Advertisment

Book Your LPG Cylinder: Whatsapp ମେସେଜ କରନ୍ତୁ LPG ପାଆନ୍ତୁ , ସେଭ୍ କରିନିଅନ୍ତୁ ଗୁରୁତ୍ବପୂର୍ଣ୍ଣ ନମ୍ବର୍

ଗ୍ୟାସ ସିଲିଣ୍ଡର ବୁକିଂ ସମୟରେ ଆପଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ତେବେ ଆଉ ଟେନସନ୍ ନିଅନ୍ତୁ ନାହିଁ। କାରଣ ସିଲିଣ୍ଡର ବୁକିଂ ଏବେ ହୋଇଯାଇଛି ସହଜ। ଆପଣ ହ୍ବାଟସଆପ୍ ଚାଟ୍ ମାଧ୍ୟମରେ ମାଗଣାରେ ଏବେ LPG ବୁକିଂ କରିପାରିବେ।

author-image
Manas Ranjan Mohanty
Cylinder-Booking

Cylinder-Booking Photograph: (OTV)

ଗ୍ୟାସ ସିଲିଣ୍ଡର ବୁକିଂ ସମୟରେ ଆପଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ତେବେ ଆଉ ଟେନସନ୍ ନିଅନ୍ତୁ ନାହିଁ। କାରଣ ସିଲିଣ୍ଡର ବୁକିଂ ଏବେ ହୋଇଯାଇଛି ସହଜ। ଆପଣ ହ୍ବାଟସଆପ୍ ଚାଟ୍ ମାଧ୍ୟମରେ ମାଗଣାରେ ଏବେ LPG ବୁକିଂ କରିପାରିବେ। କେବଳ ଆପଣଙ୍କ ଫୋନରେ କିଛି ଜରୁରୀ ନମ୍ବର ସେଭ୍ କରିବାକୁ ପରିବ। ପରେ ଆପଣଙ୍କ ସେବା ପ୍ରଦାନକାରୀଙ୍କ ନମ୍ବରକୁ ମେସେଜ୍ ପଠାଇ କେବଳ କିଛି କ୍ଲିକ୍‌ରେ ସିଲିଣ୍ଡର ବୁକ୍ କରିପାରିବେ। ତେବେ ଏହା କୌଣସି ନୂଆ ବ୍ୟବସ୍ଥା ନୁହେଁ ଆଗରୁ ମଧ୍ୟ ଏପରି ବୁକିଂ କରାଯାଉଥିଲା।

Advertisment

ତେବେ ଅଧିକାଂଶ ଲୋକ ଏନେଇ ଅବଗତ ନଥିଲେ, ସେଥିପାଇଁ ଏହି ଭିଡ଼ିଓଟି ପୁରା ଦେଖନ୍ତୁ ଆଉ ସହଜରେ ଗ୍ୟାସ ବୁକିଂ କରନ୍ତୁ ।

ଯଦି ଆପଣ HP ବା ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କମ୍ପାନୀର ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥାନ୍ତି ତେବେ 9222201122 ନମ୍ୱରଟିକୁ ଫୋନରେ ସେଭ୍ କରନ୍ତୁ। ସେହିପରି ଇଣ୍ଡେନ ଗ୍ରାହକଙ୍କ ପାଇଁ ନମ୍ୱରଟି ହେଉଛି 7588888824। ଯଦି ଆପଣ ଭାରତ ଗ୍ୟାସ୍ ଗ୍ରାହକ, ତେବେ ଆପଣ 1800224344 ନମ୍ୱର ସେଭ୍ କରିପାରିବେ। ଆପଣ ଏହି ମଧ୍ୟରୁ ଯେଉଁ LPG ସିଲିଣ୍ଡର ବୁକିଂ କମ୍ପାନୀର ଗ୍ରାହକ ତାହାର ନମ୍ବରରେ ନିଜର ରେଜିଷ୍ଟର ମୋବାଇ ନମ୍ୱର WhatsApp ରେ ଏକ "Hi" ମେସେଜ୍ ପଠାନ୍ତୁ। ଆପଣ ବିଭିନ୍ନ ବିକଳ୍ପ ସହିତ ଏକ ଉତ୍ତର ପାଇବେ। ସେହି ବିକଳ୍ପଗୁଡ଼ିକରୁ ବୁକିଂ ବିକଳ୍ପ ଚୟନ କରନ୍ତୁ ଏବଂ ଆପଣଙ୍କର ଗ୍ରାହକ ID ପ୍ରଦାନ କରନ୍ତୁ। ନିଶ୍ଚିତକରଣ ପରେ, ଆପଣଙ୍କର ସିଲିଣ୍ଡର ବୁକିଂ ସମାପ୍ତ ହେବ ଏବଂ ଆପଣ ତୁରନ୍ତ ଏକ ନିଶ୍ଚିତକରଣ ମେସେଜ୍ ପାଇବେ।

Advertisment

ଦେଖିଲେ ତ କେତେ ସହଜରେ ସିଲିଣ୍ଡର ବୁକିଂ ହୋଇଗଲା। ଯେତେବେଳେ ଆପଣ କଲ୍ କରିପାରିବେ ନାହିଁ, WhatsApp ମାଧ୍ୟମରେ ବୁକିଂ କରିବା ବହୁତ ସହଜ ହୋଇଥାଏ। ଏଥିପାଇଁ ଆପଣଙ୍କ ନମ୍ବରକୁ ରିଚାର୍ଜ କରିବା ମଧ୍ୟ ଆବଶ୍ୟକ ନାହିଁ। ଯଦି ଆପଣଙ୍କର WiFi କିମ୍ୱା ଇଣ୍ଟରନେଟ୍ ସୋର୍ସ ଅଛି, ତେବେ ଆପଣ ସହଜରେ ସିଲିଣ୍ଡର ବୁକ୍ କରିପାରିବେ। ଏହାଛଡ଼ା WhatsApp ମାଧ୍ୟମରେ ଆପଣ LPG ସିଲିଣ୍ଡର ପ୍ରଦାନକାରୀଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଠିକ ସମୟରେ ମେସେଜ୍ ମାଧ୍ୟରେ ପାଇ ପାରିବେ।

Advertisment
Related Articles
Advertisment