ଆମେ ଘରେ ମାଛର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଯେମିତିକି ମାଛ ମସଲା,ମାଛ ବେସର ଆଦି ବିଭିନ୍ନ ରେସିପି । କିନ୍ତୁ ଆଜି ଆମେ ଇଲିଶି ମାଛର ଏକ ନିଆରା ଓ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଦହି ଇଲିଶି’। ଏହି ରେସିପିକୁ ଅତି ସହଜ ଓ ସରଳ ଉପାୟରେ ଆମେ ବନେଇ ପାରିବା ।
Also Read
‘ଦହି ଇଲିଶି’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:
ଇଲିଶି ମାଛ, ବସା ଦହି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ, ସୋରିଷ ତେଲ, ଧନିଆ ପତ୍ର ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ:
- ଦହି ଇଲିଶି’ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଇଲିଶି ମାଛକୁ ଭଲ ଭାବେ ଧୋଇ ସେଥିରେ ବସା ଦହି, ଲୁଣ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ପାଣି ଦେଇ ଭଲ କରି ଗୋଳାଇ ଦିଅନ୍ତୁ।
- ଏହାକୁ କିଛି ସମୟ ମ୍ୟାରିନେଟ୍ ହେବାକୁ ଛାଡ଼ିଦିଅନ୍ତୁ।
- ଏବେ ସୋରିଷ ଆଉ କଞ୍ଚା ଲଙ୍କା ବାଟି ପେଷ୍ଟ୍ ବନାନ୍ତୁ।
- ତା’ପରେ ଏକ କଡ଼େଇରେ ତେଲ ଗରମ କରି ଗୋଟା ସୋରିଷ ପକାଇ ଫୁଟାନ୍ତୁ ଏବଂ ମ୍ୟାରିନେଟ୍ ହୋଇ ରହିଥିବା ମାଛଗୁଡ଼ିକୁ ସେଥିରେ ପକାନ୍ତୁ।
- ଯେଉଁ ପାତ୍ରରେ ମାଛ ମ୍ୟାରିନେଟ୍ କରିଥିଲେ, ସେଥିରେ ଥିବା ମସଲା ପାଣିକୁ ମଧ୍ୟ କଡ଼େଇରେ ଢାଳି ଦିଅନ୍ତୁ।
- ଏହାପରେ ଅଳ୍ପ ଆଞ୍ଚରେ ମାଛ ସିଝିବାକୁ ଦିଅନ୍ତୁ।
- ମାଛ ସିଝିଗଲା ପରେ ଆଞ୍ଚକୁ ଆଉ ଟିକେ କମ୍ କରି ବସା ଦହି ପକାନ୍ତୁ ଏବଂ ୨ ମିନିଟ୍ ପରେ ଚୁଲି ବନ୍ଦ କରନ୍ତୁ। ନ ହେଲେ ଦହି ଛିଡିଯାଇ ପାରେ ।
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ଢାବା ଷ୍ଟାଇଲ ‘ଦହି ଇଲିଶି’। ଏହି ରେସିପିଟିକୁ ଗରମ ଭାତ ବା ଫ୍ରାଏଡ୍ ରାଇସ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଘର ଲୋକଙ୍କୁ ପରଷନ୍ତୁ ।