/odishatv-khabar/media/media_files/2026/01/06/liquor-2026-01-06-20-45-56.jpg)
Liquor Photograph: (OTV)
ଆଖି ଆଗରେ ଛାରଖାର ପରିବାର, ମାଟିରେ ମିଶି ଯାଇଛି ସବୁ କିଛି। କିଏ ବାପା ହରାଇଛି, କିଏ ମାଆ କିଏ ଭାଇ ତ କିଏ ନିଜର ପ୍ରିୟକୁ। ସବୁର କାରଣ ଜଣେ, ସବୁର ଅପରାଧୀ ଗୋଟିଏ...ମଦ। ବାଲେଶ୍ବର ସୋର ବ୍ଲକରେ ଏମିତି ଏକ ଗାଁ ଯେଉଁଠି ପରିବାରକୁ ନଷ୍ଟ କରିଛି ଏଇ ଜହର। ପରିସ୍ଥିତି ଏମିତି ହେଇଛି କି, ଗାଁ ପୁରୁଷଶୂନ୍ୟ ହେବାକୁ ବସିଲାଣି, ବଂଶ ନିପାତ ଯାଏଁ କଥା ଗଲାଣି ତଥାପି ନା ସଚେତନ ହେଉଛନ୍ତି ନା ଏମାନଙ୍କୁ ସତର୍କ କରାଇବାକୁ କେହି ଅଛି।...
ପାହାଡ଼ ଜଙ୍ଗଲ ଭିତରେ ଗାଁ। ଦୂରରୁ ଦେଖିଲେ ଯେତେ ସୁନ୍ଦର ପାଖକୁ ଗଲେ ସେତେ ଦୁଃଖଦାୟକ। କାରଣ ଏଇ ଗାଁ ଏବେ ପ୍ରାୟ ପୁରୁଷଶୂନ୍ୟ...ଆଉ ଏହାର କାରଣ ମଦ।...ବାଲେଶ୍ବର ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତର ବନ୍ଧସାହି। ନା ଅଛି ଏଠି ଚାଷ ନା ଅଛି ଏଠି ବ୍ୟବସାୟ, କାମ କହିଲେ ଲୋକେ ମୂଲ ଲାଗନ୍ତି। ତା ପୁଣି କେବେ ମିଳେ ଆଉ ନମିଳିଲେ ନାହିଁ। ହେଲେ ଏତିକିରେ ବି ଏଠି ଜମେ ମଦର ଆସର।
ମଦ ପିଇ ପିଇ ଏମିତି ଅବସ୍ଥା ହେଲାଣି କି ପ୍ରତି ପରିବାରର କେହି ନା କେହି ଏଠି ମଲେଣି। କିଏ ବାପା ହରାଇଛି କିଏ ପୁଅ ତ ପୁଣି କାହାର ଉଜୁଡ଼ି ଯାଇଛି ପୂରା ପରିବାର। ପରିସ୍ଥିତି ଏମିତି ହେଇଛି କି ଗୋଟେ ଗୋଟେ ଘରର ବଂଶ ବି ନିପାତ ହେବାକୁ ବସିଲାଣି ତଥାପି ମଦ ପିଇବା ଛାଡ଼ି ନାହାନ୍ତି ଗାଁଲୋକେ।
ମହିଳାମାନେ ବି ନିଶା କବଳରେ
ବିଷାକ୍ତ, ବେଆଇନ ମଦ କବଳରେ ଥିବା ଏଇ ଗାଁ ଦେଖିଛି ଅନେକ ମୃତ୍ୟୁ। ବର୍ଷ ବର୍ଷ ଧରି ମଦ ପିଇ ପିଇ ସେମାନେ ନିଜ ଜୀବନର ଅନେକ କିଛି ହରାଇଛନ୍ତି। ତଥାପି ସେମାନଙ୍କୁ ଏସବୁ କିଛି ପ୍ରଭାବ ପକାଇ ପାରୁନି। ଖାଲି ପୁରୁଷ ନୁହେଁ, ମହିଳାମାନେ ବି ଏଇ ନିଶା କବଳରେ। ବାପା, ମାଆ ପିଉଥିବା ଦେଖି ପିଲା ଛୁଆ ବି ଏବେ ମଦ କବଳରେ। ବେଆଇନ ମଦ ଉପରେ ଚଢ଼ାଉ ହେଉଛି ହେଲେ ମଦ ବେପାରୀଙ୍କ ଲଗାମ କଷିବାକୁ କେହି ନାହିଁ। ସଚେତନ ଓ ସତର୍କ ତ ବହୁ ଦୂରର କଥା।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତଥ୍ୟ ଅନୁସାରେ ପ୍ରତିବର୍ଷ ଭାରତରେ ୫ ଲକ୍ଷରୁ ଅଧିକଙ୍କ ଜୀବନ ନେଉଛି ମଦ। ଲୋକେ ଜାଣୁଛନ୍ତି, ଲୋକେ ବୁଝୁଛନ୍ତି ତଥାପି ସବୁ ଜାଣିଶୁଣି ସେଇ ଭୁଲ କରୁଛନ୍ତି।...
Minority Under Attack? ବାଂଲାଦେଶରେ ହିନ୍ଦୁ ନରସଂହାର, ୧୮ ଦିନରେ ୬ ହିନ୍ଦୁଙ୍କୁ ମାରିଲେଣି

Highway Horror: ଜାତୀୟ ରାଜପଥରେ ବାଲି ଟ୍ରାଜେଡି, ରାସ୍ତା ଉପରେ ପଡ଼ିଥିବା ବାଲି ନେଲା ଜୀବନ

Farmers Left Helpless: ମଣ୍ଡିରେ କାନ୍ଦୁଛି ଚାଷୀ, ମିଲର୍ସଙ୍କ ମନମାନୀ ସହ ଚାଷୀଙ୍କ ସମସ୍ୟାକୁ ନେଇ ତେଜିଲା ରାଜନୀତି

Air Pollution Alert: ଦିଲ୍ଲୀ ରାସ୍ତାରେ କି ଭୁବନେଶ୍ବର ? ଭୟଙ୍କର ବାୟୁ ପ୍ରଦୂଷଣ ଏଡ଼ାଇବାକୁ ଆସିଲା କଡ଼ା ନିୟମ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)