/odishatv-khabar/media/media_files/2025/11/21/vastu-tips-for-business-travel-2025-11-21-17-17-09.jpg)
ଚାକିରି ଓ ବ୍ୟବସାୟ ପାଇଁ ଟ୍ରାଭେଲ୍ ଟିପ୍ସ Photograph: (OTV)
ଦିଗପାଗ ଅନୁକୂଳ ଥିଲେ, ଯାତ୍ରାରେ ଅପାର ସଫଳତା ମିଳିବ। ମୌଳିକ ଭାବରେ ଏହା ବ୍ୟକ୍ତିମାନଙ୍କ ପାଇଁ ବିଶେଷକରି ବ୍ୟବସାୟ ଉଦ୍ଦେଶ୍ୟରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେଣୁ, ଆପଣ ସଠିକ୍ ସମୟର ଅପେକ୍ଷା କରନ୍ତୁ ଏବଂ ସଠିକ୍ ଦିଗକୁ ଯାତ୍ରା କରନ୍ତୁ। ସଫଳ ଜୀବନ ଯାପନ କରିବା ପାଇଁ ନିମ୍ନରେ ସର୍ବୋତ୍ତମ ଯାତ୍ରା ବାସ୍ତୁ ଟିପ୍ସ (Vastu Tips) ଅନୁସରଣ କରନ୍ତୁ:
ଟିପ୍ସ ନମ୍ବର-୧: ଯାତ୍ରାର ଦିଗ ଏବଂ ଉଦ୍ଦେଶ୍ୟ
ସଫଳ ଫଳାଫଳ ପାଇବା ପାଇଁ ହୋଟେଲ କୋଠରିଗୁଡ଼ିକୁ ଯତ୍ନର ସହିତ ବାଛନ୍ତୁ ଏବଂ ଆପଣଙ୍କ ଯାତ୍ରାର ଉଦ୍ଦେଶ୍ୟ ଅନୁସାରେ ଉପଯୁକ୍ତ ଦିଗ ଓ କୋଠରିର ପ୍ରବେଶ ଦ୍ୱାର ଯାଞ୍ଚ କରନ୍ତୁ। ଉଦାହରଣ ସ୍ୱରୂପ, ଯଦି ଆପଣ ଉତ୍ପାଦ ବିକ୍ରି କରିବା ଏବଂ ଅର୍ଡର ପାଇବା ଉଦ୍ଦେଶ୍ୟରେ ଯାତ୍ରା କରୁଛନ୍ତି, ତେବେ ଏହି କ୍ଷେତ୍ରରେ ଆପଣ ଦକ୍ଷିଣ ଦିଗର ହୋଟେଲରେ ରହିବା ଉଚିତ୍, ଯାହାର ଉତ୍ତର ପ୍ରବେଶ ଦ୍ୱାର ଥିବ।
ଯଦି ଇକ୍ୱିଟି ପ୍ଲେସମେଣ୍ଟ ଏବଂ ଯୁଗ୍ମ ଉଦ୍ୟୋଗ ପାଇଁ ଯାତ୍ରା କରୁଛନ୍ତି, ତେବେ ହୋଟେଲର ପୂର୍ବ ଭାଗରେ ରହନ୍ତୁ, ଯାହାର ପ୍ରବେଶ ଦ୍ୱାର ପଶ୍ଚିମ କିମ୍ବା ପଶ୍ଚିମର ଦକ୍ଷିଣ ପଶ୍ଚିମ। ଯଦି ଆପଣଙ୍କ ଏକମାତ୍ର ଉଦ୍ଦେଶ୍ୟ ବିକ୍ରେତା କିମ୍ବା ସପ୍ଲାୟରଙ୍କୁ ଭେଟିବା, ତେବେ ପଶ୍ଚିମରେ ଏକ କୋଠରି ନିଅନ୍ତୁ, ଯାହାର ପ୍ରବେଶ ଦ୍ୱାର ପୂର୍ବ ଦିଗକୁ ଥିବ। ଆର୍ଥିକ ତହବିଲ ଏବଂ ସଂସ୍ଥାଗୁଡ଼ିକ ପାଇଁ, ହୋଟେଲର ଉତ୍ତର-ପଶ୍ଚିମ ଦିଗରେ ରହନ୍ତୁ, ଯାହାର ଉତ୍ତର କିମ୍ବା ଦକ୍ଷିଣ-ପୂର୍ବ ପ୍ରବେଶ ଦ୍ୱାର ଅଛି।
ଉତ୍ତର-ପୂର୍ବ ଦିଗ ବିଦେଶ ଯାତ୍ରାର ସମ୍ଭାବନା ଖୋଲେ। ଉତ୍ତର-ପୂର୍ବର ପୂର୍ବ ପ୍ରବେଶ ଦ୍ୱାର, ନାମ ଏବଂ ଖ୍ୟାତି ସହିତ ବିଦେଶ ଯାତ୍ରାର ସମ୍ଭାବନା ଦେଇଥାଏ। ଦକ୍ଷିଣ-ପଶ୍ଚିମର ପଶ୍ଚିମ ପ୍ରବେଶ ଦ୍ୱାର ଆପଣଙ୍କ ବିଦେଶ ଯାତ୍ରାର ସୁଯୋଗକୁ ବନ୍ଦ କରିଦେବ। ଉତ୍ତର-ପଶ୍ଚିମ ଦିଗର ଶୋଇବା କୋଠରିରେ ଶୋଇବା ଦ୍ୱାରା ବିଦେଶ ଯିବାର ସମ୍ଭାବନା ବଢ଼ାଇଥାଏ।
ଶିକ୍ଷା କିମ୍ବା ଧନ ଉପାର୍ଜନ ଉଦ୍ଦେଶ୍ୟରେ ବିଦେଶ ଯାତ୍ରା କରୁଥିଲେ, ଉତ୍ତର-ପଶ୍ଚିମକୁ ଉତ୍ତର ସହିତ ସନ୍ତୁଳନ କରନ୍ତୁ। ଉତ୍ତର ଦିଗରେ ଜଳ ଝରଣା, ମାଛ ଆକ୍ୱାରିୟମ୍ ଏବଂ ନୀଳ ରଙ୍ଗ ରଖନ୍ତୁ। ଏହି ସମସ୍ତ ବାସ୍ତୁଶାସ୍ତ୍ର ଟିପ୍ସ ଆପଣଙ୍କୁ ସଫଳ ଜୀବନ ଏବଂ କ୍ୟାରିଅର୍ ତିଆରିରେ ସାହାଯ୍ୟ କରିବ।
ଟିପ୍ସ ନମ୍ବର-୨: ନିର୍ଦ୍ଦିଷ୍ଟ ଦିନ ଏବଂ ଦିଗ
ଭାରତୀୟ ବାସ୍ତୁ ଓ ପୁରାଣଶାସ୍ତ୍ରରେ ଉଚିତ୍ ଦିନ ବାର ତିଥି ଓ ସମୟର ଗୁରୁତ୍ୱ ରହିଛି। ଆମର ଦୈନନ୍ଦିନ କାର୍ଯ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ। ତେଣୁ ଏହି ଦିନ ବାର ତିଥି ଓ ସମୟକୁ ଦୃଷ୍ଟିରେ ରଖି ଆପଣ ନିଜର ହଲିଡେ ପ୍ୟାକେଜ୍ ବାଛନ୍ତୁ ଏବଂ ନିରାପଦରେ ପୂର୍ଣ୍ଣ ଆନନ୍ଦ ସହିତ ଯାତ୍ରା କରନ୍ତୁ।
ଶାସ୍ତ୍ର ଅନୁଯାୟୀ, ଆପଣ କିଛି ନିର୍ଦ୍ଦିଷ୍ଟ ଦିନରେ କିଚି ନିର୍ଦ୍ଦିଷ୍ଟ ଦିଗକୁ ଯିବା ଅନୁଚିତ। ଯଦି ଜରୁରି କାମ ନାହିଁ ତେବେ ସେହି ଦିଗକୁ ଯିବା ଏଡ଼ାଇ ଦିଅନ୍ତୁ। କେଉଁ ବାରରେ କେଉଁ ଦିନକୁ ଯିବା ଅନୁଚିତ ନିମ୍ନରେ ପଢ଼ନ୍ତୁ।
- ସୋମବାର ଉତ୍ତର ଦିଗକୁ ଯାତ୍ରା କରନ୍ତୁ ନାହିଁ।
- ମଙ୍ଗଳବାର ଦକ୍ଷିଣ-ପୂର୍ବ ଦିଗକୁ ଯିବାକୁ ଥିଲେ ଏଡ଼ାଇ ଦିଅନ୍ତୁ।
- ବୁଧବାର ପଶ୍ଚିମ ଦିଗକୁ ଯାତ୍ରା କରିବାକୁ ଥିଲେ ଯାଆନ୍ତୁ ନାହିଁ।
- ଗୁରୁବାରରେ ଉତ୍ତର-ପୂର୍ବ ଦିଗକୁ କରିବାକୁ ଥିବା ଯାତ୍ରାକୁ ଏଡ଼ାଇ ଦିଅନ୍ତୁ।
- ଶୁକ୍ରବାରରେ ଦକ୍ଷିଣ ଦିଗକୁ ଯାତ୍ରା କରନ୍ତୁ ନାହିଁ।
- ଶନିବାରରେ ଉତ୍ତର-ପଶ୍ଚିମ ଦିଗକୁ ଯାତ୍ରା କରିବାକୁ ଥିଲେ ଯାଆନ୍ତୁ ନାହିଁ।
- ସେହିପରି ରବିବାର ଦିନ ଦକ୍ଷିଣ-ପଶ୍ଚିମ ଦିଗକୁ ଯାତ୍ରା କରିବାକୁ ଥିଲେ ତାକୁ ଏଡ଼ାନ୍ତୁ।
- ଏହି ନିର୍ଦ୍ଦିଷ୍ଟ ଦିନଗୁଡ଼ିକର ବିପରୀତ ଶୁଭ ବୋଲି ବିଶ୍ୱାସ କରାଯାଏ।
- ରବିବାର, ଗୁରୁବାର ଓ ଶୁକ୍ରବାର ରାତି ଯାତ୍ରା କ୍ଷତିକାରକ ନୁହେଁ।
- ସୋମବାର, ମଙ୍ଗଳବାର ଏବଂ ଶନିବାର ଦିନ ଯାତ୍ରା ପସନ୍ଦଯୋଗ୍ୟ।
ଟିପ୍ସ ନମ୍ବର-୩: ନେଗେଟିଭ୍ ହୁଅନ୍ତୁ ନାହିଁ, ଭଦ୍ରାମୀ ରଖନ୍ତୁ
ସର୍ବଦା ଆପଣଙ୍କ ଇଷ୍ଟଦେବତା ଏବଂ ପ୍ରାଚୁର୍ଯ୍ୟର ଦେବଦେବୀଙ୍କୁ ସ୍ମରଣ କରନ୍ତୁ। ଯାତ୍ରାରେ ବାଧା ଏଡ଼ାଇବା ପାଇଁ କେବେବି ନକାରାତ୍ମକ ଶବ୍ଦ କୁହନ୍ତୁ ନାହିଁ କିମ୍ବା ଚିନ୍ତା କରନ୍ତୁ ନାହିଁ। ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ, କଦାପି ଅଶ୍ଳୀଳ ଭାଷା ବ୍ୟବହାର କରନ୍ତୁ ନାହିଁ, କିମ୍ବା ମହିଳା, ନଦୀ, ଦେବତା, ଅଗ୍ନି, ପବନ, ବୟୋଜ୍ୟେଷ୍ଠ ଇତ୍ୟାଦିଙ୍କୁ ଥଟ୍ଟା କରନ୍ତୁ ନାହିଁ।
ଟିପ୍ସ ନମ୍ବର-୪: ଡାହାଣ ପାଦ ବାହାର କରନ୍ତୁ
ଘରୁ ବାହାରିବା ଆଗରୁ ଆମେ ଶୁଭ ବେଳା ଦେଖି ବାହାରୁ। କିଛି କିଛି ଲୋକ ନାକର କେଉଁ ପୁଡ଼ାରେ ପବନ ଯାଉଛି, ତାହା ପରଖି ଦେଖନ୍ତି। ତେବେ ଏସବୁ ବେକାର ଅନ୍ଧବିଶ୍ୱାସ ନୁହେଁ। ଏହାରୁ ଶାସ୍ତ୍ରୀ ଯେକୌଣସି ଯାତ୍ରା ପାଇଁ ଚାଲିବା ଆରମ୍ଭ ସମୟରେ, ସର୍ବଦା ଡାହାଣ ପାଦ ପ୍ରଥମେ ବାହାର କରନ୍ତୁ। ଏହା ସହିତ ଯଦି ଆପଣ କାର୍ଯ୍ୟ ଉଦ୍ଦେଶ୍ୟରେ ଯାତ୍ରା କରୁଛନ୍ତି ତେବେ କିଛି ଟଙ୍କା ଦାନ କରନ୍ତୁ। ଆପଣ ଗାଈକୁ ସବୁଜ ଖାଦ୍ୟ କିମ୍ବା ରୁଟି ଖୁଆଇ ପାରନ୍ତି।
ଟିପ୍ସ ନମ୍ବର-୫: ଚାଲିବା ପୂର୍ବରୁ କରନ୍ତୁ ଏହି କାର୍ଯ୍ୟ
ଧରି ନିଅନ୍ତୁ, ଆପଣଙ୍କୁ ନିର୍ଦ୍ଦିଷ୍ଟ ଦିନରେ ନିର୍ଦ୍ଦିଷ୍ଟ ଦିଗକୁ ଯାତ୍ରା କରିବାକୁ ପଡ଼ୁଛି। କିନ୍ତୁ ବାସ୍ତୁ ଟିପ୍ସ ଯୋଗୁଁ ସେହି ଦିଗକୁ ଯାଇପାରୁ ନାହାନ୍ତି। ଅଶୁଭ ଅଶୁଭ ଲାଗୁଛି, ମନକୁ ପାପ ଛୁଉଁଛି। ତେବେ ଚାଲିବା ପୂର୍ବରୁ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକ କରନ୍ତୁ।
- ଯଦି ରବିବାରରେ ଆପଣଙ୍କୁ ପଶ୍ଚିମ ଦିଗକୁ ଯାତ୍ରା କରିବାକୁ ପଡ଼ୁଛି ତେବେ ଚାଲିବା ପୂର୍ବରୁ ଦହି ଏବଂ ଘିଅ ଖାଆନ୍ତୁ।
- ଯଦି ସୋମବାରରେ ଆପଣଙ୍କୁ ପୂର୍ବ ଦିଗକୁ ଯାତ୍ରା କରିବାକୁ ପଡ଼ୁଛି ତେବେ ଚାଲିବା ପୂର୍ବରୁ ଦର୍ପଣ ଦେଖନ୍ତୁ।
- ଯଦି ମଙ୍ଗଳବାରରେ ଆପଣଙ୍କୁ ଉତ୍ତର ଦିଗକୁ ଯାତ୍ରା କରିବାକୁ ପଡ଼ୁଛି, ତେବେ ଗୁଡ଼ ଖାଆନ୍ତୁ।
- ଯଦି ବୁଧବାରରେ ଆପଣଙ୍କୁ ଉତ୍ତର ଦିଗକୁ ଯାତ୍ରା କରିବାକୁ ପଡ଼ୁଛି, ତେବେ ଘରୁ ଚାଲିବା ପରେ ଧନିଆ ଏବଂ ତିଳ ଖାଆନ୍ତୁ।
- ଯଦି ଗୁରୁବାରରେ ଆପଣଙ୍କୁ ଦକ୍ଷିଣ ଦିଗକୁ ଯାତ୍ରା କରିବାକୁ ପଡ଼ୁଛି, ତେବେ ଚାଲିରା ପୂର୍ବରୁ ଅଳ୍ପ ଦହି ଖାଆନ୍ତୁ।
- ଯଦି ଶୁକ୍ରବାରରେ ଆପଣଙ୍କୁ ପଶ୍ଚିମ ଦିଗକୁ ଯାତ୍ରା କରିବାକୁ ପଡ଼ୁଛି ତେବେ ଯଅ ଖାଆନ୍ତୁ।
- ଯଦି ଶନିବାରରେ ପୂର୍ବ ଦିଗକୁ ଯାତ୍ରା କରିବା ଆବଶ୍ୟକ ତେବେ ଘରୁ ଚାଲିବା ପୂର୍ବରେ ଖଣ୍ଡେ ଅଦା ଟୁକୁଡ଼ା ଖାଆନ୍ତୁ।
ଟିପ୍ସ ନମ୍ବର-୬: ଟିକେ ଅଟକି ଯାଆନ୍ତୁ
ଏହା ଆପଣଙ୍କୁ ଅନ୍ଧବିଶ୍ୱାସ ମନେ ହୋଇପାରେ। କିନ୍ତୁ ବାସ୍ତୁ ଟିପ୍ସ ଅନୁସାରେ, ଯେତେବେଳେ କେହି ଆପଣଙ୍କୁ ପଛରୁ ଡାକିଦିଏ, ବିରାଡିଟିଏ ଆଗରେ ଚାଲିଯାଏ, କାଉ ମୁଣ୍ଡରେ ବସିପଡ଼େ, କିମ୍ବା କେହି ଆପଣଙ୍କ ଆଗରେ ପଡିଯାଏ, ତେବେ ଯାତ୍ରା ବନ୍ଦ କରି ଟିକିଏ ବିରତି ନିଅନ୍ତୁ ବା ଅଟକି ଯାଆନ୍ତୁ।
ଅର୍ଥାତ ଆପଣଙ୍କ ଯାତ୍ରାକୁ ଅଳ୍ପ ସମୟ ପାଇଁ ସ୍ଥଗିତ କରନ୍ତୁ ଏବଂ ତା’ପରେ ଚାଲନ୍ତୁ। ବାସ୍ତୁରେ ବିଶ୍ୱାସ ରହିଛି, ଏହା ଆମ ଯାତ୍ରାବେଳେ କୌଣସି ପ୍ରକାର ଦୁର୍ଘଟଣା କିମ୍ବା ଅନ୍ୟ ନକାରାତ୍ମକ ଘଟଣାଗୁଡ଼ିକୁ ଏଡ଼େଇ ଦେବାରେ ସାହାଯ୍ୟ କରିଥାଏ। ତେଣୁ ଏଥର କୌଣସି ବ୍ୟବସାୟିକ କାମ କିମ୍ବା ଚାକିରି ବାକିରି ପାଇଁ ପରୀକ୍ଷା ବା ଇଣ୍ଟରଭ୍ୟୁ ଦେବାକୁ ଯିବାବେଳେ ଚାହିଁଲେ ଆପଣ ବାସ୍ତୁ ନିର୍ଦ୍ଦେଶ ସବୁ ପାଳନ କରିପାରିବେ।
(ଏହି ଲେଖାର ସମସ୍ତ ମତ ଲେଖିକାଙ୍କର)
Amazing Dance: ଓଡ଼ିଶାର ପୁଅ ଏବେ ସୋସିଆଲ ମିଡିଆରେ ଷ୍ଟାର , ଭିଡିଓ ଦେଖି ଲୋକେ କହୁଛନ୍ତି ....

Terror Plot Exposed: ବଡ଼ ରାସାୟନିକ ଆକ୍ରମଣ ଯୋଜନା କରାଯାଇଥିଲା; ଆତଙ୍କବାଦୀ ପ୍ରସ୍ତୁତ କରୁଥିଲେ ବିଷ

Explosion Averted: ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ, ମାଓବାଦୀ ଖଞ୍ଜିଥିଲେ ୧୦କେଜିର IED

Tremors Jolt Kolkata and Dhaka: କୋଲକାତା ଓ ଢାକାରେ ଅନୁଭୂତ ହେଲା ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା 5.6

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)