Advertisment

Unhygienic Cooking: ଅଳିଆ ଗଦାରେ ତିଆରି ହେଉଛି ରୋଗୀଙ୍କ ଖାଦ୍ୟ; ଦେଖିଲେ ଘୃଣା ଲାଗୁଛି

ଅଳିଆ ଗଦାରେ ହେଉଛି ରୋଗୀଙ୍କ ଖାଦ୍ୟ। ଭଣ ଭଣ ଗନ୍ଧରେ ଫାଟି ପଡୁଛି ନାକ। ସେଇଠି ଗଦାଯାଉଛି ପରିବା ଆଉ କଟାଯାଉଛି। ରୋଗୀଙ୍କ ସ୍ୱାସ୍ଥ୍ୟକୁ ନେଇ ଉଠୁଛି ପ୍ରଶ୍ନ। ଏମିତି ଅଭାବନୀୟ ଦୃଶ୍ୟ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି।

author-image
Pramod Behera
Bhadrak-Medical-Food-PKG-a

ଅଳିଆ ଗଦାରେ ତିଆରି ହେଉଛି ରୋଗୀଙ୍କ ଖାଦ୍ୟ; ଦେଖିଲେ ଘୃଣା ଲାଗୁଛି Photograph: (OTV)

ଅଳିଆ ଗଦାରେ ହେଉଛି ରୋଗୀଙ୍କ ପାଇଁ ଖାଦ୍ୟ ତିଆରି। ରୋଷେଇ ସ୍ଥାନ ଏତେ ଦୁର୍ଗନ୍ଧମୟ ଯେ ଭଣ ଭଣ ଗନ୍ଧରେ ଫାଟି ପଡୁଛି ନାକ। ହେଲେ ସେଇଠି ଗଦାଯାଉଛି ପନିପରିବା ଆଉ ହେଉଛି କଟାକଟି। ଏନେଇ ରୋଗୀଙ୍କ ସ୍ୱାସ୍ଥ୍ୟକୁ ନେଇ ଉଠୁଛି ପ୍ରଶ୍ନ।

Advertisment

ଏମିତି ଅଭାବନୀୟ ଦୃଶ୍ୟ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି। ଏହି ଚିକିତ୍ସାଳୟ ଉପରେ ଭଦ୍ରକ ଜିଲ୍ଲା ସମେତ ଆଖପାଖ ଜିଲ୍ଲାର ଲୋକ ନିର୍ଭର କରନ୍ତି। ଦୈନନ୍ଦିନ ଶହ ଶହ ରୋଗୀ ଏଠାକୁ ଆସନ୍ତି। ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗେଲପୂରକୁ ସ୍ଥାନାନ୍ତର ହୋଇଛି । ଚକାଚକ ପରିବେଶ, ସୁଉଚ୍ଚ ବିଲଡିଂ। ଅତ୍ୟାଧୁନିକ ଯନ୍ତ୍ରପାତି, ଆତ୍ୟାଧୁନିକ ପରିବେଶ। ଏନେଇ ଉନ୍ନତ ଚିକିତ୍ସା ଆଶାରେ ଏଠାରେ ଦୈନନ୍ଦିନ ଅନେକ ରୋଗୀ ଭର୍ତ୍ତି ହୁଅନ୍ତି ଆଉ ଡାକ୍ତରଖାନାରେ ମିଳୁଥିବା ଖାଦ୍ୟ ଖାଆନ୍ତି। ସରକାରଙ୍କ ତରଫରୁ ମାଗଣା ଖାଦ୍ୟ ଯୋଗାଇ ଦିଆଯାଉଛି। 

ଭିଡିଓ ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ


ତେବେ ଏବେ ମଧ୍ୟ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରୋଗୀଙ୍କ ପାଇଁ ଖାଦ୍ୟ ରୋଷେଇ ହେଉଛି। କିନ୍ତୁ ଦାୟିତ୍ଵରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯେଉଁ ସ୍ଥାନରେ ରୋଷେଇ କରୁଛି ସେହି ସ୍ଥାନରେ ସଫେଇ, ପରିପରିଛନ୍ନତା ଯେମିତି ବାଟବଣା ହୋଇଛି। ଦୁର୍ଗନ୍ଧ, ଅଳିଆ ଗଦାରେ ହେଉଛି ରୋଷେଇ। 
ଏହି ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, ତରବରିଆ ଭାବରେ ନୂଆବଜାରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗେଲପୁରକୁ ସ୍ଥାନାନ୍ତର ହୋଇଛି। ତେଣୁ ସେଠାରେ ରୋଷେଇ କରିବା ପାଇଁ ଵ୍ୟଵସ୍ଥା କରାଯାଇ ପାରି ନାହିଁ। ଏହାର ତୁରନ୍ତ ପଦକ୍ଷେପ ନିଆଯିବ ଆଉ ଗେଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ ଏକ ନୂଆ ଘର ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

Advertisment
District Government Hospitals Bhadrak Odisha News
Advertisment
Advertisment