/odishatv-khabar/media/media_files/2025/10/24/low-pressure-rainfall-in-odisha-2025-10-24-13-29-45.jpg)
Low-Pressure-rainfall-in-odisha Photograph: (OTV)
ଆସିଲା ପୁଣି ଏକ ଲଘୁଚାପ । ଆଜିଠୁ କାଚିବ ବର୍ଷା...ବିଜୁଳି ଘଡଘଡି ସହ ୪ ଦିନ ବର୍ଷିବ, ୧୧ ଜିଲ୍ଲାକୁ ଜାରି ହେଲା ୱାର୍ଣ୍ଣିଂ
ବ୍ୟାକ୍ ଟୁ ବ୍ୟାକ୍ ଲଘୁଚାପ । ଗୋଟିଏର ପ୍ରଭାବ ସରି ନଥିବା ବେଳେ ଆସିଲାଣି ଆଉ ଗୋଟିଏ । ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ପୁଣି ଏକ ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ୨୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଏହି ଲଘୁଚାପ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଓ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବାର ରହିଛି ସମ୍ଭାବନା । ୨୬ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ ବୋଲି କରାଯାଉଛି ଅନୁମାନ । ତେବେ ଏହା ଗଭୀର ଅବପାତ ହୋଇ ବାତ୍ୟାର ରୂପ ନେବ କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ।ହେଲେ ଲଘୁଚାପ ପ୍ରଭାବରେ ଆଜିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ ଛେଚିବ ବର୍ଷା । ଆଲର୍ଟରେ ରହିଛି ଦକ୍ଷିଣ ଓଡିଶା । ବର୍ଷା ପବନ ନେଇ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ସମେତ ୧୧ ଜିଲ୍ଲାକୁ ଆଜି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, କୋରାପୁଟ ଜିଲ୍ଲାକୁ ଦିଆଯାଇଛି ସତର୍କତା ।
ଆସନ୍ତାକାଲି ବି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ । ଉପକୂଳ ସହ ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ହୋଇପାରେ ବର୍ଷା । ୨୭ ଓ ୨୮ରେ ବଢିପାରେ ବର୍ଷା ପରିମାଣ ।
Gun Mafia Terror: ବନ୍ଧୁକ ବିକିବ, ଥାନା ଆଡ଼େ ଆସ...ପୋଲିସର ଅଲଆଉଟ୍ ଅପରେସନ୍

Dramatic Murder: ପାଖକୁ ଆସି କହିଲେ ଭାଇନା ନମସ୍କାର, ତାପରେ ଜିରୋ ପଏଣ୍ଟରୁ ଗୁଳିମାଡ

44 Lawyers to Defend: ବିକ୍ରମଙ୍କ ପାଇଁ ଲଢ଼ିବେ ୪୪ ଓକିଲ , କୋର୍ଟରେ ୱକାଲାତନାମା ଦାଖଲ କଲେ

Sarpanchs Husband Accused: ପଂଚାୟତରେ ମହିଳା ସରପଂଚ ସ୍ୱାମୀଙ୍କ ଦାଦାଗିରି , ଦୁର୍ନୀତି କରିବା ପାଇଁ ଗାଁସାଥିଙ୍କୁ ବାଧ୍ୟ କଲେ !

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)