/odishatv-khabar/media/media_files/2025/11/26/gautam-gambhir-fail-2025-11-26-12-09-06.jpg)
Gautam-Gambhir Photograph: (OTV)
ଭାରତ ଦକ୍ଷିଣ ଆଫ୍ରିକା ୨ୟ ଦିନିକିଆରେ ପୁଣି ଲଜ୍ଜା ଜନକ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ। ଆଉ ଏହାର ସିଧା ସଳଖ ଦୋଷ ହେଡ କୋଚ ଗୌତମ ଗମ୍ଭୀରଙ୍କୁ ଦେଉଛନ୍ତି କ୍ରିକେଟ ବିଶେଷଜ୍ଞ। ଟିମ୍ ଇଣ୍ଡିଆର ଲଗାତାର ବ୍ୟାଟିଂ କ୍ରମରେ ପରିବର୍ତ୍ତନ, ଅନିୟନ୍ତ୍ରିତ ରୋଟେସନ୍ ଏବଂ ପିଚ୍-ଆଧାରିତ ରଣନୀତି ପ୍ରଶଂସକମାନଙ୍କୁ କ୍ରୋଧିତ କରିଛି। ସମାଲୋଚକମାନେ ଅଭିଯୋଗ କରିଛନ୍ତି ଯେ ଗମ୍ଭୀର ଖେଳାଳିମାନଙ୍କୁ ସେମାନଙ୍କର ସଠିକ୍ ବ୍ୟାଟିଂ ପୋଜିସନରେ ସ୍ଥିର ହେବାକୁ ଦେଉ ନାହାନ୍ତି।
ବାରସାପାରା ଷ୍ଟାଡିୟମରେ ଭାରତକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୮୯ ରନର ବିଶାଳ ସ୍କୋର ପିଛା କରିବାର ଥିଲା। କିନ୍ତୁ ମାତ୍ର ୨୦୧ ରନରେ ଅଲଆଉଟ ହୋଇଯାଇଥିଲା ଟିମ ଇଣ୍ଡିଆ। କେବଳ ଯଶସ୍ୱୀ ଜୟସ୍ୱାଲ ୫୮ ଏବଂ ୱାଶିଂଟନ ସୁନ୍ଦରଙ୍କ ୪୮ ରନ ଛଡ଼ା ଅନ୍ୟ ଭାରତୀୟ ବ୍ୟାଟସମ୍ୟାନମାନେ ଅଧିକ ସମୟ କ୍ରିଜରେ ରହିପାରିଲେ ନାହିଁ। ତେବେ ଏସବୁ ପାଇଁ ଗମ୍ଭୀରଙ୍କ କୋଚିଂକୁ ଦାୟୀ କରିଛନ୍ତି ସମାଲୋଚକ। କାରଣ ଗମ୍ଭୀର ବ୍ୟାଟସମ୍ୟାନ ମାନଙ୍କୁ ସଠିକ କ୍ରମରେ ବ୍ୟାଟିଂ କରିବାକୁ ଦେଉନାହାନ୍ତି। ଆଉ ମନଇଚ୍ଛା କ୍ରମରେ ବ୍ୟାଟିଂ ପାଇଁ ପଠାଉଛନ୍ତି। ଯେଉଁଥି ପାଇଁ ଏ ସ୍ଥିତି ଉପୁଜୁଥିବା ଅଭିଯୋଗ କରୁଛନ୍ତି ଫ୍ୟାନ୍ ।
ଏମିତି ବି ଗମ୍ଭୀରଙ୍କ କାର୍ଯ୍ୟକାଳରେ, ଭାରତ ଏହି ମ୍ୟାଚ୍ ପୂର୍ବରୁ ୧୮ଟି ଟେଷ୍ଟ ଖେଳିଛି, ୭ଟି ଜିତିଛି, ୯ଟି ହାରିଛି ଏବଂ ଦୁଇଟି ଡ୍ର କରିଛି। ଆଉ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖରାପ ପରିସ୍ଥିତି ଭାରତକୁ ଆଉ ଏକ ପରାଜୟ ଆଡକୁ ଠେଲି ଦେଉଛି। ସେପଟେ ପ୍ରଥମ ଟେଷ୍ଟରେ ପରାଜୟ ଏବଂ ଦ୍ୱିତୀୟ ଟେଷ୍ଟରେ ଖରାପ ପ୍ରଦର୍ଶନ ସହିତ, 2027 ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ଯୋଗ୍ୟତା ହାସଲ କରିବାର ଭାରତର ଆଶା କ୍ଷୀଣ ହେଉଥିବା ପରି ମନେ ହେଉଛି। ତେବେ ଆଗକୁ ଏପରି ସ୍ଥିତି ଜାରି ରହିଲେ ଭାରତୀୟ ଟେଷ୍ଟ ଦଳ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବ। ଯାହାକୁ ନେଇ ଏବେଠୁ ମାନସମନ୍ଥନ କରିବାର ଆବଶ୍ୟକତା ରହିଛି ।
India’s Skeleton Lake: ରହସ୍ୟ, ରୋମାଞ୍ଚଭରା ଭାରତର କଙ୍କାଳ ହ୍ରଦ... ଭର୍ତ୍ତି ହୋଇଛି ମାଳ ମାଳ ନରକଙ୍କାଳ

Father Dies on Son's Wedding Day: ପୁଅ ବରଗାଡି ତଳେ ଚାପି ହୋଇ ବାପାଙ୍କର ମୃତ୍ୟୁ, ବିବାହ ଶୋଭାଯାତ୍ରାରେ ଆସି ଶବ ହୋଇ ଫେରିଲେ

Astronaut Shubhanshu Shukla: ଭୁବନେଶ୍ବରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା: ଓଟିଭିକୁ EXCLUSIVE ପ୍ରତିକ୍ରିୟା

Odia Girl’s US Escape Reveals Shocking Truth: ପ୍ରେମ ପାଇଁ କରିଥିଲେ ମିଛ ଅଭିଯୋଗ, ସରକାରଙ୍କୁ କହି ଆମେରିକାରୁ ଆସିଲେ ଓଡ଼ିଶା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)