/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753521316.jpg)
Forest Ranger’s Hidden Cash and Gold Sting
ଜାଗା ଦେଖି ଭିଜିଲାନ୍ସ ଏମିତି ହାତ ମାରୁଛି ଯେ, କୁବେରଙ୍କ ଭଳି ଅମାପ ସମ୍ପତ୍ତିର ଖଜାନା ମିଳିଯାଉଛି। ଆଖି ତରାଟୁଛି କୁବେର ଭଳି ଧନ ଭଣ୍ଡାର, ଆଶ୍ଚର୍ଯ୍ୟ କରୁଛି ଆଲିସାନ୍ ବଙ୍ଗଳା, ଉଚ୍ଚ ଉଚ୍ଚ ଆପାର୍ଟମେଣ୍ଟ ତାଜୁବ କରୁଛି। ଏମିତି ଜଣେ କଳା କୁବେର ବାବୁ ରାମଚନ୍ଦ୍ର ନେପାକ୍। ପଦବୀ ଜୟପୁରର ଡେପୁଟୀ ରେଞ୍ଜର୍। ଅର୍ଥାତ ଜଙ୍ଗଲ ବାବୁ ୟେ। କିନ୍ତୁ ଜଙ୍ଗଲକୁ ଜଗୁ ଜଗୁ ବାବୁ ଏବେ ବନିଯାଇଛନ୍ତି କୁବେର ସମ୍ପତ୍ତିର ମାଲିକ।
ବାବୁଙ୍କ ସିକ୍ରେଟ୍ ଟ୍ରେଜେରୀ ଲକ୍ ଖୋଲୁ ଖୋଲୁ ଆଖି ଖୋସି ପକାଇଛି ବିଡ଼ା ବିଡ଼ା ନୋଟ୍। ଟ୍ରେଜେରୀ ତ ନୁହଁ, ସତେ ଯେମିତି ଟଙ୍କାର ଖଜାନା। ଯେଉଁଠୁ ମିଳିଛି ୫୦୦ ଆଉ ୨୦୦ ଟଙ୍କିଆ ନୋଟ୍ ଥିବା ୧ କୋଟି ୪୪ ଲକ୍ଷ ଟଙ୍କା। ଖାଲି ସେତିକି ନୁହେଁ, ୪ଟି ସୁନା ବିସ୍କୁଟ୍ ଏବଂ ପୁଳା ପୁଳା କଏନ୍। ଏଭଳି ୧୫ ଶହ ୬ ଗ୍ରାମ୍ ଓଜନର ସୁନା ମିଳିଛି ତାଙ୍କ ଜୟପୁରସ୍ଥିତ ବାସଭବନରୁ। ପ୍ରତି ସୁନା କଏନର ଓଜନ ୧୦ ଗ୍ରାମ ଲେଖାଏଁ। ଖାଲି କ’ଣ ଏତିକି ? ଏଯାଏଁ ଜୟପୁରରେ ଗୋଟିଏ ବହୁତଳ କୋଠା, ୨ଟି ଟୁ-BHK ଫ୍ଲାଟ୍, ଦୁଇଟି ବହୁମୂଲ୍ୟ ପ୍ଲଟ, ଭୁବନେଶ୍ବରରେ ଗୋଟିଏ ଥ୍ରି BHK ଫ୍ଲାଟ୍ ଭଳି ବହୁ କୋଠାବାଡ଼ି ସଂପର୍କରେ ବି ଭିଜିଲାନ୍ସ ସୂଚନା ପାଇଛି।
ଏଠି ପ୍ରଶ୍ନ ଉଠୁଛି, ଜଣେ ଡେପୁଟୀ ରେଞ୍ଜର୍ ହେଇ ଏତେ ସମ୍ପତ୍ତି ଠୁଳ କଲେ କେମିତି ? କେଉଁ ସୂତ୍ରରୁ ଏତେ ଟଙ୍କା ଆଣି ଘରେ ଥାକ ମାରିଥିଲେ ରାମଚନ୍ଦ୍ର ନେପାକ୍ ? ସୁନା ବିସ୍କୁଟ୍ ସହ କଏନର ରହସ୍ୟ କ’ଣ ? ରାମଚନ୍ଦ୍ର ନେପାକ୍ ୧୯୮୯ରେ ଗ୍ରୁପ ‘ସି’ର ଜଣେ ଫରେଷ୍ଟ ୱାର୍କର ଭାବେ ଚାକିରି ଆରମ୍ଭ କରିଥିଲେ। ଆଉ ଏହି ଜୁଲାଇ ପହିଲାରେ ବନିଯାଇଥିଲେ ଡେପୁଟୀ ରେଞ୍ଜର। ଜଙ୍ଗଲ ବିଭାଗର ବନୀକରଣ ବିଭାଗ ଥିଲା ତାଙ୍କ ହାତରେ। ତେଣୁ ଭିଜିଲାନ୍ସର ପ୍ରାଥମିକ ସୂଚନା ଅନୁଯାୟୀ, ଡେପୁଟୀ ରେଞ୍ଜର ରାମଚନ୍ଦ୍ର ନେପାକ୍ ବନୀକରଣ ଏବଂ ବୃକ୍ଷରୋପଣ ନାଁରେ ଚାଲିଥିବା ଦୁର୍ନୀତିର ଫାଇଦା ନେଇ ଏଭଳି କଳାଧନର ସାମ୍ରାଜ୍ୟ ଛିଡ଼ା କରାଇଥିଲେ। ଆଉ ୫ ମାସ ପରେ ଅର୍ଥାତ ଡିସେମ୍ବରରେ ବାବୁ ରାମଚନ୍ଦ୍ର ଚାକିରିରୁ ରିଟାୟାର୍ଡ ହୋଇଥାନ୍ତେ। ଠୁଳ କରିଥିବା ଏହି ଅମାପ ସମ୍ପତ୍ତି ବାଡ଼ିରେ ରାଜା ଭଳି ଅବସର ଜୀବନ ବିତାଇଥାନ୍ତେ। କିନ୍ତୁ ଧରାପଡ଼ିଥିଲା ତାଙ୍କର ଆୟ ବହିର୍ଭୁତ ସମ୍ପତ୍ତି। ଯାହାର କୌଣସି ହିସାବ ଦେଇନପାରିବାରୁ ରାମଚନ୍ଦ୍ରଙ୍କୁ ଧରି ଭିଜିଲାନ୍ସ ଖୋଳତାଡ଼ ଚଳାଇଛି।
ନଜର ପକାନ୍ତୁ ଗତ ୩ ବର୍ଷ ମଧ୍ୟରେ ଭିଜିଲାନ୍ସ ରେଡ୍ ବେଳେ କେଉଁ ଅଧିକାରୀଙ୍କଠାରୁ ମିଳିଥିଲା କେତେ ନଗଦ ଟଙ୍କା...
- ୨୦୨୨ ଏପ୍ରିଲ ୭- ଗଞ୍ଜାମ ଜିଲ୍ଲା ଭଞ୍ଜନଗରସ୍ଥିତ ମାଇନର ଇରିଗେସନ୍ ଆସିଷ୍ଟାଣ୍ଟ ଇଞ୍ଜିନିୟର କାର୍ତ୍ତିକେଶ୍ବର ରାଉଳଙ୍କ ଘରୁ ନଗଦ ୩ କୋଟି ୪୧ ଲକ୍ଷ ଟଙ୍କା ଜବତ
- ୨୦୨୩ ଜୁନ ୨୨, ୨୩ - ନବରଙ୍ଗପୁରର ଏଡିସନାଲ ସବ କଲେକ୍ଟର ପ୍ରଶାନ୍ତ କୁମାର ରାଉତଙ୍କ ଘରୁ ନଗଦ ୩ କୋଟି ୧୨ ଲକ୍ଷ ଟଙ୍କା ଜବତ
- ୨୦୨୫ ଫେବୃୟାରୀ ୫- ମାଲକାନଗିରି ଜଳଛାୟା ପ୍ରକଳ୍ପର ପ୍ରୋଜେକ୍ଟ ଡାଇରେକ୍ଟର ତଥା ଡେପୁଟି ଡାଇରେକ୍ଟର ଶାନ୍ତନୁ ମହାପାତ୍ରଙ୍କ ଘରୁ ନଗଦ ୧ କୋଟି ୯୮ ଲକ୍ଷ ଟଙ୍କା ଜବତ
- ୨୦୨୩ ମାର୍ଚ୍ଚ ୩- ଭୁବନେଶ୍ବର ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରୁ ନଗଦ ୧ କୋଟି ୬୪ ଲକ୍ଷ ଟଙ୍କା ଜବତ
- ୨୫ ମାର୍ଚ୍ଚ ୨୦୨୨- ମାଲକାନଗିରି RW Divisionର SE ଆଶିଷ କୁମାର ଦାସଙ୍କ ଘରୁ ନଗଦ ୧ କୋଟି ୪୦ ଲକ୍ଷ ଟଙ୍କା ଜବତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)