/odishatv-khabar/media/media_files/2026/02/12/delhi-hotel-cost-30-lakh-2026-02-12-15-23-57.jpg)
Delhi Photograph: (OTV)
ଗୋଟିଏ ରାତି ପାଇଁ ୩୦ ଲକ୍ଷ । ରାଜଧାନୀରେ ଆକାଶଛୁଆଁ ହୋଟେଲ ଭଡ଼ା । ୩୦ ଲକ୍ଷ ଦିଅ, ହୋଟେଲରେ ରୁହ ।
ଶୁଣିକି ଚମକି ପଡୁଛନ୍ତି କି ? ଯେତିକି ଟଙ୍କାରେ ଆପଣ ଗୋଟିଏ ଘର କିଣିପାରିବେ, ଏବେ ସେତିକି ଟଙ୍କା ରାଜଧାନୀରେ ଗୋଟିଏ ରାତିର ହୋଟେଲ ଭଡା । ଗୋଟିଏ ରାତି ଶୋଇବା ପାଇଁ ଆପଣଙ୍କୁ ଦିଲ୍ଲୀର ଲଗଜରୀ ହୋଟେଲରେ ଦେବାକୁ ପଡିବ ୩୦ ଲକ୍ଷ ଟଙ୍କା ।
ଏଆଇ ସମ୍ମିଳନୀ ପ୍ରଭାବ:
ଘଟଣା ହେଲା, ଆସନ୍ତା ଫେବୃଆରୀ ୧୬ରୁ ୨୦ ଯାଏଁ ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି ଏଆଇ ଇମ୍ପାକ୍ଟ ସମ୍ମିଳନୀ (AI Impact Summit) । ଏଥିରେ ଗୁଗଲ ସିଇଓ ସୁନ୍ଦର ପିଚାଇ ଓ OpenAIର ସାମ୍ ଅଲ୍ଟମ୍ୟାନଙ୍କ ଭଳି ବଡ଼ ବଡ଼ ଟେକ୍ ଲିଡର ସାମିଲ ହେବେ । ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ୧୦ ହଜାର ବିଦେଶୀ ପ୍ରତିନିଧି ଓ ପ୍ରାୟ ଦେଢ ଲକ୍ଷ ଲୋକେ ଇଭେଣ୍ଟରେ ସାମିଲ୍ ହେବାର କାର୍ଯ୍ୟକ୍ରମ ଅଛି । ତେଣୁ ଯେତେ ଯେତେ ଏହି ଏଆଇ ସମ୍ମିଳନୀର ତାରିଖ ପାଖେଇ ଆସୁଛି, ଦିଲ୍ଲୀରେ ହୋଟେଲ ରୁମ୍ର ଡିମାଣ୍ଡ ସେତେ ବଢିବାରେ ଲାଗିଛି । ଯେଉଁ ହୋଟେଲ ରୁମ୍ର ଦାମ୍ ୨୦-୩୦ ହଜାର ଥିଲା, ତାହା ଏବେ ଲକ୍ଷ ଲକ୍ଷ ଟଙ୍କା ।
ରାତିକ ପାଇଁ ୩୦ ଲକ୍ଷ:
ଖାସ୍ କରି ଫାଇଭ୍ ଷ୍ଟାର ଓ ଲଗଜରୀ ହୋଟେଲ ଭଡା ଶୁଣି ତ ଲୋକଙ୍କୁ ମୁଣ୍ଡ ବୁଲାଉଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏଆଇ ସମ୍ମିଳନୀ ସମୟରେ ତାଜ୍ ପ୍ୟାଲେସରେ ଗୋଟିଏ ପ୍ରେସିଡେନସିଆଲ ସୁଇଟସ୍ ର ଦାମ୍ ରାତିକ ପାଇଁ ୩୦ ଲକ୍ଷ ଟଙ୍କା ଓ ସାଧାରଣ ରୁମ୍ର ମୂଲ୍ୟ ପାଖାପାଖି ଅଢେଇ ଲକ୍ଷ ।
ସେହିପରି ଲିଲା ପ୍ୟାଲେସରେ ଏକ ଲଗଜରୀ ସୁଇଟସ୍ର ଦାମ୍ ସାଧାରଣତଃ ଲକ୍ଷେରୁ ଲକ୍ଷେ ୧୫ ହଜାର ରହୁଥିବା ବେଳେ ତାହା ଏବେ ୧୪ ଲକ୍ଷ ୪୦ ହଜାର ଟଙ୍କା । ଏପରିକି ଏବେଠୁ ଆଇଟିସି ମୌର୍ଯ୍ୟ ଭଳି କିଛି କିଛି ହୋଟେଲରେ ବୁକିଂ ବନ୍ଦ ହୋଇସାରିଥିବା ବେଳେ ବାକି ଫାଇଭ୍ ଷ୍ଟାର ହୋଟେଲଗୁଡିକର ଭଡା ୧୦ରୁ ୨୦ ଲକ୍ଷ ଟଙ୍କା ରହିଛି ।
ବ୍ୟୁରୋ ରିପୋର୍ଟ, ଓଟିଭି
Consumed Alcohol Inside School: ସ୍କୁଲରେ ମାତାଲ୍ ଦୁଇ ଛାତ୍ର, ମଦ ପିଇ ଚେତାଶୂନ୍ୟ

Transgender Murder Case: କିନ୍ନର ଅଞ୍ଜଳି ହତ୍ୟା ମାମଲାରେ ବଡ଼ ଖୁଲାସା, ସାମ୍ନାକୁ ଆସିଲା ସତ

Pakistan Toilet Paper: 'ପାକିସ୍ତାନ ଆମେରିକାର ଟଏଲେଟ୍ ପେପର, ୟୁଜ୍ କରି ଫୋପାଡିଦେଲା'

Ratna Bhandar Counting: ରତ୍ନଭଣ୍ଡାର ଗଣତି ମଣତି ପ୍ରସଙ୍ଗ, ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)