/odishatv-khabar/media/media_files/2026/01/15/nippa-virus-2026-01-15-17-16-16.jpg)
ପଶ୍ଚିମବଙ୍ଗରେ ସନ୍ଦିଗ୍ଧ ନିପା ଭୂତାଣୁ ସଂକ୍ରମଣ ଦେଖା ଦେବା ପରେ ଓଡିଶାରେ ବଢିଛି ଛନକା। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଓଡ଼ିଶାରେ ନିପା ଭାଇରସ୍ ରୋଗୀ ଚିହ୍ନଟ ହୋଇନାହାନ୍ତି। ଓଡ଼ିଶାକୁ ଏଯାଏଁ ବ୍ୟାପିନି, ତେଣୁ ଓଡ଼ିଶା ଭୟ କରିବା ଦରକାର ନାହିଁ।
କେନ୍ଦ୍ର ଏଯାଏଁ ନିର୍ଦ୍ଦେଶନାମା ଜାରି କରିନି। ଯାହା ୨୦୨୩ରେ ମାର୍ଗଦର୍ଶିକା ଆସିଥିଲା, ତାହା ପାଳନ କରାଯାଉ। କେନ୍ଦ୍ର ନିର୍ଦ୍ଦେଶ ନ ଦେବା ଯାଏଁ ଓଡ଼ିଶାରେ କୌଣସି ଅସୁବିଧା ହେବ ନାହିଁ। ଭାରତ ସରକାରଙ୍କ ଟିମ୍ ପଶ୍ଚିମବଙ୍ଗ ଯାଇ କାମ କରୁଛନ୍ତି। ପଶ୍ଚିମବଙ୍ଗରେ ନିପା ଭାଇରସରେ ୨ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ହୋଇଛନ୍ତି।
ନିପା ଭାଇରସ୍ ସାଧାରଣତଃ ବାଦୁଡ଼ି ଦ୍ୱାରା ବ୍ୟାପିଥାଏ। ଘୁଷୁରୀ କିମ୍ବା ଅନ୍ୟ କିଛି ପ୍ରାଣୀଙ୍କ ଦ୍ୱାରା ମଧ୍ୟ ମଣିଷକୁ ବ୍ୟାପିପାରେ। ମଣିଷର ମସ୍ତିଷ୍କକୁ ପ୍ରଭାବିତ କରେ ନିପା ଭାଇରସ୍। ଏହି ଭାଇରସ୍ ପାଇଁ କୌଣସି ଔଷଧ କିମ୍ବା ଟୀକା ନାହିଁ। ପ୍ରାରମ୍ଭିକ ଲକ୍ଷଣ ସାଧାରଣ ଜ୍ୱର ପରି ଦେଖାଯାଏ। ଏଥିସହ ମୁଣ୍ଡବ୍ୟଥା, ଗଳା ଯନ୍ତ୍ରଣା, ବାନ୍ତି, ଡାଇରିଆ, ମାଂସପେଶୀରେ ଯନ୍ତ୍ରଣା, ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ। ବାଦୁଡ଼ି କିମ୍ବା ଘୁଷୁରୀଙ୍କ ସଂସ୍ପର୍ଶକୁ ଯାଆନ୍ତୁ ନାହିଁ। ତଳେ ପଡ଼ିଥିବା କଞ୍ଚା ଫଳ ଖାଇବାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ।
Childless Couple Protests : ଛୁଆକୁ ଫେରାଇବାକୁ ଦାବି କରି, ଜିଲ୍ଲାପାଳଙ୍କ ଅଫିସରେ ଦମ୍ପତ୍ତିଙ୍କ ଜୀବନ ହାରିବାକୁ ଉଦ୍ୟମ

ED Row Escalates: ମମତା ବାନାର୍ଜୀ ବନାମ ଇଡି ବିବାଦ, ସୁପ୍ରିମକୋର୍ଟରେ ପଶ୍ଚିମବଙ୍ଗ ସରକାରଙ୍କୁ ୫ ବଡ଼ ଝଟକା

Protests against coal mining : କୋଇଲା ଖଣିକୁ ବିରୋଧ ବେଳେ ଖଣ୍ଡଯୁଦ୍ଧ, ଠିକା କମ୍ପାନୀ ଓ ଗାଁ ଲୋକ ମୁହାଁମୁହିଁ

Love Insurance Rewards: ପ୍ରେମ ବେଳେ ବୀମା, ବିବାହ ପରେ ମାଲାମାଲ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)