/odishatv-khabar/media/media_files/2025/10/20/ayodhya-2025-10-20-08-23-22.jpg)
Ayodhya Photograph: (OTV)
ଝଲସିଲା ଓ ରଚିଲା ଇତିହାସ। ଗିନିଜ୍ ବୁକ୍ ଅଫ୍ ରେକଡର୍ସରେ ଦୁଇଟି ଟାଇଟାଲ୍ ଅକ୍ତିଆର କଲା ଅଯୋଧ୍ୟା ଦୀପତ୍ସୋବ। ସବୁଠୁ ଅଧିକ ଲୋକେ ଦୀପ ଜଳାଇବା ଓ ତେଲ ଦୀପ ଲାଗିବାରେ ରେକର୍ଡ ରଚାଯାଇଛି। ଭବ୍ୟ ଓ ଦିବ୍ୟ ଦୀପାବଳିରେ ଏକାକାରରାମ ଜନ୍ମଭୂମି ଅଯୋଧ୍ୟା ନଗରୀ। ଦୀପରେ ସଜେଇ ହୋଇଛି ସରଜୁ ନଦୀ, ଆଉ ଫୁଲରେ ସଜେଇ ହେଇଛି ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମସ୍ଥଳି।
ଏଥର ସରଜୁ ନଦୀର ୫୬ଟି ଘାଟରେ ୨୬ ଲକ୍ଷ ୧୧ ହଜାର ୧୦୧ଟି ଦୀପ ଜଳା ଯାଇଛି। ଅଯୋଧ୍ୟାରେ ପାଳିତ ହୋଇଆସୁଥିବା ଅନନ୍ତ ଦୀପୋତ୍ସବର ଏହା ନବମ ବର୍ଷ। ଭଗବାନ ଶ୍ରୀରାମ ଲଲ୍ଲା ମୁର୍ତ୍ତିଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏହା ଅଯୋଧ୍ୟା ନଗରୀରେ ଦ୍ବିତୀୟ ଦୀପୋତ୍ସବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମଲାଲାଙ୍କୁ ଦର୍ଶନ କରିବା ପରେ ଦୀପ ଜାଳିଛନ୍ତି। ସରଜୁ ନଦୀରେ ମହା ଆଳତୀ କରି ବିଶ୍ବର ସବୁଠୁ ବଡ଼ ଦୀପତ୍ସୋବରେ ସାମିଲ ହୋଇଛନ୍ତି।
ଏହି ଅବସରରେ ପ୍ରାୟ ୩୩ ହଜାରରୁ ଅଧିକ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି। ପ୍ରାୟ ୩୦ଟି ସାଂସ୍କୃତିକ ଦଳ ରାମଲୀଳା ଏବଂ ଲୋକନୃତ୍ୟ ପରିବେଷଣ ବି କରୁଛନ୍ତି। ଏସବୁ ଅଧିକ ଆକର୍ଷିତ କରିଛି ଡ୍ରୋନ୍ ଓ ଲେଜର୍ ଲାଇଟ ସୋ’। ସେପଟେ ଦୀପତ୍ସୋବରେ ରଙ୍ଗୀନ୍ ଆତଶବାଜୀ ଅଯୋଧ୍ୟା ଆକାଶକୁ ରଙ୍ଗମୟ କରିଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)