Advertisment

Protests against coal mining : କୋଇଲା ଖଣିକୁ ବିରୋଧ ବେଳେ ଖଣ୍ଡଯୁଦ୍ଧ, ଠିକା କମ୍ପାନୀ ଓ ଗାଁ ଲୋକ ମୁହାଁମୁହିଁ

କୋଇଲା ଖଣିକୁ ବିରୋଧ ବେଳେ ଖଣ୍ଡଯୁଦ୍ଧ। ଥଇଥାନ, କ୍ଷତିପୂଣର ଓ ନିଯୁକ୍ତି ଦାବିରେ ଠିକା କମ୍ପାନୀ ଓ ଗାଁ ଲୋକ ମୁହାଁମୁହିଁ। ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଗୋପୀବଲ୍ଲଭପୁର ଗାଁରେ ଦେଖାଦେଇଛି ଉତ୍ତେଜନା।

author-image
Satyajeet Sahoo
anugul

କୋଇଲା ଖଣିକୁ ବିରୋଧ ବେଳେ ଖଣ୍ଡଯୁଦ୍ଧ। ଥଇଥାନ, କ୍ଷତିପୂଣର ଓ ନିଯୁକ୍ତି ଦାବିରେ ଠିକା କମ୍ପାନୀ ଓ ଗାଁ ଲୋକ ମୁହାଁମୁହିଁ। ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଗୋପୀବଲ୍ଲଭପୁର ଗାଁରେ ଦେଖାଦେଇଛି ଉତ୍ତେଜନା। ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଠିକା କମ୍ପାନୀ ବୁଲଡୋଜର ଧରି ପହଞ୍ଚିବାରୁ ପ୍ରବଳ ବିରୋଧ କରିଥିଲେ ଗାଁ ଲୋକ। ନାଲକୋର ଉତ୍କଳ-ଡି ଓ ଇ-କୋଇଲା ଖଣି ଦେଇ ଯାଇଥିବା ପ୍ରାକୃତିକ ନାଳର ଗତିପଥ ପରିବର୍ତ୍ତନ ପାଇଁ ସର୍ଭେ ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

Advertisment

ପୋଲିସ ଉପସ୍ଥିତିରେ ଠିକା କମ୍ପାନୀ ମୈତ୍ରୀ ଲୋକ ଓ ଗ୍ରାମବାସୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏହି ଘଟଣାରେ ପୋଲିସ ପୋଲିସ ୧୬ ଜଣଙ୍କୁ ଗିରଫ କରିଛି। ଗ୍ରାମବାସୀ ଅଭିଯୋଗ କରିଛନ୍ତି, କ୍ଷତିପୂରଣ, ଥଇଥାନ ଓ ନିଯୁକ୍ତି ନଦେଲେ ଜାଗା ଛାଡ଼ିବୁ ନାହିଁ। ଛେଣ୍ଡିପଦା ତହସିଲଦାର କହିଛନ୍ତି, କମ୍ପାନୀ ଦ୍ବାରା ଅଧିଗ୍ରହଣ ହୋଇଥିବା ଜମି ଉପରେ ସର୍ଭେ କାମ ଚାଲିଥିଲା। କିଛି ଗ୍ରାମବାସୀ ବିରୋଧ କରି ବିଶୃଙ୍ଖଳା ସୃଷ୍ଟି କରିଥିଲେ। କାହାର କିଛି ଅଭିଯୋଗ ଥିଲେ ଜଣାଇପାରିବେ ବୋଲି ତହସିଲଦାର କହିଛନ୍ତି। ତେବେ ଏନେଇ ସଂପୃକ୍ତି କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି। 

Protest Odisha Coal Mining Coal Anugul
Advertisment
Related Articles
Advertisment