କିସ୍ରେ ଛାତ୍ରଛାତ୍ରୀଙ୍କ ରହଣୀ ଅତି ନିମ୍ନମାନର, ଆଦିବାସୀ ପିଲା ରହୁଥିବା କୋଠରୀ ଗୁଡ଼ିକରେ ଅତ୍ୟଧିକ ଭିଡ଼ ଓ ଆବଶ୍ୟକ ପରିମାଣର ଟଏଲେଟର ଅଭାବ, ଅପରିଷ୍କାର ପରିବେଶ ସାଙ୍ଗକୁ ମୌଳିକ ସୁବିଧାର ଅଭାବ ନେଇ ଦୀର୍ଘ ୮ବର୍ଷ ତଳୁ ଅର୍ଥାତ୍ ୨୦୧୭ ଜୁଲାଇ ୬ରେ ଜିଲ୍ଲା ଶିଶୁ ବିକାଶ କଲ୍ୟାଣ କମିଟି ବା CWC ରିପୋର୍ଟ ଓ ସୁପାରିସ କରିଥିଲେ । ହେଲେ ତାର କାହିଁକି ହୋଇନି ଅନୁପାଳନ ? ସେ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କଠୁ ସ୍ପଷ୍ଟୀକରଣ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ ।
ସେହିଭଳି ପିଲାଙ୍କ ସୁରକ୍ଷା, ଛାତ୍ରଛାତ୍ରୀଙ୍କ ପ୍ରତି ଧର୍ମ, ଜାତୀୟତା ଓ ଲିଙ୍ଗ ବର୍ଣ୍ଣ ଆଦି ପାତରଅନ୍ତର ରୋକିବା ସମ୍ପର୍କରେ କିସ୍ର ୟୁଜିସି ଗାଇଡଲାଇନ୍ ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣକରି ରିପୋର୍ଟ ଦେବାକୁ ୟୁଜିସି ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି NHRC ସଦସ୍ୟ ପ୍ରିୟଙ୍କ କାନୁନଗୋ । ଏପଟେ ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି ଏନଏଚଆରସିଙ୍କ ପାଖରୁ ନିର୍ଦ୍ଦେଶନାମା ଆସିଥିବା କଥା ସେ ଗଣମାଧ୍ୟମରୁ ଜାଣିବାକୁ ପାଇଛନ୍ତି। ସେଠୁ ଯାହା ବି ନିର୍ଦ୍ଦେଶନାମା ଆସିବ ତାକୁ ପାଳନ କରାଯିବ ।
Published By: Deviprasad Jena
Last updated: 28 March 2025, 11:16 PM IST
ଖୋଲିପାରେ ପୂର୍ବ ସରକାର ସମୟରେ ମିଶ୍ରଣ ପାଇଁ ବନ୍ଦ ପଡ଼ିଥିବା ସ୍କୁଲର ତାଲା । ଏନେଇ ସରକାରଙ୍କ ନୀତିଗତ ନିଷ୍ପତ୍ତି ବାବଦରେ ଗୃହରେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଯେଉଁ ସବୁ ଅଞ୍ଚଳରୁ ନିବେଦନ ଆସିବ ସେଠାରେ ଜିଲ୍ଲା କମିଟି ଓ ରାଜ୍ୟ କମିଟି ଅନୁମୋଦନ କ୍ରମେ ଗଣଶିକ୍ଷା ବିଭାଗ ଚୂଡାନ୍ତ ଅନୁମତି ଦେବ ।