/odishatv-khabar/media/media_files/2025/11/21/viral-video-2025-11-21-15-22-53.jpg)
VIRAL VIDEO Photograph: (OTV)
ସୋସିଆଲ ମିଡିଆରେ ଓଡ଼ିଶାର କଟକର ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଏଥିରେ ଜଣେ ଛୋଟ ପିଲା ନିଜ ଶିକ୍ଷକ ଓ ସହପାଠୀମାନଙ୍କ ଆଗରେ ଖୋଲା ହୃଦୟରେ ନାଚୁଥିବାର ଦେଖାଯାଉଛି। ଏହି ଭିଡିଓଟି ବାଦାମବାଡ଼ିର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ।
ଜନାବ-ଏ-ଆଲୀରେ ଧମାକାଦାର ପରଫର୍ମାନ୍ସ
ଇନ୍ଷ୍ଟାଗ୍ରାମରେ ସେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଶିକ୍ଷକମାନେ ବେଞ୍ଚରେ ବସିଛନ୍ତି ଆଉ ଗୀତ ବାଜିବା ମାତ୍ରେ ପିଲାଟି ଆଗକୁ ଆସି ନାଚିବାକୁ ଲାଗୁଛି। ସେ ହ୍ରିତିକ ରୋଶନଙ୍କ ସୁପରହିଟ୍ ଗୀତ ‘ଜନାବ-ଏ-ଆଲୀରେ ପୁରା ଉତ୍ସାହର ସହ ଷ୍ଟେପ୍ସ କରୁଛି।
ପୁରା କ୍ଲାସରୁମ୍ ହୋଇଗଲା ଡ୍ୟାନ୍ସ ଫ୍ଲୋର
ପିଲାଟି ନାଚିବା ଆରମ୍ଭ କରିବା ମାତ୍ରେ ତା’ର ସାଙ୍ଗମାନେ ତାକୁ ଉତ୍ସାହିତ କରୁଛନ୍ତି । ପିଲାଟିର ଏନର୍ଜି ଓ ଆତ୍ମବିଶ୍ୱାସ ଦେଖି ପୁରା ମାହୋଲ ମଜାଦାର ଓ ଉତ୍ସାହରେ ଭରି ଉଠୁଛି। ତା’ର ହୁକ୍ ଷ୍ଟେପ୍ସ ଏତେ ଶାନଦାର ଯେ ଯିଏ ଦେଖିବ ପ୍ରଶଂସା କରିବ ।
ସୋସିଆଲ ମିଡିଆରେ ଲୋକେ କରୁଛନ୍ତି ପ୍ରଶଂସା
ଭିଡିଓ ତଳେ ଆସିଥିବା କମେଣ୍ଟଗୁଡ଼ିକ ଏହି ପିଲାର ଲୋକପ୍ରିୟତାର ପ୍ରମାଣ ଦେଉଛି । ଜଣେ ୟୁଜର ଲେଖିଛନ୍ତି ଏତେ ଆତ୍ମବିଶ୍ବାସ ତ ମୋ ଜୀବନରେ ଦରକାର। ଆଉ ଜଣେ କମେଣ୍ଟ କରିଛନ୍ତି ତୋର ପରଫର୍ମାନ୍ସ ବହୁତ ଭଲ ଲାଗିଲା ବେଟା। କମେଣ୍ଟ ସେକ୍ସନ୍ ହାର୍ଟ, ଫାୟାର ଓ କ୍ଲାପ୍ ଇମୋଜିରେ ଭର୍ତ୍ତି ହୋଇଯାଇଛି ।
ଜନାବ-ଏ-ଆଲୀ ଫିଲ୍ମ ୱାର ଟୁର ଏକ ହାଇ-ଏନର୍ଜି ଡାନ୍ସ ଟ୍ରାକ୍ । ଯେଉଁଥିରେ ହ୍ରିତିକ ରୋଶନ ଓ ଜୁନିଅର ଏନ୍ଟିଆରଙ୍କର ଅଦ୍ଭୁତ ଡାନ୍ସ ବ୍ୟାଟଲ୍ ଦେଖିବାକୁ ମିଳିଛି। ଗୀତଟି ପ୍ରୀତମ କମ୍ପୋଜ୍ କରିଛନ୍ତି, ଗୀତ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ ଏବଂ ଗାଇଛନ୍ତି ସଚେତ ଟଣ୍ଡନ ଓ ସାଜ୍ ଭଟ୍। ବୋସ୍କୋ ଲେସ୍ଲୀ ମାର୍ଟିସଙ୍କ କୋରିଓଗ୍ରାଫି ଏହାକୁ ଆହୁରି ସ୍ପେଶାଲ କରି ଦେଇଛି।
Jay Dholakia Returns: ଦୁଇ ମାସରେ ବଦଳିଗଲା ଭାଗ୍ୟ ! ବାପାଙ୍କ ଜନ୍ମଦିନରେ ବିଧାୟକ ଭାବେ ଶପଥ ନେଲେ ଜୟ

Today Panchang 21st November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Daily Horoscope 21st November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Non-stop Flight Across Arabian Sea: ଆକାଶର ଛାତିକୁ ଚିରିଲା ଛଞ୍ଚାଣ,୫ ଦିନରେ ଉଡ଼ିଲା ୫ ହଜାର ୪ ଶହ କିମି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)