କୋଟିଆ ପାଇଁ ଅଣ୍ଟା ଭିଡ଼ା !
କୋଟିଆ ବିବାଦର ହେବ କି ସମାଧାନ ? ସ୍ବତନ୍ତ୍ର କମିଟି କରିବାକୁ ସରକାରଙ୍କ ନିଷ୍ପତ୍ତି । ଖୁବଶୀଘ୍ର ଆସିବ ଗ୍ରାଉଣ୍ଡ ରିପୋର୍ଟ, ସରକାର ନେବେ ପଦକ୍ଷେପ । ଆନ୍ଧ୍ର-ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ଥିବା କୋଟିଆକୁ ନେଇ ବିବାଦ ଥମୁ ନଥିବା ବେଳେ ଆନ୍ଧ୍ରର ସକ୍ରିୟତା ଚିନ୍ତାକୁ ବଢାଇଛି । ଯାହାକୁ ନେଇ ରାଜନୀତି ବି ଜୋର୍ ଧରିଛି ।
Advertisment
କୋଟିଆ ପାଇଁ କମିଟି କରିବେ ରାଜ୍ୟ ସରକାର । ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଢାଯିବ କମିଟି । ଖୁବ୍ ଶୀଘ୍ର ଗ୍ରାଉଣ୍ଡ ସ୍ଥିତି ପରଖି ସରକାରଙ୍କୁ ରିପୋର୍ଟ ଦେବ କମିଟି । ଆନ୍ଧ୍ର-ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ଥିବା କୋରାପୁଟର କୋଟିଆକୁ ନେଇ ବିବାଦ ଥମୁନି । ଆନ୍ଧ୍ର ସରକାର ଠାରୁ ଅନେକ ସରକାରୀ ଯୋଜନାରେ ଉପକୃତ ହେଉଛନ୍ତି ଏଠିକାର ବାସିନ୍ଦା । ଏପରିକି ସ୍କୁଲଗୁଡିକରେ ଓଡ଼ିଆ ବଦଳରେ ତେଲୁଗୁରେ ପାଠ ପଢାଯାଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)