Advertisment

OCS: ଦୃଢ ମନୋବଳ ଆଗରେ ହାର ମାନିଲା ଅକ୍ଷମତା, କଠିନ ପରିଶ୍ରମ ଓ ଇଚ୍ଛାଶକ୍ତି ବଳରେ ପାଇଲେ ଓସିଏସ୍

ଜନ୍ମରୁ ସେ ଦୃଷ୍ଟି ବାଧିତ ଓ ବାପା ଛେଉଣ୍ଡ। ମନରେ ଥିଲା ଦୃଢ଼ ଇଚ୍ଛା, କିନ୍ତୁ ଆଖିରେ ଦେଖିପାରୁନଥିଲା । କିନ୍ତୁ ନିଜର ଇଚ୍ଛାବଳରେ ସବୁ ବାଧା ବିଘ୍ନକୁ ଦୂର କରି ସେ ପାଇଗଲେ ଓସିଏସ୍ ।

author-image
Chinmayee Sahoo
OAS-Topper

OAS Photograph: (OTV)

ଦୁଃଖ କଷ୍ଟରେ ଶୁଷ୍କ ପଡ଼ିଯାଇଥିବା ଏସବୁ ପରିବାର ଉପରେ ଯେମିତି ହୋଇଛି ଖୁସିର ବର୍ଷା। ସଭିଙ୍କ ମୁହଁରେ ଖେଳିଯାଇଛି ହସ । କାରଣ ଅଭାବ ଓ ଅସୁବିଧାର ବନ୍ଧ ବାଡ଼ ଡେଇଁ ସେମାନଙ୍କ କୂଳ ପ୍ରଦୀପ ମାନେ ପରିବାରକୁ କରିଛନ୍ତି ଆଲୋକିତ। ନାଁ ସେମାନେ ଭାଙ୍ଗି ପଡ଼ିଥିଲେ, ନାଁ ହାର ମାନିଥିଲେ ନାଁ ଭାଗ୍ୟକୁ ନିନ୍ଦି କର୍ମ କରିବା ଛାଡ଼ିଦେଇଥିଲେ। ଖାସ ସେଇଥି ପାଇଁ କଠିନ ପରିଶ୍ରମ ଓ ଦେଇଥିବା ବଳିଦାନର ତାଙ୍କୁ ଆଜି ହୋଇ ପାରିଛନ୍ତି OAS। 
ଯାଜପୁର ଜିଲ୍ଲା କୋରେଇ ବ୍ଲକ ବିରୁଆଁପଡା ଗାଁର ମହେଶ କୁମାର ପଣ୍ଡାଙ୍କୁ। ଜନ୍ମରୁ ସେ ଦୃଷ୍ଟି ବାଧିତ ଆଉ ବାପା ଛେଉଣ୍ଡ। ହେଲେ ସେ ହାର ମାନି ନଥିଲେ। ମାଆ ଓ ୪ ଭଉଣୀଙ୍କ ବୋଝ ମୁଣ୍ଡରେ ଉଠାଇ ଅତି ଦୁଃଖ କଷ୍ଟ ମଧ୍ୟରେ ପାଠପଢ଼ିଥିଲେ। ଆଉ ଆଠଗଡ଼ ଓଡିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ହେଲେ କିଛି ବଡ଼ କରିବା ଆଶାରେ ୩ ଥର OCS ପରୀକ୍ଷା ଦେବା ପରେ ଚଳିତ ବର୍ଷ ୩ଶହ ରାଙ୍କ ସହ ସଫଳତା ମହେଶ l 
ଇଏ ହେଉଛନ୍ତି ଗରିବ ବାପାର ଆଉଜଣେ ସୁନାମୁଣ୍ଡା। ଆସ୍କା ଧରାକୋଟ ବ୍ଲକ ମୁଣ୍ଡମରାଇ ଗାଁର ରୂପକ କୁମାର ସାହୁ। ବାପା କୈଳାସ ରାଜମିସ୍ତ୍ରୀ କାମ କରନ୍ତି। ପୁଅ ଭବିଷ୍ୟତ ପାଇଁ ପିଲାଟିଦିନୁ ଖୁବ ପରିଶ୍ରମ କରିଛନ୍ତି ସେ। ଯାହାକୁ ଆଖି ଆଗରେ ଦେଖି ଅଫିସର୍ ଟିଏ ହୋଇ ବାପାଙ୍କ ଦୁଃଖ ଦୁରାଇବେ ବୋଲି ସ୍ୱପ୍ନ ଦେଖିଥିଲେ ରୂପକ। ଗୁରୁ ସନ୍ତୋଷ କୁମାର ପାତ୍ର ଓ ଗଣେଶ ଚନ୍ଦ୍ରଙ୍କ ମାର୍ଗଦର୍ଶନରେ କଠିନ ପରିଶ୍ରମ କରିଚାଲିଥିଲେ। ଯାହା ତାଙ୍କୁ ଆଣିଦେଲା ସଫଳତା। ଚଳିତ ବର୍ଷର OCS ପରୀକ୍ଷାରେ ୨୩୩ ରାଙ୍କ ରଖି କୃତକାର୍ଯ୍ୟ ହେବାସହ ପରିବାର ଓ ଗାଁର ନାଁ ରଖିଦେଲେ ରୂପକ।
ସରକାରୀ ସ୍କୁଲରେ ପଢ଼ି OCS ରେ ୩୦୫ ରାଙ୍କ ପାଇଥିବା କଣିହାଁ ମାଟିରର ସୁନାଝିଅ ହେଉଛନ୍ତି ସୁଦିପ୍ତା ନାଏକ। ଗେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଇଞ୍ଜିନିୟରିଂରେ ନିଜ କ୍ୟାରିୟର ଗଢ଼ିବାକୁ ଚାହୁଁଥିଲେ। ହେଲେ ବାପାଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପରିଶ୍ରମ କରିଚାଲିଲେ। ଆଉ ସଫଳତା ପାଇ ଦେଖାଇଦେଲେ ଯେ ସରକାରୀ ସ୍କୁଲରେ ପାଠପଢ଼ି ମଧ୍ୟ ଦୃଢ଼ ଇଚ୍ଛାଶକ୍ତି ଥିଲେ ନିଶ୍ଚିତ ସଫଳତା ପାଇ ପାରିବ।

Advertisment

ଅଧିକ ଦେଖନ୍ତୁ:

OAS
Advertisment
Related Articles
Advertisment