Advertisment

Pahalgam Terrorist Attack: ପହଲଗାମ୍‌ ଆକ୍ରମଣକାରୀଙ୍କୁ ଧରିବାକୁ ଶ୍ରୀଲଙ୍କାରେ ତଲାସୀ

ପହଲଗାମ ନରସଂହାରରେ ଲିପ୍ତ ଆତଙ୍କବାଦୀ ମାନେ ଦେଶ ଛାଡି ପଳାୟନ କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। କଲମ୍ବୋ ଅଭିମୁଖେ ଚେନ୍ନାଇରୁ ଯାଉଥିବା ବିମାନରେ ୬ ଜଣ ଆତଙ୍କବାଦୀ ପଳାୟନ କରିଥିବା ନେଇ ଆଶଙ୍କା କରିଛି ଗୁଇନ୍ଦା ବିଭାଗ।

author-image
Deviprasad Jena

ପହଲଗାମ ନରସଂହାରରେ ଲିପ୍ତ ଆତଙ୍କବାଦୀ ମାନେ ଦେଶ ଛାଡି ପଳାୟନ କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। କଲମ୍ବୋ ଅଭିମୁଖେ ଚେନ୍ନାଇରୁ ଯାଉଥିବା ବିମାନରେ ୬ ଜଣ ଆତଙ୍କବାଦୀ ପଳାୟନ କରିଥିବା ନେଇ ଆଶଙ୍କା କରିଛି ଗୁଇନ୍ଦା ବିଭାଗ। ଜଣେ ପୋଲିସ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିମାନରେ ଆତଙ୍କବାଦୀ ମାନେ ଥିବା ନେଇ ସନ୍ଦେହ ପ୍ରକାଶ କରାଯାଇଥିଲା । 

Advertisment

ଚେନ୍ନାଇରୁ ଛାଡିଥିବା ବିମାନଟି ଶ୍ରୀଲଙ୍କାର ବନ୍ଦରାନାଇକେ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଧ୍ୟାହ୍ନ ୧୧.୫୯ ମିନିଟରେ ପହଞ୍ଚିଥିଲା। ଭାରତୀୟ ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶ୍ରୀଲଙ୍କାରେ ବିମାନ ଅବତରଣ କରାଯିବା ପରେ ଚେକ କରାଯାଇଥିଲା। ସ୍ଥାନୀୟ ଅଧିକାରୀଙ୍କ ସହାୟତାରେ ବିମାନର ସମ୍ପୂର୍ଣ୍ଣ ଚେକ କରାଯାଇଥିଲା। ତେବେ ଆତଙ୍କବାଦୀଙ୍କ ସନ୍ଧାନ ମିଳିଛି କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ।

Srilanka Jammu Kashmir Pahalgam Terrorist Attack Pahalgam Attack
Advertisment
Advertisment