ପୂର୍ବରୁ ସଚିନ୍ ଓ ବିରାଟ ଦୁହେଁ ପରସ୍ପର ବିଷୟରେ ଅନେକ ଭାବନାତ୍ମକ ମୁହୂର୍ତ୍ତ ସେୟାର କରିଥିବାର ଦେଖିବାକୁ ମିଳିଛି । ନିକଟରେ ସଚିନ୍ ଏକ ସାକ୍ଷାତକାରରେ ବିରାଟ୍ଙ୍କ ସହ ଥିବା ଏକ ମୁହୂର୍ତ୍ତ ସେୟାର କରିବା ସହ ଭାବବିହ୍ୱଳ ହୋଇପଡିଥିଲେ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ହାରିବା ପରେ ହଠାତ୍ ଟେଷ୍ଟ୍ ଅଧିନାୟକ ପଦରୁ ବିରାଟଙ୍କ ଇସ୍ତଫା ନେଇ ହଇଚଇ ସୃଷ୍ଟି ହୋଇଛି। ବିସିସିଆଇ ସହ ବିବାଦକୁ ନେଇ ବିରାଟ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।
ବିରାଟଙ୍କ ଟେଷ୍ଟ କ୍ରିକେଟରୁ କ୍ୟାପ୍ଟେନସଇପ୍ ଛାଡିବା ପରେ ନିରାଶ ହୋଇପଡିଛନ୍ତି ଉଭୟ ଫ୍ୟାନ୍ସ ଓ ଭାରତୀୟ ଖେଳାଳି। ସୋସିଆଲ ମିଡିଆରେ ବିରାଟଙ୍କ କ୍ୟାପ୍ଟେନସିପ୍ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିସିସିଆଇ ମୁଖ୍ୟ ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ପ୍ରତିକ୍ରିୟା ରଖିଛନ୍ତି।
ପୁଣି ପୁରୁଣା ଅନ୍ଦାଜରେ ଫେରିବେ ବିରାଟ । ଏପରି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଲିଟିଲ୍ ମାଷ୍ଟର ସୁନିଲ ଗାଭାସ୍କର । ହ୍ୱାଇଟ୍ ବଲ୍ କ୍ୟାପଟେନସିପ୍ ଛାଡିବା ପରେ ବିରାଟଙ୍କ ପ୍ରଦର୍ଶନ ବେଶ ଭଲ ରହିବ ବୋଲି ଗାଭାସ୍କର ଆଶା କରିଛନ୍ତି । ବିରାଟ ଏଥର ବିନା ଟେନସନରେ କ୍ରିକେଟ ଖେଳିବେ ବୋଲି ମଧ୍ୟ ଗାଭାସ୍କର ଆଶା କରିଛନ୍ତି ।
ଅନେକ ବିବାଦ ମଧ୍ୟରେ ମୁହଁ ଖୋଲିଲେ ବିରାଟ କୋହିଲି । ଦକ୍ଷିଣଆଫ୍ରିକା ଗସ୍ତରେ ଖେଳିବା ନେଇ ବଡ ଘୋଷଣା କରିଛନ୍ତି । ଆଜି ମୁମ୍ବାଇ ପ୍ରେସ କନଫରେନ୍ସରେ ଦକ୍ଷିଣଆଫ୍ରିକା ଗସ୍ତରେ ଖେଳିବେ ବୋଲି ସେ କହିଛନ୍ତି । ରୋହିତଙ୍କ ସହ ବିବାଦ ଖବରକୁ ଖଣ୍ଡନ ମଧ୍ୟ କରିଛନ୍ତି କୋହଲି ।
ବର୍ଷା ଯୋଗୁ ବିଳମ୍ବରେ ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖାତା ଖୋଲିବାକୁ ଅସମର୍ଥ ହୋଇଛନ୍ତି କ୍ୟାପଟେନ୍ କୋହଲି। ତେବେ ନିଜର ପ୍ରତ୍ୟାବର୍ତ୍ତନରେ ନିରାଶ କରିଛନ୍ତି କ୍ୟାପଟେନ୍ କୋହଲି।
ବିରାଟ ଯାଇଛନ୍ତି ଲମ୍ବା ଛୁଟିରେ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରୁ ବାଦ୍ ପଡ଼ିପାରନ୍ତି ରୋହିତ ଶର୍ମା । ସେପଟେ ଫର୍ମରେ ନାହାନ୍ତି ଅଜିଙ୍କ୍ୟ ରାହାଣେ । ତେବେ କିଏ ଦଳର ଅଧିନାୟକ ? ତାକୁ ନେଇ ଉଠିଛି ପ୍ରଶ୍ନ ।
ଲମ୍ବା ଛୁଟିରେ ଯାଇଛନ୍ତି ବିରାଟ କୋହଲି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ବି ତାଙ୍କ ଖେଳିବା ନେଇ ସନ୍ଦେହ । ତେବେ ତାଙ୍କ ବଦଳରେ କାହା କଣ୍ଟ୍ରୋଲରେ ରହିବ ଦଳ ?
ବିରାଟ୍ କୋହଲି ଅଧିନାୟକତ୍ୱ ଛାଡ଼ିବା ପରେ ରୋହିତ ଶର୍ମା ମୁଣ୍ଡାଇଛନ୍ତି ଭାରତୀୟ ଟି-୨୦ ଦଳର ଭାର । ଏବେ ତାଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦ ମ୍ୟାଚ୍ ଖେଳିବ ।
ବିରାଟଙ୍କ ୯ ମାସର କୁନି ଝିଅକୁ ଦୁଷ୍କର୍ମ ଧମକ । ଚିହିଁକି ଉଠିଲେ ଦିଲ୍ଲୀ ମହିଳା କମିଶନ ମାଲିୱାଲ । ନିଜ ଆଡ଼ୁ ମାମଲା ହାତକୁ ନେଲେ । ଆଉ ଦିଲ୍ଲୀ ପୋଲିସକୁ କଲେ ତାଗିଦ ।
ପାକିସ୍ତାନ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ ଟିମ୍ ମଧ୍ୟ ମଇଦାନରେ ଚମତ୍କାର ପ୍ରଦର୍ଶନ କରୁଛି । ଦଳର ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ଦୁବାଇ ଇଣ୍ଟରନାସନାଲ ଷ୍ଟାଡୟମରେ ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍ରେ ଦଳ ଜବରଦସ୍ତ ବିଜୟ ହାସଲ କରିଛି ।
ସାମ୍ବାଦିକ ସମ୍ମିଳନୀରେ ବିରାଟଙ୍କୁ ଏମିତି କିଛି ପ୍ରଶ୍ନ ପଚରା ଯାଇଥିଲା, ଯାହାକୁ ନେଇ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଟିମ୍ ଇଣ୍ଡିଆର Playing-11କୁ ନେଇ ଜଣେ ସାମ୍ବାଦିକ ପ୍ରଶ୍ନ ଉଠାଇ ଥିଲେ। ଏହାପରେ ବିରାଟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ସୋସିଆଲ ମିଡିଆ ଏମିତି ଏକ ସ୍ଥାନ ଯେଉଁଠି, ପ୍ରତି ସେକେଣ୍ଡରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ସେ ଖବର ପ୍ରସାରଣ ହେଉ କିମ୍ବା କୌଣସି ସାମଗ୍ରୀକୁ ନେଇ କିମ୍ବା କୌଣସି ବିଚାରଧାରା ।
ବର୍ତ୍ତମାନ ସମୟରେ ବିରାଟ କୋହଲି ସବୁଠାରୁ ବଡ଼ ବ୍ୟାଟ୍ସମ୍ୟାନ୍ । ଟେଷ୍ଟ କ୍ରିକେଟ୍ଠାରୁ ଆରମ୍ଭ କରି ଦିନିକିଆ ଓ ଟି-ଟ୍ୱେଣ୍ଟିରେ ବି ବିରାଟଙ୍କ ଦବଦବା । ସେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏବେ ସୁଦ୍ଧା ୨୩ ହଜାର ରନ୍ ପୁରା କରିସାରିଲେଣି ।
ଆସନ୍ତା ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି ଟି-ଟ୍ୱେଣ୍ଟି ବିଶ୍ୱକପ୍ । ଆଉ ୨୪ ଅକ୍ଟୋବରରେ ପାକିସ୍ତାନ ବିରୋଧରେ ମଇଦାନକୁ ଓହ୍ଲାଇ ଭାରତ ଆରମ୍ଭ କରି ବିଶ୍ୱକପ୍ ଅଭିଯାନ ।
ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଟି -୨୦ ସିରିଜ ପରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କହିଥିଲେ ଯେ, ସେ ଟି-୨୦ ବିଶ୍ୱକପରେ ଓପନିଂ କରିପାରନ୍ତି । ଅକ୍ଟୋବର ୧୭ରୁ ୟୁଏଇରେ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି ।
କିଛିଦିନ ପୂର୍ବେ ବିରାଟ କୋହଲି ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବା ନେଇ ଘୋଷଣା କରିଥିବା ବେଳେ ସେପ୍ଟେମ୍ବର ୧୯ ତାରିଖ ରାତିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(Royal Challengers Bangalore) ଟିମ୍ର ଅଧିନାୟକ ପଦ ଛାଡ଼ିବା ନେଇ ଘୋଷଣା କରିଛନ୍ତି।
ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୨୭୦ ରନ୍ କରିଥିଲା। ପୂର୍ବଦିନ ଅପରାଜିତ ଥିବା କ୍ୟାପଟେନ୍ ବିରାଟ୍ କୋହଲି ଓ ରବୀନ୍ଦ୍ର ଜାଡେଜା ଅର୍ଦ୍ଧଶତକୀୟ (୫୯) ଭାଗିଦାରୀ କରିଥିଲେ। ଜାଡେଜା ୧୭ ରନ୍ କରି କ୍ରିସ୍ ଓକ୍ସଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଜିଙ୍କ୍ୟ ରାହାଣେ ପୁଣି ନିରାଶ କରି ଖାତା ଖୋଲିପାରିନଥିଲେ।
ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି, ଏବେ ଆଉ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି । ବିଶ୍ୱରେ ସୁବଠାରୁ ଅଧିକ ଟେଷ୍ଟ ମ୍ୟାଚ୍ ଜିତିଥିବା ଅଧିନାୟକଙ୍କ ତାଲିକାର ସେ ଚତୁର୍ଥ ନମ୍ବରରେ ପହଞ୍ଚିଛନ୍ତି ।
ଭାରତୀୟ କ୍ରିକେଟ୍ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଅନେକ ସମୟରେ ପ୍ରଶଂସକମାନଙ୍କୁ ସେମାନଙ୍କର ସୁନ୍ଦର୍ ପୋଷ୍ଟ୍ରେ ଖୁସି କରିଦିଅନ୍ତି। ବର୍ତ୍ତମାନ ବିରାଟ କୋହଲି ଓ ଅନୁଷ୍କା ଶର୍ମା ଇଂଲଣ୍ଡରେ ଅଛନ୍ତି। ଅଗଷ୍ଟ ୪ରୁ ଇଂଲଣ୍ଡରେ ଭାରତକୁ ଇନ୍ଲିସ୍ ଟିମ୍ ବିପକ୍ଷରେ ପାଞ୍ଚଟି ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ। ତେବେ ଇଂଲଣ୍ଡର ବିଭିନ୍ନ ସ୍ଥାନ ବୁଲୁଥିବା ବେଳେ ବିରାଟ ଏବଂ ଅନୁଷ୍କା ପ୍ରାୟତଃ ସୋସିଆଲ୍ ମିଡିଆ ସେମାନଙ୍କର ଫଟୋ ସେୟାର କରୁଛନ୍ତି।
ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଫକର ଜମାନଙ୍କ ୧୯୩ ରନର ବଡ଼ ଇନିଂସ । ଦିନକିଆ ରାଙ୍କିଂରେ ଏକାଥରକେ ୭ଟି ସ୍ଥାନ ଉପରକୁ ଆସି ୧୨ ନମ୍ବର ସ୍ଥାନରେ ପହଞ୍ଚିଲେ ଫକର। ଦକ୍ଷିଣ ଆଫ୍ରିକା ବିରୋଧରେ ପାକିସ୍ତାନ ଖେଳୁଥିବା ଦ୍ୱିତୀୟ ଦିନିକିଆରେ ସେ ଏହି ବଡ଼ ସ୍କୋର ହାସଲ କରିଛନ୍ତି। ଆଇସିସି ପକ୍ଷରୁ ଜାରି କରାଯାଇଥିବା ତାଜା ରାଙ୍କିଂରୁ ଏହା ସ୍ପଷ୍ଟ ହୋଇଛି। ଦିନିକିଆରେ ଚେଜ୍ କରୁଥିବା ବେଳେ କୌଣସି ବ୍ୟାଟ୍ସମ୍ୟାନଙ୍କ ସ୍କୋର ମଧ୍ୟରୁ ୧୯୩ ରନ୍ ହେଉଛି ସର୍ବାଧିକ। […]
ମୁମ୍ୱାଇ: ବଲିଉଡ୍ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ କ୍ରିକେଟ୍ ଜଗତରେ ବି ଶୋକର ଛାୟା। ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ଧୋନିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଧୋନି ଦ ଅନ୍ଟୋଲ୍ଡ ଷ୍ଟୋରୀ’ରେ ଅଭିନୟ କରି କ୍ରିକେଟ୍ ଜଗତ ସହିତ ପରିଚିତ ହୋଇଥିଲେ ସୁଶାନ୍ତ। ବହୁ କ୍ରିକେଟର୍ଙ୍କ ସହିତ ତାଙ୍କର ଉତ୍ତମ ପରିଚୟ ମଧ୍ୟ ଥିଲା। ଆଜି ହଠାତ୍ ଆତ୍ମହତ୍ୟା ଖବର କ୍ରିକେଟ୍ ଜଗତକୁ ଦୋହଲାଇ ଦେଇଛି। ସୁଶାନ୍ତଙ୍କ ବିୟୋଗରେ ଭାରତୀୟ କ୍ରିକେଟ୍ ଦଳର […]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲିଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦେବାପାଇଁ ବିସିସିଆଇ ସୁପାରିଶ କରିଛି। ପୂର୍ବରୁ ୨୦୧୬ରେ କୋହଲିଙ୍କ ନାଁ ସୁପାରିଶ କରାଯାଇଥିଲା। କିନ୍ତୁ ସେହି ବର୍ଷ ରିଓ ଅଲମ୍ପିକରେ ପଦକ ଜିତିଥିବା ପି.ଭି.ସିନ୍ଧୁ, ସାକ୍ଷୀ ମଲ୍ଲିକ ଓ ଦୀପା କର୍ମକାରଙ୍କୁ ରାଜୀବଗାନ୍ଧି ଖେଳରତ୍ନ ପୁରସ୍କାର ମିଳିବାରୁ ବିରାଟ ବାଦ୍ ପଡିଥିଲେ। ସେହିପରି ୧୯ବର୍ଷରୁ କମ୍ ଦଳର କୋଚ୍ ଥିବା ରାହୁଲ ଦ୍ରାବିଡଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିଶ ହୋଇଛି। ରାହୁଲଙ୍କ […]
ମୁମ୍ବାଇ: ଦିନେ ସେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ଭଳି ଖେଳାଳିଙ୍କର ଚୌକା ଓ ଛକାର ହିସାବ ରଖୁଥିଲେ। କିନ୍ତୁ ଏବେ ସେ ଏହି କାମ ଛାଡ଼ି କୋଭିଡ୍ ଯୋଦ୍ଧା ଭାବେ ନିଜକୁ ନୂଆ ପରିଚୟ ଦେଇଛନ୍ତି। ସେହି ବ୍ୟକ୍ତି ଜଣକ ହେଉଛନ୍ତି ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (ଏମସିଏ)ର ୫୫ ବର୍ଷୀୟ ସ୍କୋରର୍ ଦୀପକ ଯୋଶୀ। ଦୀପକ ଏବେ କରୋନା ୱାରିୟର୍ସ ବା କୋଭିଡ୍ ଯୋଦ୍ଧାର ଭୂମିକା ବହନ […]
ଭାରତୀୟ କ୍ରିକେଟ୍ ଦଳର ଇଂଲଣ୍ଡ ଗସ୍ତ ଆରମ୍ଭରୁ ନୈରାଶ୍ୟଜନକ ରହିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଭାରତ ଏକ ବଡ଼ ପରାଜୟ ସ୍ୱୀକାର କରିଛି । ଫାଇନାଲରେ ବିରାଟ ବ୍ରିଗେଡ୍ ନ୍ୟୁଜିଲ୍ୟାଣ୍ଡଠାରୁ ପରାଜିତ ହୋଇଛି । ଟିମ୍ ଇଣ୍ଡିଆକୁ ଏହି…