/odishatv-khabar/media/media_files/2026/02/23/berhampur-matric-student-suicide-2026-02-23-20-05-26.jpg)
Berhampur Photograph: (OTV)
ଜୀବନ ହାରିଲେ ମାଟ୍ରିକ ଛାତ୍ରୀ । ଇଂରାଜୀ ପରୀକ୍ଷା ଦେଲେ, ଘରେ ଆସି ଝୁଲି ପଡିଲେ । ପରୀକ୍ଷା କେନ୍ଦ୍ରରେ ଏମିତି କ'ଣ ଘଟିଲା ଛାତ୍ରୀଙ୍କ ସହ ? କାହିଁକି ଦେଇଦେଲେ ଜୀବନ ? ବ୍ରହ୍ମପୁର ସହରର ଶ୍ରୀରାମନଗର ଅଞ୍ଚଳରେ ଘଟିଯାଇଛି ଏଭଳି ଏକ ହୃଦୟ ବିଦାରକ ଘଟଣା । ମାଟ୍ରିକ ପରୀକ୍ଷା ଦେଉଥିବା ଜଣେ ଛାତ୍ରୀ ପରୀକ୍ଷା ଦେଇ ଫେରିବା ପରେ ଘରେ ଫାଶୀ ଲଗାଇ ଜୀବନ ହାରିଛନ୍ତି ।
ଛାତ୍ରୀ ଜଣକ ସ୍କୁଲକୁ କପି ନେଇଥିଲେ । ଆଉ କପି ଧରାପଡିବା ପରେ ଜଣେ ଶିକ୍ଷୟିତ୍ରୀ ତାଙ୍କୁ ଏକ୍ସପେଲ କରିବାକୁ ଧମକ ଦେଇଥିବାରୁ ସେ ଭୟରେ ଏଭଳି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି ।
ଶନିବାର ଦିନ ଥିଲା ଇଂରାଜୀ ପରୀକ୍ଷା । ପରୀକ୍ଷା ସାରି ଘରକୁ ଫେରିଥିଲେ ଛାତ୍ରୀ । ଏହାପରେ ମାଆକୁ ମିକ୍ଚର ମାଗି ଖାଇଥିଲେ । ହେଲେ ମାଆ କୌଣସି କାମରେ ବାହାରକୁ ଯିବା ପରେ ବେକରେ ଲୁଗା ଲଗାଇ ଫାଶି ଦେଇଥିଲେ। ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିବା ବେଳେ ମୃତ ଘୋଷଣା କରିଥିଲେ ଡାକ୍ତର ।
ପରିବାର ଲୋକେ ତାଙ୍କ ସାଙ୍ଗସାଥୀଙ୍କଠୁ ଜାଣିବାକୁ ପାଇଛନ୍ତି ଯେ, ଘଟଣା ଦିନ ଛାତ୍ରୀ ଜଣକ ବିଦ୍ୟାଳୟ ଗେଟ୍ ଆଗରେ ତାଙ୍କଠୁ ବାହାରିଥିବା କପି ଫୋପାଡି ଦେଇଥିଲେ । ହେଲେ ଏହା ଦେଖି ଜଣେ ଶିକ୍ଷୟିତ୍ରୀ ତାଙ୍କୁ ନାନା ଧମକ ଦେଇଥିଲେ । ୩ ବର୍ଷ ପରୀକ୍ଷା ଦେଇପାରିବୁ ନାହିଁ ବୋଲି ଧମକାଇଥିଲେ । ଏନେଇ ସେ ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଏହି ଘଟଣା ନେଇ ଥାନାରେ ଏତଲା ଦେଇଛନ୍ତି ଛାତ୍ରୀଙ୍କ ପରିବାର ଲୋକେ । ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଭିଭିଗିରି ବାଳିକା ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ କହିବା କଥା, ଏଭଳି କୌଣସି ଘଟଣା ସଂପର୍କରେ ସେ ଜାଣିନାହାନ୍ତି । ଦରକାର ପଡିଲେ ସିସିଟିଭି ଯାଞ୍ଚ କରାଯାଇ ଦୋଷୀ ବିରୋଧରେ ଆକ୍ସନ ନିଆଯିବ । ତେବେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନି ।
ବ୍ରହ୍ମପୁରରୁ ଅଶୋକ ବ୍ରହ୍ମାଙ୍କ ରିପୋର୍ଟ, ଓଟିଭି
Red Rebellion Weakens: ଓଡ଼ିଶାରେ ଇତିହାସ ପାଲଟିବେ ‘ମାଓବାଦୀ’, ନିଖିଲ-ଇନ୍ଦୁଙ୍କ ସରେଣ୍ଡର ପରେ ରହିଲେ ହାତ ଗଣତି

Multi-Speciality Hospital: କେନ୍ଦ୍ରାପଡାରେ ହେବ ବଡ଼ ହସ୍ପିଟାଲ, ମିଳିବ ସବୁ ମାଗଣା...

Astrological Warning: ଦୋଳ ପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ; ଏହି ୬ ରାଶି ପାଇଁ ଗ୍ରହଣ ଦର୍ଶନ ଅଶୁଭ କହିଲେ ଜ୍ୟୋତିର୍ବିଦ

Gold Record Highs: ପୁଣି ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର, ଦିନକରେ ବଢିଗଲା ଏକାଥରେ ଏତେ ଟଙ୍କା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)