Advertisment

Controversy Over President Murmu’s Visit: ସୀମା ସରହଦ ଭୁଲିଗଲେ ଦିଦି; ବଙ୍ଗରେ ଖୋଦ୍ ରାଷ୍ଟ୍ରପତିଙ୍କୁ ଅପମାନ

ସୀମା ସରହଦ ଭୁଲିଗଲେ ଦିଦି। ବଙ୍ଗରେ ଖୋଦ୍ ରାଷ୍ଟ୍ରପତିଙ୍କୁ ଅପମାନ। ମହାମହିମଙ୍କ ସମାବେଶ ସ୍ଥାନ ବଦଳାଇଦେଲେ। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ଆସିଲେନି। ରାଷ୍ଟ୍ରପତିଙ୍କୁ ଅପମାନ, ସାରାଦେଶରେ ଉଦବେଗ। ସମ୍ବିଧାନକୁ ଅପମାନ କହିଲେ ମୋଦି। ପଶ୍ଚିମବଙ୍ଗ ସିଏସଙ୍କୁ କେନ୍ଦ୍ରର ରିପୋର୍ଟ ତଲବ।

author-image
Pramod Behera
Controversy Over President Murmu’s Visit

ସୀମା ସରହଦ ଭୁଲିଗଲେ ଦିଦି; ବଙ୍ଗରେ ଖୋଦ୍ ରାଷ୍ଟ୍ରପତିଙ୍କୁ ଅପମାନ Photograph: (OTV)

ବଙ୍ଗରେ ରାଷ୍ଟ୍ରପତିଙ୍କୁ ଘୋର୍ ଅପମାନ। ସମାବେଶର ଜାଗା ବଦଳାଇଦେଲେ, ସ୍ବାଗତ କରିବାକୁ କେହି ଆସିଲେନି । ୱାସରୁମରେ ନଥିଲା ପାଣି, ଯିବାଆସିବା ରାସ୍ତାଥିଲା ଆବର୍ଜନାମୟ। ଗତକାଲି ପଶ୍ଚିମବଙ୍ଗରେ ପ୍ରେସିଡେଣ୍ଟ ଦ୍ରୌପଦୀ ମୁର୍ମୁଙ୍କୁ ମମତା ସରକାରର ଅପମାନକୁ ନେଇ ସାରା ଦେଶରେ ଉଦବେଗ। ଏହାକୁ ସମ୍ବିଧାନର ଅପମାନ କହି ଦିଦି ସରକାରକୁ କଡ଼ା ନିନ୍ଦା କରିଛନ୍ତି ପିଏମ ମୋଦି । ଏପଟେ ପଶ୍ଚିମବଙ୍ଗ ମୁଖ୍ୟଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଛି କେନ୍ଦ୍ର। କଣ ଥିଲା ପୂରା ଘଟଣା ଆସନ୍ତୁ ଜାଣିବା।

Advertisment

ସୀମା ସରହଦ ଭୁଲିଗଲେ ଦିଦି । ବଙ୍ଗରେ ଖୋଦ୍ ରାଷ୍ଟ୍ରପତିଙ୍କୁ ଅପମାନ । ମହାମହିମଙ୍କ ସମାବେଶ ସ୍ଥାନ ବଦଳାଇଦେଲେ । ଦେଶର ପ୍ରଥମ ନାଗରିକଙ୍କୁ ସ୍ୱାଗତ କରିବାକୁ ବି ଆସିଲେନି। 

ଗତକାଲି ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନ ନେଇ ସାରା ଦେଶରେ ଉଦବେଗ। କ୍ଷୁବ୍ଧ ମାଡାମ୍ ପ୍ରେସିଡେଣ୍ଟ୍। ଦାର୍ଜିଲିଂ ଅନ୍ତର୍ଜାତୀୟ ସାନ୍ତାଳୀ ସମ୍ମିଳନୀ ଆୟୋଜନରେ ମମତା ସରକାରର ହୀନ ମାନସିକତାକୁ ଚାରିଆଡ଼େ ନିନ୍ଦା। ସୂଚନା ଅନୁସାରେ, ବିଧାନନଗର ପଡ଼ିଆରେ ହିଁ ସମାବେଶ ଆୟୋଜନ ହେବାନେଇ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା । ହେଲେ ଶେଷ ମହୂର୍ତ୍ତରେ ସିଲିଗୁଡ଼ିର ଗୋସାଇଁପୁରକୁ ସଭା ସ୍ଥାନାନ୍ତର କରିଥିଲେ ଟିଏମସି ସରକାର। 

Advertisment

ଫଳରେ ଅତି ନଗଣ୍ୟ ଉପସ୍ଥିତି ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ ରାଷ୍ଟ୍ରପତି । ଏପରିକି ଫେରିବା ସମୟରେ ବିଧାନନଗର ପଡ଼ିଆରେ ଅଟକି ହଜାର ହଜାର ଆଦିବାସୀଙ୍କ ସହ କଥା ହୋଇ କାହିଁକି ଓ କେଉଁ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ସ୍ଥାନ ପରିବର୍ତ୍ତନ କରାଗଲା ବୋଲି ପ୍ରଶ୍ନ କରିଥିଲେ ପ୍ରେସିଡେଣ୍ଟ୍ ।

ଅନ୍ୟପଟେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାର ପ୍ରୋଟୋକଲକୁ ବି ମାନିନଥିଲେ ମମତା ସରକାର। ମହାମହିମଙ୍କୁ ସ୍ୱାଗତ କରିବାକୁ ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ କ୍ୟାବିନେଟର କୌଣସି ମନ୍ତ୍ରୀ ଯାଇନଥିଲେ। ଯାହାକୁ ନେଇ ତୀବ୍ର କ୍ଷୋଭ ପ୍ରକାଶ କରିଥିଲେ ରାଷ୍ଟ୍ରପତି।

ରାଷ୍ଟ୍ରପତିଙ୍କୁ ଅପମାନ ନେଇ ଉଦବେଗ ପ୍ରକାଶ କରିଛନ୍ତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ସୋସିଆଲ୍ ମିଡିଆ ଏକ୍ସରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଲେଖିଛନ୍ତି, ପଶ୍ଚିମବଙ୍ଗରେ ଯେଉଁ ତ୍ରୁଟି ଘଟିଲା ତାହା ଦୁର୍ଭାଗ୍ୟଜନକ। ସେହିପରି ପ୍ରଧାନମନ୍ତ୍ରୀ ମୋଦି ଟିଏମସି ସରକାରକୁ କଡ଼ା ନିଶାନା କରି କହିଛନ୍ତି, ଏହା ରାଷ୍ଟ୍ରପତିଙ୍କୁ ଅପମାନ ନୁହେଁ, ବରଂ ଭାରତୀୟ ସଂବିଧାନର ଅପମାନ। ଟିଏମସିର ନିଚ୍ଚ ରାଜନୀତି ଓ ଅହଙ୍କାରକୁ ଆଦିବାସୀ ଓ ମହିଳା କେବେ ବି କ୍ଷମାଦେବେନି ।

ଏପଟେ ପଶ୍ଚିମବଙ୍ଗ ସରକାରଙ୍କ ଆଚରଣକୁ କଡ଼ା ଭାଷାରେ ନିନ୍ଦା କରି ସିଏମ ମୋହନ ଚରଣ ମାଝୀ କହିଛନ୍ତି, ଏହା ସମଗ୍ର ଦେଶ ଓ ନାରୀ ସମାଜ ପାଇଁ ନିନ୍ଦନୀୟ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ସୋସିଆଲ ମିଡ଼ିଆ Xରେ ଘଟଣାକୁ ଗଭୀର ବିବ୍ରତକାରୀ ବୋଲି ଲେଖିଛନ୍ତି।

ଏପଟେ ଘଟଣାକୁ ନେଇ ମମତା ସରକାର ଉପରେ ସଂଗୀନ ଅଭିଯୋଗ ଆଣିଛି କେନ୍ଦ୍ର ଗୃହମନ୍ତ୍ରାଳୟ । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରି କେନ୍ଦ୍ର ଗୃହ ସଚିବ କହିଛନ୍ତି-ରାଷ୍ଟ୍ରପତିଙ୍କୁ ସ୍ବାଗତ ଓ ବିଦାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ କାହିଁକି ଉପସ୍ଥିତ ନଥିଲେ ? 

ରାଷ୍ଟ୍ରପତିଙ୍କ ପାଇଁ ସ୍ଥାପନ ହୋଇଥିବା ଓ୍ୱାସ୍ ରୁମରେ ପାଣି ନଥିଲା, ପ୍ରଶାସନ ଦ୍ୱାରା ବଛାଯାଇଥିବା ରାସ୍ତା ଆବର୍ଜନାରେ ଭର୍ତ୍ତି ଥିଲା। ଏଥିପାଇଁ ଦାର୍ଜିଲିଙ୍ଗର ଜିଲ୍ଲାପାଳ ଏବଂ ଶିଲିଗୁଡ଼ିର ପୁଲିସ କମିଶନର ଓ ଅତିରିକ୍ତ ଜିଲ୍ଲାପାଳ ହିଁ ଦାୟୀ । ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାର ରିପୋର୍ଟ ମାଗିଛି କେନ୍ଦ୍ର । 

ସେପଟେ ରାଷ୍ଟ୍ରପତିଙ୍କୁ ଅସମ୍ମାନ କରି ମଧ୍ୟ ମୁହଁଫୁଟାଣି ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିର୍ବାଚନ ସମୟରେ ରାଷ୍ଟ୍ରପତି ବିଜେପି ପରାମର୍ଶ ଅନୁସାରେ ରାଜନୀତି କରନ୍ତୁ ନାହିଁ କହି ନିଜ ନୀଚ୍ଚ ମାନସିକତାକୁ ଦର୍ଶାଇଛନ୍ତି । 

ପ୍ରଶ୍ନ ଉଠୁଛି, ବିଧାନନଗରରେ ଯଥେଷ୍ଟ ଜାଗା ଥିଲେ ମଧ୍ୟ କାହା ନିର୍ଦ୍ଦେଶରେ ସିଲିଗୁଡ଼ିକୁ ସ୍ଥାନାନ୍ତର କରାଯାଇଥିଲା ସମାବେଶ ? ଟିଏମସିର ଦଳୀୟ ଏଜେଣ୍ଡା ପାଇଁ ରାଷ୍ଟ୍ରପତିଙ୍କ ସଭାକୁ ଭଣ୍ଡୁର ପାଇଁ ହୋଇଥିଲା କି ଚକ୍ରାନ୍ତ ? ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଆସନକୁ ନେଇ ରାଜନୀତି କରିବା କେତେ ଠିକ? 

Mamata Banerjee west bengal politics Droupadi Murmu
Advertisment
Advertisment