Advertisment

Rajya Sabha Fourth Seat Election: ବିରୋଧୀଙ୍କୁ ଘାରିଛି କି ରାଜ୍ୟସଭା କ୍ରସ୍ ଭୋଟିଂ ଭୟ; ସିଧା ଦିଲୀପଙ୍କୁ ନିଶାନା କଲା ବିଜେଡି

ବିରୋଧୀଙ୍କୁ ଘାରିଛି କି ରାଜ୍ୟସଭା କ୍ରସ୍ ଭୋଟିଂ ଭୟ ? ବିଜେପି ଟପ୍ ନେତାଙ୍କ ସହ ଦିଲୀପ ରାୟଙ୍କ ସାକ୍ଷାତ ପରେ ହଇଚଇ। ସିଧା ଦିଲୀପଙ୍କୁ ନିଶାନା କଲା ବିଜେଡି। ବିଜେପି କହିଲା କଂଗ୍ରେସ ସହ ମିଶିଲେ ବୁଡ଼ିଯିବ ଶଙ୍ଖ।

author-image
Pramod Behera
Rajya Sabha Fourth Seat Election

ବିରୋଧୀଙ୍କୁ ଘାରିଛି କି ରାଜ୍ୟସଭା କ୍ରସ୍ ଭୋଟିଂ ଭୟ Photograph: (OTV)

ରୋଚକ ହେଉଛି ରାଜ୍ୟସଭା ଚତୁର୍ଥ ସିଟ୍ ଲଢେଇ। ବିରୋଧୀଙ୍କୁ ଘାରିଛି ରାଜ୍ୟସଭା କ୍ରସ୍ ଭୋଟିଂ ଭୟ ! ବିଜେପି ଟପ୍ ନେତାଙ୍କ ସହ ଦିଲ୍ଲୀପ ରାୟଙ୍କ ସାକ୍ଷାତ ପରେ ହଇଚଇ । ପ୍ରେସମିଟ୍ କରି ସିଧା ଦିଲ୍ଲୀପଙ୍କୁ ନିଶାନା କରିଛି ବିଜେଡ। ସେପଟେ ଦତ୍ତେଶ୍ୱର ହୋତା କଂଗ୍ରସ ସଭାପତିଙ୍କୁ ସାକ୍ଷାତ କରିବା ପରେ ବିଜୟ ନେଇ କଂଗ୍ରେସ ଦମ୍ଭୋକ୍ତି ଦେଖାଇଥିବାବେଳେ ବିଜେପି କହିଛି କଂଗ୍ରେସ ସହ ମିଶିଲେ ବୁଡ଼ିଯିବ ଶଙ୍ଖ।

Advertisment

ବିରୋଧୀଙ୍କୁ ଘାରିଛି କି କ୍ରସ୍ ଭୋଟିଂ ଭୟ। ନିଜ ଦଳର ବିଧାୟକଙ୍କୁ ଭରସା କରିପାରୁନାହାନ୍ତି କି କଂଗ୍ରେସ-ବିଜେଡି । ବିଜେପିର ଟପ୍ ନେତାଙ୍କ ସହ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ଭେଟଘାଟ ପରେ ବଢିଯାଇଛି କି ଚିନ୍ତା । କ୍ରସ୍ ଭୋଟିଂକୁ ରୋକିବା ଲାଗି ଗତକାଲି ବିଜେଡି ସୁପ୍ରିମୋ ଦଳର ବିଧାୟକଙ୍କୁ ଡାକି ଆଲୋଚନା କରିଥିବା କୁହାଯାଉଛି । 

ସେପଟେ ବିଜେପି କହିଛି କଂଗ୍ରେସ-ବିଜେଡି ଭୟଭୀତ। ଶୁକ୍ରବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦିଲ୍ଲୀପଙ୍କ ସହ ଆଲୋଚନା କରି ଚତୁର୍ଥ ଆସନ ଦାଖଲର ଥିଓରି ବତାଇଥିଲେ । ପୁଣି ୨୦୦୨ ମସିହାରେ ଦିଲ୍ଲୀପ ଯେଭଳି ଢଙ୍ଗରେ ଗୋଟି ଚଳାଇ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏଥର ବି ତାହାକୁ ଦୋହରାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଣୁ ବିଜୁ ଜନତା ଦଳ ତାଙ୍କୁ ସିଧାସଳଖ ଟାର୍ଗେଟ କରିବା ଆରମ୍ଭ କରିଛି । 

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ୍ କହିଛନ୍ତି, ଏବେ ବିଜୁ ପଟ୍ଟନାୟକଙ୍କୁ ନିଜର ମାର୍ଗଦର୍ଶକ କହୁଥିବା ଦିଲ୍ଲୀପ ଭୁଲି ଯାଇଛନ୍ତି ବୋଧେ ବିଜୁ ବାବୁ ବିଜେପିକୁ କେବେ ସମର୍ଥନ କରିନଥିଲେ। ସେ ବେଶୀ ବେପାରୀ, କମ ରାଜନେତା। ତେବେ ବିଜେଡିର ଅଭିଯୋଗକୁ ନେଇ ଦିଲ୍ଲୀପ ରାୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ନବୀନଙ୍କ କାନ୍ଧରେ ନାଉ ହୋଇଥିବା ଭକ୍ତଚରଣ ଦାସ ଗତକାଲି କମନ୍ କ୍ୟାଣ୍ଡିଡେଟ୍ ଦତ୍ତେଶ୍ବର ହୋତାଙ୍କୁ ନେଇ କଂଗ୍ରେସ ସଭାପତିଙ୍କ ସହ ସାକ୍ଷାତ କରାଇବା ପରେ ଆଜି ଦମ୍ଭୋକ୍ତି ବାଢିଛନ୍ତି ଚତୁର୍ଥ ଆସନରେ ଆମ ପ୍ରାର୍ଥୀ ଜିତିବା ନିଶ୍ଚିତ। 

ପୂର୍ବରୁ ବି ଆବଶ୍ୟକ ସଂଖ୍ୟା ନ ଥାଇ ଶାସକ ଦଳ ସଦସ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତେଣୁ ଏଥର ଏହାର ପୁନରାବୃତ୍ତି ହେବ ବୋଲି ଦଳ ଆଶା କରିଛ। ତେଣେ ବରିଷ୍ଠ ବିଜେପି ନେତା ଜୟନାରାୟଣ କହିଛନ୍ତି ବିବେକ ଅନୁମୋଦିତ ଭୋଟ କାମ କରିବ। କଂଗ୍ରେସ ସହ ମିଶିଲେ ବିଜେଡି ଆଉ କଂଗ୍ରେସ ଉଭୟେ ବୁଡ଼ିଯିବେ। ଫଳ ବାହାରିଲେ ଜଣା ପଡିବ କାହା ପାଖରେ କେତେ ଭୋଟ।

ରାଜ୍ୟସଭା ନିର୍ବାଚନ ଲାଗି ଆସନ୍ତାକାଲି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ। ଏହା ପରେ ସ୍ପଷ୍ଟ ହୋଇଯିବ ଆସନ୍ତା ୧୬ ତାରିଖରେ ମତଦାନ ହେବ କି ନାହିଁ।

Rajya Sabha Odisha Politics Odisha News
Advertisment
Advertisment