ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ ପରେ ଆଜି ଭିଜିଲାନ୍ସ ଟିମ୍ ଓଏସ୍ଏସ୍ସି କାର୍ଯ୍ୟାଳୟରେ ପହଞ୍ଚିଥିଲା ।
ନିଯୁକ୍ତି ପ୍ରକ୍ରିୟାରେ ଯଦି ଅନିୟମିତତା ହେଉଥିଲା, ତାପଛରେ ପିଏସ୍ ବିରଞ୍ଚି ନାରାୟଣ ସାହୁ ସାଜିଥିଲେ କି କାର୍ପଟଦାର୍ ? କାରଣ ଚଢ଼ାଉବେଳେ ବିରଞ୍ଚିଙ୍କ ଘରୁ ଏକାଧିକ ଆଡ୍ମିଟ୍ କାର୍ଡ ପାଇଛି ଭିଜିଲାନ୍ସ। ବିରଞ୍ଚିଙ୍କ ପଛରେ ଅଛନ୍ତି କି ବଡ଼ମୁଣ୍ଡ? ବର୍ଷ ବର୍ଷ ଧରି ଆଶାୟୀ ଅଭିଯୋଗ କରୁଥିଲେ ବି କାହିଁକି କାହା ବିରୋଧରେ ହୋଇନଥିଲା କାର୍ଯ୍ୟାନୁଷ୍ଠାନ?
ଆବଶ୍ୟକ ପଡ଼ିଲେ ବିରଞ୍ଚିଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ ଏସ୍ପି ଆର. ପ୍ରକାଶ ସୂଚନା ଦେଇଛନ୍ତି। ଭିଜିଲାନ୍ସ ଚଢାଉ ବେଳେ କଟକ ଓ ଭୁବନେଶ୍ୱରରେ ବିରଞ୍ଚିଙ୍କ କୋଟି କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା। ଦେଢ଼ କିଲୋ ଓଜନର ସୁନା ଅଳଙ୍କାର ସହ ନଗଦ ୨୫ ଲକ୍ଷ ଟଙ୍କା, ୧୪ଟି ପ୍ଲଟ ଏବଂ ୨ଟି ଦୁଇ ତାଲା ଘର ସମେତ ୪ଟି କୋଠା ଠାବ କରିଥିଲା ଭିଜିଲାନ୍ସ
ଭିଜିଲାନ୍ସ ରେଡ୍ ବେଳେ ବିରଞ୍ଚିଙ୍କ ଘରୁ ନିଯୁକ୍ତି ସମ୍ପର୍କିତ ପରୀକ୍ଷାର ବହୁ ସଂଖ୍ୟକ ଆଡମିଟ କାର୍ଡ ମିଳିବା ପଛର ସମ୍ଭାବ୍ୟ କାରଣ ବି ଦର୍ଶାଇଛନ୍ତି। ଆବେଦନକାରୀ ହିଁ କେବଳ ଆଡ୍ମିଟ୍ କାର୍ଡ ଡାଉନଲୋଡ଼ କରିପାରିବେ। ତାହେଲେ ନିଯୁକ୍ତି ଆଳରେ ଆଶାୟୀଙ୍କ ସହ ମିଶି ବଡ଼ଧରଣର ରାକେଟ୍ ଚଳାଇଥିଲେ କି ବିରଞ୍ଚି ?
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ କୁବେର ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ପୋଲିସ ଗିରଫ କରିଛି। ଗତକାଲି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ରେଡ୍ କରିଥିବା ବେଳେ କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା ।
ଦେଢ଼ କେଜି ସୁନା, ନଗଦ ୨୫ ଲକ୍ଷ ଟଙ୍କା, ପାଖାପାଖି ସାଢ଼େ ୩ କୋଟିର ସଂପତ୍ତି ତା’ ସାଙ୍ଗକୁ ଆହୁରି କେତେ କଣ ଏଭଳି ବିପୁଳ ପରିମାଣର ଆୟବହିର୍ଭୁତ ସଂପତ୍ତି ଭିଜିଲାନ୍ସ ରେଡ୍ରୁ ଜଣେ ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ ପିଏସ୍ଙ୍କ ଘରୁ ଠାବ ହୋଇଛି। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି।
OSSC ସଦସ୍ୟଙ୍କ ପିଏସ୍ଙ୍କ ଘରେ ଭିଜିଲାନ୍ସ ରେଡ୍ ଘଟଣାକୁ ନେଇ OSSC ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ପ୍ରତିକ୍ରିୟା । ‘ଘଟଣାର ଇଣ୍ଟରନାଲ୍ ଇନ୍କ୍ୱାରୀ କରାଯିବ । ଦୃଢ ପଦକ୍ଷେପ ନିଆଯିବ ।
ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ କୁବେର ଅଫିସର। ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁଙ୍କ ଭୁବନେଶ୍ୱରସ୍ଥିତ ଘରେ ହୋଇଛି ରେଡ୍।