତ୍ତମାନ ତଦନ୍ତ ଚାଲିଥିବା ଦର୍ଶାଇ ପୋଲିସ କୌଣସି ପ୍ରତିକ୍ରିୟା ଦେବାକୁ ମନାକରିଛି ।
Popular Singer: ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟରେ ଗାୟକ ହଂସରାଜ ରଘୁବଂଶୀ ! ମିଳିଲା ହତ୍ୟା ଧମକ....

Scientific Marvel: କମାଲ କଲେ ଯୁବ ବୈଜ୍ଞାନିକ, ଚିଙ୍ଗୁଡ଼ି ଖୋଳପାରୁ ତିଆରି ହେଉଛି ଔଷଧ !

PM Modi praises Koraput Coffee: କୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ: ପ୍ରଧାନମନ୍ତ୍ରୀ ମୋଦି

Unlock Sunday Magic: ରବିବାରକୁ କେମିତି କରିବେ ମଜାଦାର ? ଫଲୋ କରନ୍ତୁ ଏହି କିଛି ଟିପ୍ସ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)