ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫରେଷ୍ଟର ଓ OSAP ସିପାହୀଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ସିପାହୀଙ୍କ ସରକାରୀ ବାସଭବନ ସମେତ ୫ଟି ଜାଗାରେ ଏକକାଳୀନ ରେଡ୍ ଚାଲିଛି।
ଲକ୍ଷେ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ପିଅନ। ଜଣେ କ୍ଲାସ୍ ୱାନ୍ ଠିକାଦାରଙ୍କ ନିକଟରୁ ସିକ୍ୟୁରିଟି ବାବଦରେ ସମ୍ପୃକ୍ତ ପିଅନ ଲାଞ୍ଚ ନେଉଥିଲେ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବଙ୍ଗୋମୁଣ୍ଡା ଥାନା IIC ବିନୋଦ ବିହାରୀ ନାୟକ। ଦୀର୍ଘ ଦିନ ହେଲା ସେ ଭିଜିଲାନ୍ସ ସ୍କାନରରେ ଥିଲେ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର କନଷ୍ଟେବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି.. ଚଢାଉ ବେଳେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୧୬ ହଜାର ନଗଦ ଟଙ୍କା ଜବତ ହୋଇଛି..
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ବ୍ରହ୍ମପୁରର ପୁଲିସ କନଷ୍ଟେବଲ ସୁଦର୍ଶନ ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସୁଦର୍ଶନଙ୍କ ବହ୍ମପୁର ଉପଖଣ୍ଡ ନିମଖଣ୍ଡି ଘର ଓ ଭଞ୍ଜନଗରର ପୈତୃକ ଗାଁରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି
ଆଦିବାସୀଙ୍କ କଲ୍ୟାଣ ଟଙ୍କାରେ ଅୟସ କରୁଥିଲେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ। ମିଳିଛି ବିପୁଳି ସମ୍ପତ୍ତି ବାଡ଼ିର ହିସାବ।
ଭିଜିଲାନ୍ସ ଇତିହାସରେ ମୟୂରଭଞ୍ଜ ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ କର୍ତ୍ତୃପକ୍ଷର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସ ନୂଆ ରେକର୍ଡ କରିଛନ୍ତି। ତାହା ପୁଣି ଭଲରେ ନୁହେଁ ମନ୍ଦରେ । ଭିଜିଲାନ୍ସ ରେଡ୍ ସମୟରେ ଘରୁ ନଗଦ ଟଙ୍କା ମିଳିବାରେ ସନ୍ତୋଷ OPHWCର ପ୍ରତାପ ସାମଲଙ୍କୁ ଟପି ଯାଇଛନ୍ତି।
ଏହିପରି ଘଟଣା କେବଳ ସିନେମାରେ ଦେଖିବାକୁ ମିଳିଥିଲା, କିନ୍ତୁ ଏହା ସତରେ ଦେଖିବାକୁ ମିଳିଛି, ଯାହା ସାରା ରାଜ୍ୟ ଓ ଦେଶରେ ପ୍ରଥମ ଘଟଣା ବୋଲି କହିଛନ୍ତି।
ଆୟବହିର୍ବୃତ୍ତ ସମ୍ପତି ଠୁଳ ଅଭିଯୋଗରେ ବାରିପଦା ITDAର କନିଷ୍ଠ ଯନ୍ତ୍ରୀ ଘରେ ଭିଜିଲାନ୍ସ ଚଡାଉ। ITDA କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଟିମ ଚଢ଼ାଉ କରିଛି, ଦେଖନ୍ତୁ ସେହି ଭିଡ଼ିଓ
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରଣପୁର ଆର୍ଡି ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ରୁଷିନାଥ ବରାଳଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଚଢାଉ ସମୟରେ ଗୋଟିଏ ପ୍ଲଟ୍, କାର, ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଠାବ କରିଛି ଭିଜିଲାନ୍ସ ଟିମ୍।
ପ୍ରତାପ ପ୍ରାୟ ୫୦ ଲକ୍ଷ ଟଙ୍କା ଏହି ୨ଟି ଫିଲ୍ମରେ ଲଗାଇଥିଲେ । ପ୍ରତାପ ଓ ତାଙ୍କ ପରିବାରର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ସନ୍ଦେହଜନକ ଭାବେ ଜମା ହୋଇଛି ପ୍ରାୟ ଦେଢ଼ କୋଟି ଟଙ୍କା ।
ଗିରଫ ପୋଲିସ୍ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଓ ତାଙ୍କ ପତ୍ନୀ ସସ୍ମିତା ସାମଲ୍। ୨୦୦୩ରେ ନିର୍ମିତ ଫିଲ୍ମ ନାରୀ ଆଖିରେ ନିଆଁ ଓ ୨୦୦୫ର ବାଜି ଫିଲ୍ମରେ ଟଙ୍କା ଲଗାଇଥିଲେ ପ୍ରତାପଙ୍କ ପତ୍ନୀ ସସ୍ମିତା ସାମଲ।
ପ୍ରଶ୍ନ ଉଠୁଛି, ସେମାନେ ଏତେଦିନ ଯାଏଁ ଦୁର୍ନୀତି ନିବାରଣ ବିଭାଗ ଅଲକ୍ଷ୍ୟରେ ଥିଲେ କେମିତି ? ସେମାନେ ହିଁ କଣ ପୋଖରୀର ସବୁଠୁ ବଡ଼ ମାଛ ? ନା ତାଙ୍କଠୁ ଆହୁରି ବଡ଼ ବଡ଼ ମାଛ ଏତେ ଗଭୀର ଜଳରେ ଅଛନ୍ତି ଯେ, ଭିଜିଲାନ୍ସର ଜାଲ ତାଙ୍କ ଯାଏଁ ପହଞ୍ଚିପାରୁନି ?
ଆୟବର୍ହିଭୂତ ସମ୍ପତିଠୁଳ ଅଭିଯୋଗରେ ପ୍ରତାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ତେବେ ତାଙ୍କଠାରୁ ମୋଟ ୧୪ କୋଟି ୮୭ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତି ଜବତ କରାଯାଇଛି । ତାଙ୍କର ମୋଟ ଆୟର ୧୦୮୭ ଗୁଣା ଅଧିକ ସମ୍ପତି ତାଙ୍କଠାରୁ ଜବତ କରାଯାଇଛି ।
ଆୟବର୍ହିଭୂତ ସମ୍ପତିଠୁଳ ଅଭିଯୋଗରେ ପ୍ରତାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ତେବେ ତାଙ୍କଠାରୁ ମୋଟ ୧୪ କୋଟି ୮୭ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତି ଜବତ କରାଯାଇଛି । ତାଙ୍କର ମୋଟ ଆୟର ୧୦୮୭ ଗୁଣା ଅଧିକ ସମ୍ପତି ତାଙ୍କଠାରୁ ଜବତ କରାଯାଇଛି ।
ଭିଜିଲାନ୍ସ ଜାଲରେ ଫସିଥିବା ରାଜ୍ୟ ପୋଲିସ ହାଉସିଂ ଆଣ୍ଡ୍ ୱେଲ୍ଫେୟାର କର୍ପୋରେସନ(OPHWC)ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଆଜି ଅମାପ ସମ୍ପତ୍ତିର ମୂଲ୍ୟାୟନ କରୁଛନ୍ତି ଭିଜିଲାନ୍ସ ଅଧିକାରୀ।
ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ବାସଭବନ ସମେତ ୧୨ଟି ଜାଗାରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍। ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ଏକ ୫ ମହଲା କୋଠା ଓ IRC ଭିଲେଜର ଏନ୍-୬ରେ ଆଉ ଏକ ୪ ମହଲା କୋଠାର ସନ୍ଧାନ ମିଳିଛି।
ଓଡ଼ିଶା ପୋଲିସ୍ ହାଉସିଂ କର୍ପୋରେସନ୍ OPHWCର ଡିଏମ୍ ପ୍ରତାପ ସାମଲଙ୍କ ଘରେ ଭିଜିଲାନ୍ସ ରେଡ୍ I ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୨ଟି ସ୍ଥାନରେ ରେଡ୍
ତାଙ୍କ ନାଁରେ ଥିଲା ଦୁଇଟି ଭିଜିଲାନ୍ସ କେସ୍ । ତଥାପି ସେ ଦୁର୍ନୀତି ଛାଡିପାରୁନଥିଲେ । ଏବେ ପୁଣିଥରେ ଏହି ଦୁର୍ନୀତିଗ୍ରସ୍ତ ତହସିଲଦାରଙ୍କୁ ମାଡିବସିଛି ଭିଜିଲାନ୍ସ । ନିଜ ସାନଭାଇ ପାଖରେ ରଖୁଥିଲେ କଳାଟଙ୍କା ।
ଚାକିରି କନେଷ୍ଟବଳର, କିନ୍ତୁ ସଂପତ୍ତି କୋଟି କୋଟିର । ମନୀଷ ଅନୁରାଗ ହତ୍ୟା ମାମଲାରେ ବହିଷ୍କୃତ ପୋଲିସ କନଷ୍ଟେବଳ ପ୍ରସନ୍ନ ବେହେରା ଭିଜିଲାନ୍ସ ଜାଲରେ ପଡ଼ିବା ପରେ ତାଙ୍କର ଅମାପ ସଂପତ୍ତି ଏବେ ପଦାକୁ ଆସିବାରେ ଲାଗିଛି ।
ବହିଷ୍କୃତ କନେଷ୍ଟବଲ୍ ପ୍ରସନ୍ନ ବେହେରାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଭିଜିଲାନ୍ସ ହାତରେ ଲାଗିଛି ପ୍ରସନ୍ନଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି। ଡୁମଡୁମାରେ ଥିବା ପ୍ରସନ୍ନଙ୍କ ଫର୍ଣ୍ଣିଚର ଶୋ ରୁମ୍ର ମୂଲ୍ୟ ହେଉଛି କୋଟି କୋଟି ଟଙ୍କା।
ବହିଷ୍କୃତ କନେଷ୍ଟବଲ ପ୍ରସନ୍ନ ବେହେରାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ପ୍ରସନ୍ନଙ୍କ ଘର, ହୋଟେଲ ଓ କିଛି ବ୍ୟବସାୟ ଅନୁଷ୍ଠାନରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି। ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିବା ଜଣାପଡ଼ିଛି।
ପୁରା ଫିଲ୍ମ ଷ୍ଟାଇଲ୍ରେ ଦିନ-ରାତି ୨୩ ଘଣ୍ଟା ଧରି ଚାଲିଥିଲା ଚଢଉ। ପ୍ରଦୀପଙ୍କ ଘରୁ ଭିଜିଲାନ୍ସ ୧କିଲୋ ୪୪୦ଗ୍ରାମ୍ ସୁନା, ୨୪ ଲକ୍ଷ ୨୫ ହଜାର ଟଙ୍କାର ସବ୍ୟସାଚୀ ବ୍ରାଣ୍ଡ ଡିଜାଇନର୍ ନେକଲେସ୍ ଜବତ କରିଛି। ପ୍ରଦୀପଙ୍କ ସଂପତ୍ତିି ଆଟାଚ୍ ସହିତ ପ୍ରଦୀପ ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ଭିଜିଲାନ୍ସ ପଦକ୍ଷେପ ନେଇଛି।
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ୨୩ ଘଣ୍ଟାର ରେଡ୍ ପରେ ଭିଜିଲାନ୍ସ ଟିମ୍ ୧ କିଲୋ ୪୪୦ ଗ୍ରାମ ସୁନା ଜବତ କରିଛି। ଏହାସହ ୨୪ ଲକ୍ଷ ୨୫ ହଜାର ଟଙ୍କାର ସବ୍ୟସାଚୀ ବ୍ରାଣ୍ଡ୍ ଡିଜାଇନର ନେକ୍ଲେସ୍ ମିଳିଥିବା ଭିଜିଲାନ୍ସ ସୂଚନା ଦେଇଛି।
ପ୍ରାୟ ୨୩ ଘଣ୍ଟାର ଛାନ୍ଭିନ୍ ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସରକାରୀ ବାସଭବନରୁ ଫେରିଲା ଭିଜିଲାନ୍ସ ଟିମ୍। ରବିବାର ସକାଳ ପ୍ରାୟ ୭ଟା ୩୦ରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଚାଲିଥିଲା ଭିଜିଲାନ୍ସ ରେଡ୍।