/odishatv-khabar/media/media_files/2026/02/12/cuttack-cmc-food-raid-2026-02-12-15-42-44.jpg)
CMC Photograph: (OTV)
ପୁଳା ପୁଳା ବାସି ଖାଦ୍ୟ । ଭଣ ଭଣ ଗନ୍ଧେଇଲାଣି ମାଛ, ଚିକେନ୍... ଥରେ ଦେଖନ୍ତୁ ଏ ଖାଦ୍ୟର କି ଅବସ୍ଥା । ଏ ଭଜା ମାଛ ଓ ଅଣ୍ଡା ଦେଖିଲେ ଖାଇବା ତ ଦୂରର କଥା ଛୁଇଁବାକୁ ବି ଘୃଣା ଲାଗୁଛି । ହେଲେ ଏହି ବାସି ଖାଦ୍ୟ ପରଷା ଯାଉଥିଲା ଲୋକଙ୍କୁ । ରୋଗୀଠୁ ନେଇ ସଂପର୍କୀୟ ସମସ୍ତେ ଏଇଠୁ ଖାଉଛନ୍ତି ।
ଏହି ଦୃଶ୍ୟ କଟକ ମଙ୍ଗଳାବାଗ ସ୍ଥିତ ମେଡିକାଲ ରୋଡ଼ର । ପାଖରେ ବଡ଼ ମେଡିକାଲ ଓ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ । ଦୈନିକ ଶହ ଶହ ଲୋକେ ଖାଇବାକୁ ଆସୁଛନ୍ତି ଏଠିକୁ । କିନ୍ତୁ ଦେଖନ୍ତୁ ଏଠି ଥିବା ହୋଟେଲ ଓ ଖାଦ୍ୟଷ୍ଟଲର ପରିବେଶ । ଅତ୍ୟନ୍ତ ଅସ୍ୱାସ୍ଥ୍ୟକର, ଅପରିଷ୍କାର ପରିବେଶରେ ରୋଷେଇ । ତା' ସାଙ୍ଗକୁ ବାସିଖାଦ୍ୟ । ଖାଦ୍ୟ ତ ନୁହେଁ ଯେମିତି ରୋଗକୁ ନିମନ୍ତ୍ରଣ । ଯାହାକୁ ଦେଖିଲେ ଆପଣ ବାହାରେ ଖାଇବା ଭୁଲିଯିବେ ।
ମଙ୍ଗଳାବାଗ ସ୍ଥିତ ମେଡିକାଲ ରୋଡ଼ରେ ଆଜି ଚଢାଉ କରିଛି ସିଏମସି ସ୍ୱାସ୍ଥ୍ୟ ବିଭାଗ । ବାସି, ଅପମିଶ୍ରିତ ଓ ଏକ୍ସପାଏରୀ ଖାଦ୍ୟ ବିକ୍ରି ହେଉଥିବା ବେଳେ ମାଡି ବସିଛି ସିଏମସି । ଏହା ହେଉଛି ସେହି ରେଡ୍ ବେଳର ଦୃଶ୍ୟ । ହଣ୍ଡା ହଣ୍ଡା ବାସି ଡାଲି, ତରକାରୀ ଢାଳିଛନ୍ତି ସିଏମସି ଅଧିକାରୀ । ବିପୁଳ ପରିମାଣର ବାସି ଖାଦ୍ୟ ଜବତ ହେବା ସହ ଦୁଇଟି ହୋଟେଲକୁ ସିଲ୍ କରାଯାଇଛି ।
ଏପଟେ ବି ଟିକେ ନଜର ପକାନ୍ତୁ, ରାଜ୍ୟରେ ଗୁଟଖା, ତମାଖୁ ବ୍ୟାନ ହୋଇଥିବାବେଳେ ଏଠି ଲୁଚାଛପାରେ ଗୁଟଖା ବିକୁଥିଲେ ଦୋକାନୀ । ସିଏମସି ରେଡ୍ କରିବା ସହ କାଟିଛି ମୋଟା ଅଙ୍କର ଫାଇନ । ମେଡିକାଲ ରୋଡରେ ଥିବା ସମସ୍ତ ମେଡ଼ିସିନ ଦୋକନ, କେକ୍ ଦୋକାନ ଓ ହୋଟେଲମାନଙ୍କ ଉପରେ ଚଢ଼ାଉ କରାଯାଇଛି ଏବଂ ଦୋକାନୀମାନଙ୍କୁ ସଚେତନ କରାଯାଇଛି ।
କଟକରୁ ବିଶ୍ୱଜିତ୍ ଆଚାର୍ଯ୍ୟଙ୍କ ରିପୋର୍ଟ, ଓଟିଭି
AI Summit Impact: ଗୋଟିଏ ରାତି ପାଇଁ ୩୦ ଲକ୍ଷ, ରାତାରାତି ରାଜଧାନୀରେ ଆକାଶଛୁଆଁ ହୋଟେଲ ଭଡ଼ା

From Crash to Cover-Up: ଲାମ୍ବୋର୍ଗିନି ଦୁର୍ଘଟଣା: ଟାଇକୁନଙ୍କ ପୁଅ ଦୋଷ ଠେଲିବା ପାଇଁ ଠିକ୍ କରିଥିଲା ଡମି ଡ୍ରାଇଭର

Consumed Alcohol Inside School: ସ୍କୁଲରେ ମାତାଲ୍ ଦୁଇ ଛାତ୍ର, ମଦ ପିଇ ଚେତାଶୂନ୍ୟ

Transgender Murder Case: କିନ୍ନର ଅଞ୍ଜଳି ହତ୍ୟା ମାମଲାରେ ବଡ଼ ଖୁଲାସା, ସାମ୍ନାକୁ ଆସିଲା ସତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)