5ଟି ସଚିବ ଭି କେ ପାଣ୍ଡିଆନଙ୍କ ଆଠଗଡ ଗସ୍ତକୁ ବିରୋଧ କରିଛି ବିଜେପି ଯୁବମୋର୍ଚ୍ଚା
୫-ଟି ସଚିବଙ୍କ ଗସ୍ତ ପାଇଁ ବନ୍ଦ ହୋଇଗଲା ଗାଡ଼ି । ଏତିକିବେଳେ ସାଇରନ୍ ଦେଇ ମାଡି ଆସିଲା ୧୦୮ ଆମ୍ବୁଲାନ୍ସ...ଯେତେ ଚେଷ୍ଟା କଲେ ବି ଆଗକୁ ବଢିପାରୁନଥିଲା ଗାଡ଼ି । ଲୋକେ କହିଲେ, ସଚିବଙ୍କ ଲାଗି କାହିଁକି ବନ୍ଦ ହେବ ଟ୍ରାଫିକ୍?
5T ସଚିବ ଭିକେ ପାଣ୍ଡିଆନଙ୍କ ନୟାଗଡ଼ ଗସ୍ତ ବେଳେ ଟ୍ରାଫିକ ଜାମ୍ ଦେଖିବାକୁ ମିଳିଥିଲା। ପ୍ରାୟ ଅଧଘଣ୍ଟା ଧରି ଟ୍ରାଫିକ୍ ଜାମ୍ ଯୋଗୁ ଆମ୍ବୁଲାନସ ମଧ୍ୟ ଫସି ରହିଥିଲା।
ପାଣ୍ଡିଆନ ଯେଉଁ ଯେଉଁ ଅଞ୍ଚଳ ଯାଉଛନ୍ତି ସେଠି ସେଠି ବିକ୍ଷୋଭ ପ୍ରଦର୍ଶନ ହେଉଛି ।
ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ ବୋଲି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଅଭିଯୋଗ କରିବା ପରେ 5T ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ବିଜେଡି ଆଉ ବିଜେଡି ହାତରେ ନାହିଁ, 5T ସଚିବଙ୍କ ହାତରେ ରହିଛି ବୋଲି ଅଭିଯୋଗ କରିଛନ୍ତି। ଏହା ବି କହିଛନ୍ତି, ଫାଇଭ୍ ଟି ସଚିବ ଆଗରୁ ମୁଖ୍ୟମନ୍ତ୍ରୀଙ୍କ ପଛରେ ଛିଡ଼ା ହେଉଥିଲେ, ଏବେ ସାମ୍ନାକୁ ଆସିଲେଣି।
5T ସଚିବଙ୍କ ଗସ୍ତକୁ ନେଇ ବିବାଦ ବଢୁଥିବା ବେଳେ ଆଜି ବିଜେପି ନେତା ପ୍ରଦୀପ ପୁରୋହିତ ମାରିଛନ୍ତି ଟିକେଟ୍ ବାଣ। ଅଭିଯୋଗ କରିଛନ୍ତି, ଆସନ୍ତା ନିର୍ବାଚନ ଲାଗି ନବୀନଙ୍କ ଦସ୍ତଖତ ଥିବା ସାଦା ଟିକଟ ପାଣ୍ଡିଆନଙ୍କ ହାତରେ ଥିବାରୁ ବିଜେଡି ନେତାମାନେ ତାଙ୍କ ବିରୋଧରେ ମୁହଁ ଖୋଲିବାକୁ ଡରୁଛନ୍ତି। ସେପଟେ ଅଭିଯୋଗର ଜବାବ ରଖି ବିଜେଡି କହିଛି, ଏସବୁ ଭିତ୍ତିହୀନ।
ପରିସ୍ଥିତି ଏଭଳି ହୋଇଛି ଯେ ଘରପାଇଁ ଅଣ୍ଡା କଣିବାକୁ ଆସିଥିବା ଅନେକ ଲୋକ ଏ ଦୋକାନରୁ ସେ ଦୋକାନ ଘୁରିବୁଲି ଅଣ୍ଡା ନପାଇ ହତାଶ ହୋଇ ଘରକୁ ଫେରୁଥିବା ଦେଖାଯାଇଛି।
ସୁବର୍ଣ୍ଣପୁର ଗସ୍ତ ସମୟରେ 5T ସଚିବ ଭି.କେ.ପାଣ୍ଡିଆନଙ୍କ କାରକେଡ୍କୁ ଅଣ୍ଡାମାଡ଼ ହୋଇଥିବା ଜଣାପଡ଼ିଛି ।
ଜଗତସିଂହପୁର, ରାହାମା, କୁଜଙ୍ଗ, ପାରାଦୀପରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରାଯାଇଛି ।
ଫାଇଭ-ଟି ସଚିବଙ୍କୁ ବିରୋଧୀଙ୍କ ଘନ ଘନ ଆକ୍ରମଣ ପରେ ତାଙ୍କ ସପକ୍ଷରେ ବରିଷ୍ଠ ବିଜେଡି ନେତା ବାହାରିଛନ୍ତି। ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ‘କ୍ଷମତା ହସ୍ତାନ୍ତର ନୁହେଁ, 5T ସଚିବଙ୍କୁ କର୍ତ୍ତବ୍ୟ କରିବାକୁ ଦାୟିତ୍ୱ ଦିଆଯାଇଛି।’
ନିୟମ ଅନୁସାରେ ଚିଠି ପାଇବା ପରେ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ଅର୍ଡର ନେଇ ଫାଇଲ୍ ପ୍ରସ୍ତୁତ କରିବେ ଏବଂ ଏହାକୁ ସିଏମ୍ ଙ୍କ ପାଖକୁ ପଠାଇବେ। ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଜେ ପାଣ୍ଡିଆନ୍ ଅଛନ୍ତି, ତେଣୁ ଫାଇଲ୍ ତାଙ୍କ ମାଧ୍ୟମରେ ହିଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବ। ଏଠି ପ୍ରଶ୍ନ ରାଜ୍ୟ ପ୍ରଶାସନର ଏହି ମୋଷ୍ଟ ପାୱାରଫୁଲ୍ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାତ ଯିବ ତ ?
ନିୟମ ଅନୁସାରେ ଚିଠି ପାଇବା ପରେ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ଅର୍ଡର ନେଇ ଫାଇଲ୍ ପ୍ରସ୍ତୁତ କରିବେ ଏବଂ ଏହାକୁ ସିଏମ୍ ଙ୍କ ପାଖକୁ ପଠାଇବେ। ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଜେ ପାଣ୍ଡିଆନ୍ ଅଛନ୍ତି, ତେଣୁ ଫାଇଲ୍ ତାଙ୍କ ମାଧ୍ୟମରେ ହିଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବ। ଏଠି ପ୍ରଶ୍ନ ରାଜ୍ୟ ପ୍ରଶାସନର ଏହି ମୋଷ୍ଟ ପାୱାରଫୁଲ୍ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାତ ଯିବ ତ ?
ଦଳୀୟ କାର୍ଯ୍ୟକ୍ରମରେ ସଂପୃକ୍ତି, ରଜାନୈତିକ ସଭାସମିତି କରିବା, ବିଭିନ୍ନ ପ୍ରକାର ପ୍ରକଳ୍ପ ଘୋଷଣା କରିବା, ପୋଲିସ୍ ବିଭାଗକୁ ବ୍ୟକ୍ତିଗତ ଭାବେ ବ୍ୟବହାର କରିବା, ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡକ୍ଟ ରୁଲର ଉଲ୍ଲଂଘନ, ଅର୍ଡର ଅଫ୍ ପ୍ରିସିଡେନସିର ଉଲ୍ଲଂଘନ, ମନ୍ତ୍ରୀ, ସାଂସଦ, ବିଧାୟକମାନଙ୍କୁ ଅବମାନନା ଏବଂ ଦୁର୍ବ୍ୟବହାର, ବ୍ୟକ୍ତିଗତ ପ୍ରଚାରରେ ଲିପ୍ତ ଆଦି ଅଭିଯୋଗ ଫାଇଭ୍-ଟି ସଚିବଙ୍କ ନାଁରେ ରହିଛି।
ମୁଖ୍ୟମନ୍ତ୍ରୀଙ୍କ ଅଡ଼ିଓକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। ଜନତାଙ୍କ ସୁଖଦୁଃଖ ବୁଝିବା ପାଇଁ 5T ସଚିବ ପାଣ୍ଡିଆନଙ୍କୁ ପଠାଇବା ଏବଂ ତାଙ୍କ ହାତରେ ରେକର୍ଡିଂ ଅଡ଼ିଓ ଜାରି କରିବା ପରେ ତେଜିଲା ରାଜନୀତି। ଅଡ଼ିଓର ସତ୍ୟତାକୁ ନେଇ ବିରୋଧୀ କେବଳ ପ୍ରଶ୍ନ ଉଠାଇନାହାଁନ୍ତି, ମୁଖ୍ୟମନ୍ତ୍ରୀଙ୍କ ଉତ୍ତରଦାୟିତ୍ୱ, ପ୍ରଶାସନିକ ଅଧିକାରୀଙ୍କ ଲକ୍ଷ୍ମଣରେଖା କଥା କହି ନିଶାନା କରିଛନ୍ତି।
ଓଡ଼ିଶା କ୍ୟାଡରର ଏହି ଆଇଏଏସ୍ ଅଧିକାରୀଙ୍କ ବିରୋଧରେ ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏଥିପାଇଁ କେନ୍ଦ୍ର ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ହୋଇଛି ।
5T ସଚିବଙ୍କୁ ବିରୋଧୀ ଟାର୍ଗେଟ ପରେ ଥମୁନି ରାଜନୀତି । ଟ୍ୱିଟ୍ କରି ପ୍ରଶ୍ନ ଉଠାଇଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।
ସମସ୍ତ ୫ ଜଣ ଅସୁସ୍ଥଙ୍କୁ ଏବେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
ମନ୍ତ୍ରୀଙ୍କୁ ପୂରା ଷଡଯନ୍ତ୍ର କରି ହତ୍ୟା କରାଯାଇଛି। ଯଦି ଘଟଣାର ସତ ଜାଣିବାକୁ ସମସ୍ତଙ୍କର ଆଗ୍ରହ ରହିଛି ତେବେ ତୁରନ୍ତ ଏଇ ଦୁଇ ବ୍ୟକ୍ତିଙ୍କ ଫୋନ୍ କଲ୍ ଯାଂଚ ହେଉ। ଯାହାଦ୍ୱାରା ସାମ୍ନାକୁ ଆସିବ ଦୋଷୀ। କିନ୍ତୁ ଏହି ଦୁଇ ବ୍ୟକ୍ତିଙ୍କ ସମ୍ପୃକ୍ତି ଯୋଗୁ ଓଡ଼ିଶା ପୋଲିସ୍ ସେମାନଙ୍କ ବିରୋଧରେ ତଦନ୍ତ କରିପାରିବ ନାହିଁ । ତେଣୁ ସିବିଆଇ ତଦନ୍ତର ଆବଶ୍ୟକତା ରହିଛି