Advertisment

LPG: ଗ୍ୟାସ ଡେଲିଭରୀରେ ଅସନ୍ତୁଷ୍ଟ କି, ବଦଳାଇ ଦିଅନ୍ତୁ କନେକ୍‌ସନ୍

ଗ୍ୟାସ ସପ୍ଲାୟର୍‌ଙ୍କ ଡେଲିଭରୀରେ ଅସନ୍ତୁଷ୍ଟ କି? ଠିକ୍ ଟାଇମ୍ଗ‌ରେ ଡେଲିଭରୀ ହେଉନି? ଓଜନରେ ଠକାମୀର ଶିକାର ହେଉଛନ୍ତି? ତେବେ ଆଉ ଚିନ୍ତା କରିବାରେ ନାହିଁ। ଆପଣ LPG ଗ୍ୟାସ୍‌କୁ ବଦଳାଇ ପାରିବେ।

author-image
Chinmayee Sahoo
LPG-Connection-Portability

LPG Photograph: (OTV)

ଆପଣ ଗ୍ୟାସ ସପ୍ଲାୟର୍‌ଙ୍କ ଡେଲିଭରୀରେ ଅସନ୍ତୁଷ୍ଟ କି? ଠିକ୍ ଟାଇମ୍‌ରେ ଡେଲିଭରୀ ହେଉନି କି? ଓଜନରେ ଠକାମୀର ବି ଶିକାର ହେଉଛନ୍ତି? ଏ ନେଇ ହେଇଗଲେଣି ଅସ୍ତବ୍ୟସ୍ତ? ତେବେ ଆଉ ଚିନ୍ତା କରିବାର ନାହିଁ। ଆପଣ ଚାହିଁଲେ ମୋବାଇଲ୍ ନମ୍ବର ପୋର୍ଟେବିଲିଟି ପରି LPG ବା  କୁକିଂ ଗ୍ୟାସ୍‌କୁ ମଧ୍ୟ ଚେଞ୍ଜ୍ କରି ଦେଇପାରିବେ। 
ଧରାଯାଉ ଆପଣ ‘ଇଣ୍ଡେନ’ ଗ୍ୟାସ୍‌ର କନେକ୍ସସନ ନେଇଛାନ୍ତି ଆଉ ଆପଣ ଏଥିରେ ସନ୍ତୁଷ୍ଟ ନାହାନ୍ତି ତେବେ ଆପଣ ନୂଆ କନେକ୍ସସନ ନ ନେଇ ‘ଭାରତ’ ଗ୍ୟାସ କିମ୍ବା ‘HP’ ଗ୍ୟାସକୁ ପରିବର୍ତ୍ତନ କରିପାରିବେ।
ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ନିୟାମକ ବୋର୍ଡ ବା PNGRB ଏଥିପାଇଁ ଏକ ନୂଆ "LPG ଇଣ୍ଟର ଅପରେବିଲିଟି ଫ୍ରେମୱାର୍କ" ପ୍ରସ୍ତୁତ କରିଛି ଏବଂ ଗ୍ରାହକ, ଡିଲର ଏବଂ ଅନ୍ୟାନ୍ୟ ଷ୍ଟକ୍‌ହୋଲ୍ଡର୍‌ଙ୍କ ଠାରୁ ପରାମର୍ଶ ଲୋଡିଛି।
ଦେଶର ଏପର୍ଯ୍ୟନ୍ତ ୩୨ କୋଟିରୁ ଅଧିକ ପରିବାରରେ ଏଲପିଜି କଲେକ୍ସନ ଅଛି ଆଉ ସେମାନଙ୍କ ମଧ୍ୟରୁ ପ୍ରତିବର୍ଷ ପ୍ରାୟ ୧୭ ଲକ୍ଷ ଗ୍ରାହକ ଅସନ୍ତୁଷ୍ଟର ଅଭିଯୋଗ କରନ୍ତି। ସବୁଠାରୁ ସାଧାରଣ ସମସ୍ୟା ହେଉଛି ଗ୍ୟାସ୍ ରିଫିଲରେ ବିଳମ୍ବ ଏବଂ ଯୋଗାଣରେ ବାଧା। ଅନେକ ସ୍ଥାନରେ ଦେଖାଯାଏ ଯେ ସ୍ଥାନୀୟ ଡିଲର ଅପରେସନ୍ ବନ୍ଦ କରିଦିଅନ୍ତି କିମ୍ବା ସପ୍ତାହ ଧରି ସିଲିଣ୍ଡର ପହଞ୍ଚାନ୍ତି ନାହିଁ, ଯାହା ଫଳରେ ଗ୍ରାହକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି।
ଏସବୁ ସମସ୍ୟା ଭିତରେ ଗ୍ରାହକ ବହୁ ହଇରାଣ ହେଉଥିଲେ ମଧ୍ୟ ଉପାୟ ଶୂନ୍ୟ ଥାଏ। କାରଣ ଏପର୍ଯ୍ୟନ୍ତ, ବ୍ୟବସ୍ଥା ଏପରି ଥିଲା ଯେ ଗ୍ରାହକମାନେ ସେମାନଙ୍କର ଗ୍ୟାସ୍ କମ୍ପାନୀ ବଦଳାଇ ପାରିବେ ନାହିଁ। ଇଣ୍ଡେନ୍ ଗ୍ରାହକମାନେ କେବଳ ଇଣ୍ଡେନ୍ ଡିଲର୍ ବଦଳାଇ ପାରିବେ, କିନ୍ତୁ ଭାରତ ଗ୍ୟାସ୍ କିମ୍ବା HP ଗ୍ୟାସ୍‌କୁ ପରିବର୍ତ୍ତନ କରିପାରିବେ ନାହିଁ। ଏହି ନିୟମ ସବୁଠାରୁ ବଡ଼ ପ୍ରତିବନ୍ଧକ ଥିଲା। ଏବେ, ଏହି ନୂଆ ବ୍ୟବସ୍ଥା ଆସିବା ପରେ ଗ୍ରାହକମାନେ ଅଧିକ ବିକଳ୍ପ ଏବଂ ଉତ୍ତମ ସେବା ମଧ୍ୟ ପାଇପାରିବେ।

Advertisment

ଅଧିକ ଦେଖନ୍ତୁ: 

LPG
Advertisment
Related Articles
Advertisment