Advertisment

Director Subhash Ghai: ‍ମତେ କିସ୍ କରିବାକୁ ଚେଷ୍ଟା କଲେ, ନିଶାରେ ଥିଲେ ନିର୍ଦ୍ଦେଶକ ସୁଭାଷ ଘାଇ...ଅଭିନେତ୍ରୀ କଲେ ବଡ଼ ଅଭିଯୋଗ

ନେହାଲ କହିଛନ୍ତି ଯେ ସେଦିନ ସନ୍ଧ୍ୟା ସମୟରେ ଆରମ୍ଭରେ ସବୁକିଛି ସାଧାରଣ ଥିଲା। ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ଘାଇଙ୍କ ଘରକୁ ନେଇ ରେଡ୍ ୱାଇନ୍ ଅଫର କରିଥିଲେ। କଥାବାର୍ତ୍ତା ମଧ୍ୟରେ ହଠାତ୍ ନିର୍ଦ୍ଦେଶକ ତାଙ୍କ ପ୍ରଶଂସା କରିବା ଆରମ୍ଭ କରିଥିଲେ।

author-image
Manas Ranjan Mohanty
controversy

controversy Photograph: (OTV)

ୱେବ୍‌ ସିରିଜ୍ ‘ମସ୍ତରାମ’ ଓ ରିଆଲିଟି ଶୋ ‘ହାଉସ୍ ଆରେଷ୍ଟ’ରେ ଅଭିନୟ କରିଥିବା ଅଭିନେତ୍ରୀ ନେହାଲ ଭଡୋଲିଆଙ୍କ ଖୁଲାସା ଇଣ୍ଡଷ୍ଟ୍ରିରେ ହଲଚଲ ସୃଷ୍ଟି କରିଛି । ନେହାଲ ଦାବି କରିଛନ୍ତି ଯେ ଏକ ସାକ୍ଷାତ ସମୟରେ ପ୍ରଖ୍ୟାତ ଫିଲ୍ମ ନିର୍ମାତା ସୁଭାଷ ଘାଇ ତାଙ୍କୁ କିସ୍ କରିବାକୁ ଚେଷ୍ଟା କରିଥିଲେ। ସେତେବେଳେ ସେ ତାଙ୍କ ବୟଫ୍ରେଣ୍ଡଙ୍କ ସହ ଥିଲେ, ଯିଏ ଘାଇଙ୍କ ମ୍ୟାନେଜର ମଧ୍ୟ ଥିଲେ। 

Advertisment

ସାକ୍ଷାତ ସମୟରେ ପ୍ରଶଂସାର ମାହୋଲ ହଠାତ୍ ଅସହଜ ହୋଇଗଲା। ନେହାଲ ଅଭିଯୋଗ କରିଛନ୍ତି ଯେ ନିର୍ଦ୍ଦେଶକ ନିଶାଗ୍ରସ୍ତ ଥିଲେ ଏବଂ ଭୁଲ କାର୍ଯ୍ୟ କରିବାକୁ ଚେଷ୍ଟା କରିଥିଲେ। 

ନେହାଲ କହିଛନ୍ତି ଯେ ସେଦିନ ସନ୍ଧ୍ୟା ସମୟରେ ଆରମ୍ଭରେ ସବୁକିଛି ସାଧାରଣ ଥିଲା। ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ଘାଇଙ୍କ ଘରକୁ ନେଇ ରେଡ୍ ୱାଇନ୍ ଅଫର କରିଥିଲେ। କଥାବାର୍ତ୍ତା ମଧ୍ୟରେ ହଠାତ୍ ନିର୍ଦ୍ଦେଶକ ତାଙ୍କ ପ୍ରଶଂସା କରିବା ଆରମ୍ଭ କରିଥିଲେ। ସେ କହିଥିଲେ, “ତୁମର ହସ ବହୁତ ସୁନ୍ଦର... ତୁମେ ବହୁତ ସେକ୍ସି ଦେଖାଯାଉଛ... ତୁମେ ବଲିଉଡରେ ବଡ଼ ନାମ କରିବ... ତୁମେ ହସିଲେ ବହୁତ ସୁନ୍ଦର ଲାଗୁଛ।” ପ୍ରାରମ୍ଭରେ ଲାଗୁଥିଲା ଯେ ସେ ପ୍ରେରଣା ଦେଉଛନ୍ତି, କିନ୍ତୁ ଧୀରେ ଧୀରେ କଥାବାର୍ତ୍ତା ଅଜବ ଲାଗିବାକୁ ଲାଗିଲା।

Advertisment

ବାଲକୋନି ଦେଖାଇବାର ବାହାନା ଓ ତା’ପରେ

ନେହାଲ ଆଗକୁ କହିଛନ୍ତି, “ସେ ମୋତେ ବାଲକୋନିରୁ ବାହାରର ଦୃଶ୍ୟ ଦେଖାଇବାକୁ ଡାକିଲେ। ମୁଁ ଅସହଜ ହୋଇଗଲି ଓ ପୁଣି ଭିତରକୁ ଫେରି ଆସିଲି। ତା’ପରେ ମୁଁ ୱାଶରୁମକୁ ଗଲି। ବାହାରକୁ ଆସିବା ମାତ୍ରେ ସୁଭାଷ ଘାଇ ରୁମକୁ ଆସିଗଲେ। ସେ ସିଧାସଳଖ ମୋ ଆଡ଼କୁ ଆଗେଇ ଆସିଲେ। ତାଙ୍କ ଆଖି ବନ୍ଦ ଥିଲା ଓ ମୁଁ କିଛି ବୁଝି ପାରିଲି ନାହିଁ। ସେ ଏତେ ନିକଟକୁ ଆସିଗଲେ ଯେ ତାଙ୍କ ଓଠ ମୋ ଗାଲକୁ ଛୁଇଁଲା। ସେହି ମୁହୂର୍ତ୍ତରେ ମୋତେ ଲାଗିଲା ସେ ମୋ ଓଠରେ କିସ କରିବାକୁ ଚାହୁଁଥିଲେ।

ବୟଫ୍ରେଣ୍ଡ ଉପରେ ରାଗିଲେ

ନେହାଲ କହିଛନ୍ତି ଯେ ଏହି ଘଟଣା ପରେ ସେ ତାଙ୍କ ବୟଫ୍ରେଣ୍ଡ ଉପରେ ମଧ୍ୟ ରାଗିଥିଲେ । ସେ କହିଥିଲେ, “ମୁଁ ତାଙ୍କୁ କହିଲି- ତୁମେ ମୋତେ ଏଠାକୁ କାହିଁକି ଆଣିଲ? ତୁମେ ତାଙ୍କର ମ୍ୟାନେଜର, ତେଣୁ ତୁମେ ସବୁ ଜାଣିଥିବ। ମୋତେ ଲାଗିଲା ସେ ମୋତେ ଫସାଇ ଦେଇଛି। ସେତେବେଳେ ମୁଁ ତାଙ୍କ ଉପରେ ମଧ୍ୟ ଭରସା କରି ପାରିଲି ନାହିଁ ଓ ତାଙ୍କ ସହ ସମ୍ପର୍କ ଶେଷ କରିଦେଲି।

ଗ୍ଲାମରସ୍ ଇମେଜ୍‌ରେ ନିଜର ପରିଚୟ ସୃଷ୍ଟି କରିଛନ୍ତି

ନେହାଲ ଭଡୋଲିଆ ତାଙ୍କର ନିର୍ଭୀକ ଇମେଜ୍ ଓ ବିନ୍ଦାସ୍ ଅନ୍ଦାଜ ପାଇଁ ଜଣାଶୁଣା। ସେ ‘ମସ୍ତରାମ’, ‘ଫୁଲଝଡ଼ି’ ଓ ‘ଜଲେବୀ ବାଇ’ ପରି ୱେବ୍‌ ସିରିଜ୍‌ରେ କାମ କରିଛନ୍ତି ଏବଂ ନିଜର ଗ୍ଲାମରସ୍ ଅନ୍ଦାଜରେ ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି। ତେବେ ଏଥର ସେ ଚର୍ଚ୍ଚାରେ ଅଛନ୍ତି ଏବଂ କାରଣ ବି ବେଶ୍ ଆଶ୍ଚର୍ଯ୍ୟଜନକ।

Advertisment
Related Articles
Advertisment