/odishatv-khabar/media/media_files/2026/01/05/jaundice-outbreak-at-a-navodaya-school-2026-01-05-20-06-12.jpg)
Jaundice outbreak at a Navodaya school. Photograph: (OTV)
କେଉଁ କାରଣରୁ ଖୋର୍ଦ୍ଧା ନବୋଦୟ ସ୍କୁଲରେ ବ୍ୟାପିଲା ଜଣ୍ଡିସ୍। ୫୦ ପାଖାପାଖି ଛାତ୍ରଛାତ୍ରୀ ଓ ୨ ସ୍କୁଲ ଷ୍ଟାଫ୍ ଆକ୍ରାନ୍ତ ହୋଇଥିବା ଖବର ରାଜ୍ୟରେ ହଇଚଇ ସୃଷ୍ଟି କରିବା ପରେ ଚେଇଁଛନ୍ତି ସରକାର। ସ୍କୁଲକୁ ୱାଟକୋ ଓ ସ୍ବାସ୍ଥ୍ୟ ବିଭାଗର ଟିମ୍ ଯାଇ ତନାଘନା କରିବା ସହ ସେଠୁ ଟାଙ୍କିରୁ ପାଣି ସାମ୍ପଲ ଓ ପିଲାଙ୍କ ରକ୍ତ ନମୁନା ସଂଗ୍ରହ କରି ଆଣିଛି। ତେଣେ ସ୍କୁଲ କର୍ତ୍ତୃପକ୍ଷ ନିଜ ମୁଣ୍ଡରୁ ସବୁ ଦୋଷ ଓହ୍ଲାଇ ଦେଇଥିବାବଳେ ଅଭିଭାବକ କିନ୍ତୁ ଅସନ୍ତୋଷ ଝାଡ଼ିଛନ୍ତି। ଏପଟେ ଜଣ୍ଡିସ ଡରରେ କେମିତି ଆତଙ୍କିତ ପୁରୀ ଓ ସମ୍ବଲପୁରର ବାସିନ୍ଦା, ତାର ଚିତ୍ର ବି ସାମ୍ନାକୁ ଆସିଛି।
ଖାମଖିଆଲି ପଣ ନା ଅସାବଧନତା ? ଖୋର୍ଦ୍ଧା ନବୋଦୟ ସ୍କୁଲରେ କେଉଁ କାରଣରୁ ବ୍ୟାପିଲା ଜଣ୍ଡିସ୍ ? କାହା ଭୁଲ୍ ରୁ ଶିକ୍ଷାନୁଷ୍ଠାନରେ କୋକୁଆ ଭୟ ସୃଷ୍ଟି କଲା ହେପାଟାଇଟିସ୍ -ସି ? ଗୁରୁଜଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ଓ ୨ଜଣ ଷ୍ଟାଫ୍ ପଜିଟିଭ୍ ଚିହ୍ନଟ ହେବା ଓ ପ୍ରାୟ ଅଢ଼େଇ ଶହ ପିଲାଙ୍କୁ ସେମାନଙ୍କ ଅଭିଭାବକ ଘରକୁ ନେଇଯିବା ଘଟଣା ସୃଷ୍ଟି କରିଛି ହଇଚଇ। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସିଧା ସ୍କୁଲକୁ ଧାଇଁଛି ପ୍ରଶାସନ। ୱାଟକୋ କର୍ତ୍ତୃପକ୍ଷ ବି ୧୨ ଟି ସ୍ଥାନରୁ ସଂଗ୍ରହ କରିଛନ୍ତି ପାଣି ନମୁନା। ଗତକାଲି ଯେଉଁ ନମୁନା ସଂଗ୍ରହ ହୋଇଥିଲା ସେ ରିପୋର୍ଟ ଆଜି ରାତି ସୁଦ୍ଧା ଆସିଯିବ। ଜଣ୍ଡିସ ଆକ୍ରାନ୍ତ ପିଲାଙ୍କୁ ପ୍ରବଳ ଜ୍ବର ହେବା ସହ ମୁହଁ ହାତ ହଳଦିଆ ପଡ଼ିଯାଉଛି। ଏଣେ ରାଜ୍ୟ ଓ ଜିଲ୍ଲାରୁ ଗୋଟିଏ ଲେଖାଏଁ ହେଲଥ ଟିମ୍ ସେଠି ପହଞ୍ଚି ପିଲାଙ୍କ ରକ୍ତ ନମୁନା ସଂଗ୍ରହ କରିଛି। ତାସହ ସ୍କୁଲର ସାନିଟେସନ ଓ ରୋଷେଇ ସ୍ଥାନ ବି ପରିଦର୍ଶନ କରିଛି।
ତେବେ ଏଠି ପ୍ରଶ୍ନ- ନଭେମ୍ବରରୁ ସ୍କୁଲରେ ପିଲା ଜଣ୍ଡିସ୍ର ଶିକାର ହୋଇଥିବା ଜଣାପଡ଼ିଥିଲେ ବି କାହିଁକି ଏହାକୁ ହେୟଜ୍ଞାନ କରିଥିଲେ ସ୍କୁଲ ଅଥରିଟି ? ପ୍ରିନସିପାଲଙ୍କ ସଫେଇ- ଗଲା ଅକ୍ଟୋବର ୨୬ରେ ଜଣେ ପିଲା ହେପାଟାଇଟସ୍ ଆକ୍ରାନ୍ତ ହୋଇଥିବା ଜାଣିଥିଲୁ, ନଭେମ୍ବରରେ ଅଧିକ ପିଲା ଆକ୍ରାନ୍ତ ହେଲେ। ଡିସେମ୍ବରରେ ସଂଖ୍ୟା ୪୦ ଛୁଇଁଗଲା। ଏହା ଜାଣି ସିଡିଏମଓଙ୍କୁ ଅବଗତ କରାଯାଇଛି। ସ୍କୁଲରେ ଥିବା ସଂପ୍ ଓ ଟାଙ୍କି ନିୟମିତ ସଫା କରାଯାଉଛି, ହେଲେ ନବୋଦୟ ଭଳି ଏକ ଜାତୀୟ ସ୍ତରର ସ୍କୁଲରେ ଜଣ୍ଡିସ୍ ର ଜଟିଳ ପରିସ୍ଥିତିକୁ ଦେଖି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ। ସ୍ବାସ୍ଥ୍ୟମନ୍ତ୍ରୀ ବି କହିଛନ୍ତି ଟିମ୍ ଗ୍ରାଉଣ୍ଡକୁ ଯାଇ ଅନୁଧ୍ୟାନ କରୁଛି।
ତେବେ ଖୋର୍ଦ୍ଧା ନବୋଦୟ ସ୍କୁଲରେ ୪୦ ପିଲା ଜଣ୍ଡିସରେ ଆକ୍ରାନ୍ତ ହେବା ହେଉ କି ମଧ୍ୟପ୍ରଦେଶ ଇନ୍ଦୋରରେ ଦୂଷିତ ପାଣି ପିଇ ୧୫ଜଣଙ୍କ ପ୍ରାଣହାନୀ ଘଟଣା। ଏସବୁ ବଢ଼ାଇଛି ସାଧାରଣ ଲୋକଙ୍କ ଚିନ୍ତା। ଇଏ ସମ୍ବଲପୁର ସହରର ଚିତ୍ର। ଭଲକରି ଦେଖନ୍ତୁ କେମିତି ଡ୍ରେନ୍ ପାଣି ଓ ଜନସ୍ବାସ୍ଥ୍ୟ ବିଭାଗର ପାଣି ପାଇପ୍ ଏକାକାର ହୋଇଛି। ସାମାନ୍ୟ କେଉଁଠି ଲିକ୍ ହୋଇଗଲେ କଥା ସରିଲା, ଦୂଷିତ ପାଣି ମିଶିବ ଆଉ ଜଣ୍ଡିସ ସ୍ଥିତି ସାଂଘାତିକ ହେବ। ୪୦ ବର୍ଷରୁ ଅଧିକ ସମୟ ଧରି ସହରବାସୀ ଏ ସମସ୍ୟା ଭୋଗୁଥିଲେ ବି ସରକାର କି ପ୍ରଶାସନ, ସମସ୍ତେ ଉପରଠାଉରିଆ କାମ ସାରି ବସି ଯାଉଥିବା ଅଭିଯୋଗ ହୋଇଛି। ସେମିତି ପର୍ଯ୍ୟଟନର ସହର ପୁରୀରେ ବି ନଳା ଭିତରେ ପାଣି ପାଇପ ଯିବା ଏକ ସାଧାରଣ ଘଟଣା। ଅଧିକାଂଶ ସାହିରେ ପାଣି ପାଇପ ଫାଟି ରାସ୍ତାରେ ଭାସୁଛି। ମାର୍କଣ୍ଡେଶ୍ବର ସାହି ଓ ବାଶେଳି ସାହି ଅଞ୍ଚଳରେ ତ ସ୍ଥିତି ସଂଗୀନ ହେଲାଣି।
Vigilance Catches Two Engineers: ୨ ଲାଞ୍ଚୁଆ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ: ନେଉଥିଲେ ୬୦ ହଜାର ଲାଞ୍ଚ...

Police SI Exam Scam: ପୋଲିସ SI ପରୀକ୍ଷା ସ୍କାମ: CBI ଚାର୍ଜସିଟ୍ରେ ଚାଞ୍ଚଲ୍ୟକର ତଥ୍ୟ...

Mid Day Meal Issue: ମଧ୍ୟାହ୍ନ ଭୋଜନ ବନ୍ଦ କରି ଘରକୁ ପଳାଇଲେ ପ୍ରଧାନ ଶିକ୍ଷକ; ଉପାସେ ରହିଲେ ଛାତ୍ରଛାତ୍ରୀ

Paddy Mandis Inactive: ଧାନ ମଣ୍ଡି ଅଚଳ; ଚାଷୀ ଅସନ୍ତୁଷ୍ଟ, କମ୍ ଦରରେ ବିକିବାକୁ ବାଧ୍ୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)