Advertisment

BJP : ବୈଜୟନ୍ତଙ୍କୁ ତାମିଲନାଡୁ ଓ ଧର୍ମେନ୍ଦ୍ରଙ୍କୁ ବିହାର ନିର୍ବାଚନ ଦାୟିତ୍ବ , ଘୋଷଣା କଲା ବିଜେପି

ବିଭିନ୍ନ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଘୋଷଣା କଲା ବିଜେପି । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁ ଇନଚାର୍ଜ ଭାବେ ନିଯୁକ୍ତ ମିଳିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିହାର ଇନଚାର୍ଜ ଭାବରେ ନିଯୁକ୍ତ ହୋଇଛନ୍ତି।

author-image
Jnanadarsi Sahoo
BJP

BJP Photograph: (OTV)

ବିଭିନ୍ନ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଘୋଷଣା କଲା ବିଜେପି(BJP)। ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁ (Tamilnadu) ଇନଚାର୍ଜ ଭାବେ ନିଯୁକ୍ତ ମିଳିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିହାର ଇନଚାର୍ଜ ଭାବରେ ନିଯୁକ୍ତ ହୋଇଛନ୍ତି। ସେହିଭଳି ଭୁପେନ୍ଦ୍ର ଯାଦବଙ୍କୁ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଭାରୀ ଦାୟିତ୍ବ ମିଳିଛି। ତାମିଲନାଡୁ ସହପ୍ରଭାରୀ ଭାବରେ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ ନିଯୁକ୍ତ ହୋଇଛନ୍ତି। ବିହାର ପାଇଁ ଦୁଇ ଜଣ ସହପ୍ରଭାରୀ ନିଯୁକ୍ତ କରିଛି ଦଳ। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି ଆର ପାଟିଲ ଓ ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଦାୟିତ୍ବ ଦେଇଛି ଦଳ। 

Advertisment

ଆସନ୍ତା ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ

ପୂର୍ବରୁ ଆସାମର ସଂଗଠନ ଇନଚାର୍ଜ ଥିଲେ ବୈଜୟନ୍ତ ପଣ୍ଡା । ଦିଲ୍ଲୀରେ ଉଭୟ ସଂଗଠନ ଓ ଇଲେକସନ ଇନଚାର୍ଜ ମଧ୍ୟ ରହିଥିଲେ। ଉତ୍ତରପ୍ରଦେଶରେ ମଧ୍ୟ ଇଲେକସନ ଇନଚାର୍ଜ ଦାୟିତ୍ବ ତୁଲାଇଛନ୍ତି ବୈଜୟନ୍ତ। ଆସନ୍ତା ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ୨୦୨୬ ମାର୍ଚ୍ଚରେ ପଶ୍ଚିମବଙ୍ଗ, ସେହିବର୍ଷ ଏପ୍ରିଲ-ମେ' ମାସରେ ହୋଇପାରେ ତାମିଲନାଡୁ ବିଧାନସଭା ନିର୍ବାଚନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଗରୁ ବିଭିନ୍ନ ରାଜ୍ୟରେ ଇଲେକ୍ସନ ଇନଚାର୍ଜ ଭାବେ କାର୍ଯ୍ୟକରି ସଫଳତା ହାସଲ କରିଛନ୍ତି । 

BJP Tamilnadu
Advertisment
Related Articles
Advertisment