Advertisment

Mid Day Meal Issue: ମଧ୍ୟାହ୍ନ ଭୋଜନ ବନ୍ଦ କରି ଘରକୁ ପଳାଇଲେ ପ୍ରଧାନ ଶିକ୍ଷକ; ଉପାସେ ରହିଲେ ଛାତ୍ରଛାତ୍ରୀ

ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ କରିଦେଇ ନିଜ ଘରକୁ ଖାଇବାକୁ ପଳାଇଗଲେ ପ୍ରଧାନ ଶିକ୍ଷକ। ପାଣି ପିଇ ଉପବାସରେ ରହିଲେ ୧୦୯ ଜଣ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ବି ମିଳିଲାନି।

author-image
Pramod Behera
Mid Day Meal Issue

ମଧ୍ୟାହ୍ନ ଭୋଜନ ବନ୍ଦ କରି ଘରକୁ ପଳାଇଲେ ପ୍ରଧାନ ଶିକ୍ଷକ; ଉପାସେ ରହିଲେ ଛାତ୍ରଛାତ୍ରୀ Photograph: (OTV)

ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ କରିଦେଇ ନିଜ ଘରକୁ ଖାଇବାକୁ ପଳାଇଗଲେ ପ୍ରଧାନ ଶିକ୍ଷକ। ପାଣି ପିଇ ଉପବାସରେ ରହିଲେ ୧୦୯ ଜଣ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ବି ମିଳିଲାନି। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ଶୁକଦେବପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।

Advertisment

ସୂଚନା ମୁତାବକ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଯାଏ ୧୦୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପୂର୍ବରୁ ଏକ ସଂସ୍ଥା ମଧ୍ୟାହ୍ନ ଭୋଜନ ଖାଦ୍ୟ ବିତରଣ କରୁଥିଲା। ଖାଦ୍ୟ ନିମ୍ନମାନ ଅଭିଯୋଗ ହେବା ପରେ ଏକ ମାସ ଧରି ବିଦ୍ୟାଳୟ ପକ୍ଷରୁ ରୋଷେଇ କରି ଦେବାକୁ ଶିକ୍ଷା ବିଭାଗ ନିର୍ଦେଶ ଦେଇଥିଲା। 

ଏକ ମାସ ଧରି ବିଦ୍ୟାଳୟରେ ରୋଷେଇ ହେଉଥିବା ବେଳେ ସୋମବାର ହଠାତ୍ ପ୍ରଧାନ ଶିକ୍ଷକ ମଧ୍ୟାହ୍ନ ଭୋଜନ ରୋଷେଇ ବନ୍ଦ କରିଦେଇଛନ୍ତି।  ଫଳରେ ପିଲାମାନେ ଉପାବାସ ରହିବା ସହ ପାଣି ପିଇ ରହିଛନ୍ତି। 

Advertisment

ଏମିତିକି ବିଦ୍ୟାଳୟ ପକ୍ଷରୁ କୌଣସି ଶୁଖିଲା ଖାଦ୍ୟ ମଧ୍ୟ ଦିଆଗଲା ନାହିଁ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର କାଠ ମଧ୍ୟାହ୍ନ ଭୋଜନ ବିରତି ବେଳେ ନିଜ ଘରକୁ ଖାଇବାକୁ ପଳାଇଯାଇଥିଲେ। ଗଣମାଧ୍ୟମ ପ୍ରତିନିଧି ସ୍କୁଲରେ ପହଁଚିବା ଖବର ପାଇବା ପରେ ତରବରିଆ ଭାବରେ ବିଦ୍ୟାଳୟରେ ପହଞ୍ଚିଥିବା ଜଣାଯାଇଛି। ତାଙ୍କୁ ଘଟଣା ବାବଦରେ ପଚାରିବାରୁ ଆର୍ଥିକ ଅବସ୍ଥା ଖରାପ ପାଇଁ ମଧ୍ୟାହ୍ନ ଭୋଜନ ବନ୍ଦ ଥିବା ସେ କହିଛନ୍ତି।

Basudebpur Education News Mid-day Meal
Advertisment
Advertisment