• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vastu Tips

ଖାଦ୍ୟକୁ କରନ୍ତୁ ନାହିଁ ଅନାଦାର, ନହେଲେ ମିଳିବ ଅଶୁଭ ଫଳ

ଅନ୍ନ ବା ଭୋଜନକୁ କଦାପି ଅନାଦର କରିବା ଉଚିତ ନୁହେଁ। କୁହାଯାଏ, ଅନ୍ନର ଗୋଟିଏ ଦାନାରେ ମଧ୍ୟ ଜୀବନଦାନ ଦେଇଥାଏ । ବାସ୍ତୁରେ ଅନ୍ନ ସହ ଜଡିତ କିଛି ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । ଯାହାକୁ ଜୀବନରେ ପାଳନ କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ ।

Vastu for kitchen
ରୋଷେଇ ଘରର ବାସନକୁ ନେଇ କଣ କହେ ବାସ୍ତୁ, ଆସନ୍ତୁ ଜାଣିବା

ଆପଣ କଣ କେବେ ଭାବିଛନ୍ତି ଆପଣଙ୍କ ରୋଷେଇ ଘରେ ରହିଥିବା ତାୱା ଓ କଡ଼ାଇ ହୋଇପାରେ ଆପଣଙ୍କ ଜୀବନର ଅନେକ ଅସୁବିଧାର କାରଣ । ହଁ ଆଜ୍ଞା , ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହାକୁ ରାହୁଙ୍କର ପ୍ରତୀକ ବୋଲି କୁହାଯାଇଥାଏ । ତେଣୁ ଆମକୁ କିଛିଟା କାର୍ଯ୍ୟରେ ମଧ୍ୟ ସାବଧାନ ରଖିବା ଆବଶ୍ୟକ ।

Vastu and memory
ସ୍ମରଣ ଶକ୍ତିକୁ ନେଇ କଣ କହେ ବାସ୍ତୁ

ଦୈନଦିନ ଜୀବନରେ ଲାଗି ରହିଥିବା ବ୍ୟସ୍ତତା ଯୋଗୁ ଆମେମାନେ ବହୁତ କିଛି କଥା ଭୁଲି ଯାଉ । ବ୍ୟସ୍ତ ରହିବା କାରଣରୁ ଏପରି ହେବା ସ୍ୱାଭାବିକ ଅଟେ,କିନ୍ତୁ ଅଧିକାଂଶ ସମୟରେ ଏହା ବାସ୍ତୁଦୋଷ କାରଣରୁ ଏପରି ହୋଇଥାଏ ବୋଲି ବିବେଚନା କରାଯାଏ । ଯଦି ଆପଣଙ୍କ ସ୍ମରଣ ଶକ୍ତି ଠିକ୍ ରହୁନାହିଁ ତେବେ ଘରର ବାସ୍ତୁ ସହିତ ଯୋଡି ହୋଇଥିବା ଏହି ସମସ୍ୟା ଗୁଡିକ ଉପରେ ନଜର ରଖନ୍ତୁ ...

vastu
ବାସ୍ତୁ ବିଚାର- ଘରେ ରଖିନ୍ତୁ ନାହିଁ ଏହି ସବୁ ଜିନିଷ, ହୋଇପାରେ ବିପଦ

ପ୍ରତ୍ୟେକ ବାସ୍ତୁ ନିୟମରେ କିଛିନା କିଛି ରହସ୍ୟ ରହିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ଆପଣଙ୍କ ଜୀବନରେ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଭାବରେ ପ୍ରଭାବ ପକାଇଥାନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ କିଛି ବସ୍ତୁ ଘରେ ନକାରାତ୍ମକ ଉର୍ଜା ବା ଶକ୍ତି ସୃଷ୍ଟି କରେ ।

Vastu shastra and Pot
ଉତ୍ତର ପୂର୍ବ ଦିଗର କଣ ରହିଛି ବିଶେଷତ୍ୱ, କଣ କହେ ବାସ୍ତୁ

ଭାରତ ଗୋଟିଏ ଆଧ୍ୟାତ୍ମିକ ବାଦର ଦେଶ ଅଟେ । ଏଠାରେ ରହୁଥିବା ବ୍ୟକ୍ତି ମାନେ ଆଧ୍ୟାତ୍ମିକ ଚିନ୍ତାଧାରାକୁ ନେଇ ନିଜର ଜୀବନ ଅତିବାହିତ କରିଥାନ୍ତି । ସେହିଭଳି ଭାବରେ ଆମେ ନିଜ ଘରେ କିଛି ଏପରି କାର୍ଯ୍ୟ କରିବା ଆବଶ୍ୟକ ଯାହା ଆମକୁ ସକାରାତ୍ମକ ଚିନ୍ତାଧାରା ଯୋଗାଇବ । ଆଜିର ବାସ୍ତୁଶାସ୍ତ୍ରରେ ଉତ୍ତର ପୂର୍ବ ଦିଗ ବିଷୟରେ ସମ୍ବଧିତ ଅଟେ ।

peacock's tail  and vastu
ଘରେ ରଖନ୍ତୁ ମୟୂର ପୁଚ୍ଛ, ରାହୁଙ୍କ କୋପ ଦୃଷ୍ଟିରୁ ମିଳିବ ମୁକ୍ତି

ମୟୂର ପୁଚ୍ଛ ଦେଖିବାକୁ ଯେତିକି ସୁନ୍ଦର ସେତିକି ଶୁଭର ପ୍ରତୀକ । ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ରରେ ମୟୂର ପୁଚ୍ଛକୁ ଶୁଭର ପ୍ରତୀକ ବୋଲି କୁହାଯାଇଛି । ବାସ୍ତୁ ଅନୁଯାୟୀ ଘରେ ମୟୁର ପୁଚ୍ଛ ରଖିଲେ ଘରକୁ ଲକ୍ଷ୍ମୀ ପ୍ରବେଶ କରନ୍ତି ବୋଲି ବିବେଚନା କରାଯାଏ । ଘରେ ଶାନ୍ତି ରହିବା ସହ ଆର୍ଥିକ ସମସ୍ୟା ଦୂର ହୁଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି ।

vastu and money plant
ଘରେ ଲଗାନ୍ତୁ ମନି ପ୍ଲାଣ୍ଟ, ଦୂର ହେବ ସଙ୍କଟ

ସାଧାରଣତଃ ଘରେ ବେଳେ ବେଳେ ବିଭିନ୍ନ ସମସ୍ୟା ଉପୁଜିଥାଏ,ଯେପରିକି ଆର୍ଥିକ ସମସ୍ୟା,ସ୍ୱାସ୍ଥ୍ୟ ସମସ୍ୟା,ପାରିବାରିକ କଳହ ସମସ୍ୟା । ବାସ୍ତୁ ଶାସ୍ତ୍ର ବା ଜୈତିଷ ଶାସ୍ତ୍ର ଅନୁସାରେ ଏହାକୁ ବିଭିନ୍ନ ଉପାୟରେ ସମାଧାନ ହୋଇପାରିବ । ମନିପ୍ଲାଣ୍ଟ ଗୋଟିଏ ଏପରି ଗଛ ଯାହା ଆପଣଙ୍କର ଅନେକ ଅସୁବିଧାକୁ ମଧ୍ୟ ଦୂର କରିପାରିବ ।

vastu tips for money
ଘରେ ରହିବ ନାହିଁ ଆର୍ଥିକ ସମସ୍ୟା,ଜାଣନ୍ତୁ କିପରି

ବହୁ ଲୋକ ଅନେକ ପରିଶ୍ରମ କରି ଅର୍ଥ ଉପାର୍ଜନ କରନ୍ତି ହେଲେ ଅର୍ଥ ସଞ୍ଚୟ କରିପାରନ୍ତି ନାହିଁ । କାରଣ ଘରେ ଥିବା ନକାରାତ୍ମକ ଶକ୍ତି ଅଶାନ୍ତି ସୃଷ୍ଟି କରିଥାଏ ଏବଂ ଘରେ ଉତ୍ତେଜନା ଦେଖାଦେଇଥାଏ । ଏହା ବାସ୍ତୁ ଦୋଷର ବଡ଼ କାରଣ ହୋଇପାରେ । ଘରେ ସକରାତ୍ମକ ଶକ୍ତି ରହିବା ଦ୍ୱାରା ଘରେ ଖୁସିର ବାତାବରଣ ରହିଥାଏ ଏବଂ ଟଙ୍କା ଅଭାବ ଦେଖା ଦେଇନଥାଏ ।

bat in House
ଘରକୁ ବାଦୁଡ଼ି ପ୍ରବେଶ କରିବା ହୋଇଥାଏ ଅଶୁଭ

ଶାସ୍ତ୍ରରେ ପଶୁ ପକ୍ଷୀଙ୍କ ଶୁଭ ଅଶୁଭ ସଂକେତ ସମ୍ପର୍କରେ କୁହାଯାଇଛି । ବେଳେବେଳେ ଜୀବନରେ ହେବାକୁ ଥିବା ଭଲ ଖରାପ ଘଟଣା ଆଡକୁ ଏହି ପଶୁ ପକ୍ଷୀ ସଂକେତ ଦେଇଥାନ୍ତି । ଘରେ ବାଦୁଡ଼ି ଦେଖାଦେଲେ କିମ୍ବା ଘର ଭିତରକୁ ବାଦୁଡ଼ି ପ୍ରବେଶ କଲେ ଅଶୁଭ ବୋଲି ବିବେଚନା କରାଯାଏ ।

Chant this mantra
ଜପ କରନ୍ତୁ ଏହି ମନ୍ତ୍ର, ଦୂର ହେବ ଆର୍ଥିକ ସଂକଟ

ସମସ୍ତେ ଇଚ୍ଛା କରିଥାନ୍ତି ଜୀବନରେ ସୁଖ ଓ ଶାନ୍ତିରେ ରହିବା ପାଇଁ । ବେଳେବେଳେ ଅନେକ ଚେଷ୍ଟା କରିବା ସତ୍ୱେ ମଧ୍ୟ ଆମେ ଏଥିରେ ସଫଳ ହୋଇ ନ ଥାଉ । କିନ୍ତୁ ଜୀବନରେ ଯେତେବେଳେ ଆପଣ ଏହି ଧନର ପାଇବାକୁ ଆମେ ଇଛା କରିବା ସେହି ସମୟରେ ଆମେ ନିଜ କର୍ମ ସହିତ ଭଗବାନଙ୍କ ସାନିଧ୍ୟ ମଧ୍ୟ ଆଶା କରିଥାଉ । ତେବେ ଆସନ୍ତୁ ଆଜି ଜାଣିବା ଏପରି କିଛି ମନ୍ତ୍ର ବିଷୟରେ ଯାହା ଆମ ଭାଗ୍ୟକୁ ପରିବର୍ତ୍ତନ କରିଦେବ ।

Vastu for Tree
ଏହି ୩ଟି ଗଛକୁ ଶୁଖିବାକୁ ଦିଅନ୍ତୁ ନାହିଁ,ସୁଖ ଶାନ୍ତିରେ ଆସିବ ବାଧା

ଆମ ଜୀବନରେ ଗଛ ବୃକ୍ଷର ଅନେକ ମହତ୍ୱ ରହିଛି । ଏଗୁଡିକ ବିନା ଜୀବନର କଳ୍ପନା କରିବା ଅସମ୍ଭବ ଅଟେ । ମାନ୍ୟତା ଓ ବାସ୍ତୁ ଅନୁସାରେ ସନାତନ ଧର୍ମରେ ବିଭିନ୍ନ ବୃକ୍ଷ ଆମ ପାଇଁ ବରଦାନ ଅଟେ । ବାସ୍ତୁ ଅନୁସାରେ ବିଭିନ୍ନ ଗଛର ଅନେକ ଗୁରୁତ୍ୱ ରହିଛି । ଜାଣିବା ବାସ୍ତୁ ଅନୁଯାୟୀ ବୃକ୍ଷର ମହତ୍ତ୍ୱ ।

Do not eat this food at night
ରାତିରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ, କଣ କହେ ବାସ୍ତୁ,ଜାଣିବା ଏହାର ନିୟମ

ବାସ୍ତୁ ଶାସ୍ତ୍ର ଅନୁସାରେ ରାତିରେ ଅଧିକାଂଶ ଖାଦ୍ୟ ଖାଇବାକୁ ବାରଣ କରାଯାଇଥାଏ । ଯାହାର ପ୍ରଭାବ ମଣିଷର ସ୍ୱାସ୍ଥ୍ୟ ସହିତ ଆର୍ଥିକ ସ୍ଥିତି ଉପରେ ମଧ୍ୟ ପଡିଥାଏ । ଶାସ୍ତ୍ର ଅନୁସାରେ ରାତି ସମୟରେ କିଛି ଜିନିଷକୁ ଖାଇବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଏହା ସହିତ ଶାସ୍ତ୍ର ଅନୁଯାୟୀ ଭୋଜନ କରୁଥିବାର ଦିଗ ,ସମୟ ଓ ଅନ୍ୟ କିଛି ବିଶେଷ କଥାକୁ ଧ୍ୟାନରେ ରଖିବା ଆବଶ୍ୟକ ।

Luck will change the kitchenware
ଭାଗ୍ୟ ବଦଳାଇଦେବ ରୋଷେଇ ଘରର ସାମଗ୍ରୀ,ଜାଣନ୍ତୁ କିପରି

ଆମେ ଦୈନଦିନ ଜୀବନରେ ଏମିତି କିଛି ଜିନିଷ ବ୍ୟବହାର କରୁ ତାହା ଆମ ଭାଗ୍ୟ ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ । ବାସ୍ତୁଶାସ୍ତ୍ରରେ ବହୁତ କିଛି ସାମଗ୍ରୀ ଅଛି ଯାହା ଆମ ଭାଗ୍ୟ ସହିତ ଯୋଡ଼ି ହୋଇଛି । ବାସ୍ତୁ ଅନୁଯାୟୀ ଆମ ରୋଷେଇ ଘରର ଅନେକ ମହତ୍ୱ ରହିଛି କାରଣ ରୋଷେଇ ଘର ହେଉଛି ମା ଲକ୍ଷ୍ମୀଙ୍କର ସ୍ଥାନ । ଏଥିରେ ସାମାନ୍ୟ ଧ୍ୟାନ ଦେଲେ ଭାଗ୍ୟ ମଧ୍ୟ ବଦଳି ଯାଇପାରେ ।

Snake Dream and Vastu
ସ୍ୱପ୍ନରେ ସାପ ଆସୁଛି କି ? କଣ କହୁଛି ବାସ୍ତୁ

ପ୍ରାୟତଃ ଆମେ ସ୍ୱପ୍ନରେ ମଣିଷ ଏବଂ ଅନେକ ଜିନିଷ ଦେଖିଥାଉ । ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏହି ସ୍ୱପ୍ନଗୁଡ଼ିକ ଆମ ଉପରେ ଭଲ ଏବଂ ଖରାପ ପ୍ରଭାବ ପକାଇଥାଏ । ସେହିଭଳି, ସ୍ୱପ୍ନରେ ସାପ ଦେଖିବା ମଧ୍ୟ ଶୁଭ ଏବଂ ଅଶୁଭ ସଙ୍କେତ ଦେଇଥାଏ । ଶାସ୍ତ୍ର ଅନୁଯାୟୀ, ଜୀବନରେ ରାହୁ ଦଶା ଆରମ୍ଭ ହେଲେ ସ୍ୱପ୍ନରେ ସାପ ଦେଖାଯାଇଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ସ୍ୱପ୍ନରେ ସାପ ଦେଖିବାର ଅର୍ଥ ବିଭିନ୍ନ କାରଣ ହୋଇଥାଏ

Luck changes the kitchen spice
ଭାଗ୍ୟ ବଦଳାଇଥାଏ ରୋଷେଇ ଘରର ମସଲା, ଜାଣନ୍ତୁ କିପରି

କଣ ଆପଣ ଜାଣନ୍ତି କି ରେଷେଇ ଘରେ ବ୍ୟବହାର ହେଉଥିବା ମସଲା ମଣିଷର ଭାଗ୍ୟ ବଦଳାଇ ଦେଇଥାଏ ? ରୋଷେଇରେ ମସଲା ପଡ଼ିଲେ ଖାଦ୍ୟର ସ୍ୱାଦ ବଢି ଯାଇଥାଏ ସେହିପରି ମସଲା ସହିତ ମଣିଷର ଭଗ୍ୟ ମଧ୍ୟ ଯୋଡ଼ି ହୋଇ ରହିଛି । ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ମସଲାର ବିଶେଷ ମହତ୍ତ୍ୱ ରହିଛି? ବାସ୍ତୁ ଅନୁଯାୟୀ, ବିଭିନ୍ନ ମସଲା ରାଶିଫଳରେ ଅବସ୍ଥିତ ଗ୍ରହ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ।

Vastu and God Sanidev
ଶନିଦୋଷରୁ ମିଳିବ ମୁକ୍ତି, ରାଶି ଅନୁସାରେ ଜପ କରନ୍ତୁ ଏହି ମନ୍ତ୍ର

ଧାର୍ମିକ ବିଶ୍ୱାସ ଅନୁଯାୟୀ ଶନିବାର ଶନି ଦେବଙ୍କୁ ସମର୍ପିତ । ଶନିବାରରେ ଭଗବାନ ଶନି ଦେବଙ୍କୁ ପୂଜା କରାଯାଇଥାଏ । ସାଧାରଣତଃ ଘରେ ସବୁ କାର୍ଯ୍ୟ ଠିକ୍ କରି ମଧ୍ୟ ବିଭିନ୍ନ ସମସ୍ୟା ଉପୁଜିଥାଏ । ବାସ୍ତୁଶାସ୍ତ୍ର ବା ଜୈତିଷ ଶାସ୍ତ୍ର ଅନୁସାରେ ଏହାକୁ ଶନିଙ୍କ କୋପ ବା ଶନି ଦୋଷ ଲାଗିଥାଏ ବୋଲି ବିବେଚନା କରାଯାଏ । ହିନ୍ଦୁ ଧର୍ମରେ ମନ୍ତ୍ର ଜପର ଅନେକ ମହତ୍ତ୍ୱ ରହିଛି । ଯେପରି ଶନି ଅଶୁଭ ଥିଲେ ଅନେକ ସମସ୍ୟା ସମ୍ମୁଖୀନ ହେବାକୁ ପଡିଥାଏ, ସେହିଭଳି ଶନି ଶୁଭ ଥିଲେ ବ୍ୟକ୍ତିଙ୍କ ଜୀବନ ବହୁତ ଭଲ ମଧ୍ୟ ହୋଇଥାଏ। ତେବେ ରାଶି ଅନୁସାରେ ଶନିଦେବଙ୍କ ମନ୍ତ୍ର ଜପ କରିବା ଉଚିତ୍।

Vastu and sindoor
ସିନ୍ଦୁରର ରହିଛି ବିଶେଷ ମହତ୍ତ୍ୱ,ଘରେ ବୃଦ୍ଧି ହୁଏ ସୁଖ ଶାନ୍ତି

ବାସ୍ତୁ ଶାସ୍ତ୍ର ଅନୁସାରେ ସିନ୍ଦୁରର ବିଶେଷ ମହତ୍ତ୍ୱ ରହିଛି । ପ୍ରତ୍ୟେକ ବିବାହିତ ସ୍ତ୍ରୀର ସିନ୍ଦୂର ହେଉଛି ମୁଖ୍ୟ ଅଂଶ । ଶାସ୍ତ୍ରରେ କୁହାଯାଇଛି ଯେ ସ୍ତ୍ରୀର ସିନ୍ଦୂର ଲଗାଇବା ଦ୍ୱାରା ସ୍ୱାମୀର ଆୟୁଷ ଲମ୍ବା ହୋଇଥାଏ । ସ୍ୱାମୀର ଶରୀର ସୁସ୍ଥ ରହିବା ସହିତ ବିଭିନ୍ନ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।

Do not sweep after sunset
ସୂର୍ଯ୍ୟାସ୍ତ ପରେ କରନ୍ତୁ ନାହିଁ ଝାଡ଼ୁ, ହୋଇଥାଏ ଅଶୁଭ

ଘର ସହିତ ଜଡିତ ଅନେକ କାର୍ଯ୍ୟ ଏବଂ ନିୟମିତ ଭାବରେ କରାଯାଉଥିବା କାର୍ଯ୍ୟ ମଧ୍ୟ ବାସ୍ତୁ ଶାସ୍ତ୍ରର ଏକ ଅଂଶ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହିସବୁ ଜିନିଷକୁ ଅଣଦେଖା କରିବା ଦ୍ୱାରା ଖରାପ ପ୍ରଭାବ ପକାଇଥାଏ । କୁହାଯାଏ ଯେ ଘର ସଫା ସୁତୁରା ଥିଲେ ମା’ ଲକ୍ଷ୍ମୀ ଘରେ ସବୁବେଳେ ବାସ କରନ୍ତି । ସୂର୍ଯ୍ୟୋଦୟ ପରେ ସମସ୍ତେ ସକାଳେ ନିଜ ଘର ସଫା କରନ୍ତି, କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ସନ୍ଧ୍ୟାରେ ଘର ସଫା କରିବା, ଖାସ କରି ସୂର୍ଯ୍ୟାସ୍ତ ପରେ ଝାଡୁ କରିବା ଅଶୁଭ ହୋଇଥାଏ ।

Maa Durga
କିପରି କରିବେ ମାଆ ଦୂର୍ଗାଙ୍କ ପୂଜା,ବାସ୍ତୁ ଅନୁଯାୟୀ ଜାଣିବା ପୂଜାର ବିଦ୍ଧି

ଦେବୀ ଦୁର୍ଗାଙ୍କୁ ବିଭିନ୍ନ ଉପାୟରେ ପୂଜା କରାଯାଏ । ନବରାତ୍ରୀ ସମୟରେ ନଅ ପ୍ରକାରର ଦେବୀଙ୍କୁ ପୂଜା କରାଯାଏ । ଶୈଲପୁତ୍ର, ବ୍ରହ୍ମଚରିଣୀ, ଚନ୍ଦ୍ରଗାନ୍ତ, କୁଶମଣ୍ଡା,ସ୍କନ୍ଦମାତା, କାଟାନି, କାଲତ୍ରୀ, ମହାଗୌରୀ, ଏବଂ ଶିଦ୍ଧିଦତ୍ରୀ ମାଆଙ୍କୁ ପୂଜାର୍ଚ୍ଚନା କରାଯାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆମେ ଘରେ ପୂଜା କରିବା ବେଳେ ଅନେକ ନିୟମ ଓ ବିଦ୍ଧିକୁ ଅନୁସରଣ କରିବା ଉଚିତ୍ । ଦେବୀ ଦୁର୍ଗାଙ୍କ ପୂଜା ପାଇଁ ବିଭିନ୍ନ ନିୟମ ରହିଛି । 

Vastu tips
ସୂର୍ଯ୍ୟାସ୍ତ ପରେ କରନ୍ତୁ ନାହିଁ ‌ଏହି ସବୁ କାର୍ଯ୍ୟ, ପ୍ରବେଶ କରିଥାଏ ନାକରାତ୍ମକ ଶକ୍ତି

ପୌରାଣିକ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ରର ମାନ୍ୟତା ଅନୁଯାୟୀ, ଏପରି କେତେକ କଥା ବର୍ଣ୍ଣନା କରାଯାଇଛି, ଯାହାକୁ ମାନି ଚଳିଲେ ଘରେ ନାକାରାତ୍ମକ ପରିବେଶ ସୃଷ୍ଟି ହୋଇନଥାଏ । ସନ୍ଧ୍ୟା ପରେ ବିଭିନ୍ନ କାର୍ଯ୍ୟ କରିବା ବର୍ଜନୀୟ ଅଟେ । ଏହି ବର୍ଜନୀୟ କାର୍ଯ୍ୟ କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିବା ସହ ଜୀବନରେ ବହୁ ବାଧାବିଘ୍ନ ମଧ୍ୟ ସୃଷ୍ଟି ହୋଇଥାଏ ।

Vastu
ବାସ୍ତୁ ଅନୁଯାୟୀ କେଉଁ ଦିନ କରିବେ କେଉଁ କାର୍ଯ୍ୟ

ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଜୀବନରେ ଶୁଭ ଓ ଅଶୁଭର ଖୁବ ମହତ୍ତ୍ୱ ରହିଛି । ହିନ୍ଦୁ ଧର୍ମରେ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ଶୁଭ ସମୟ ଓ ଶୁଭ ବାର ଦେଖାଯାଇଥାଏ । ଏହି ସବୁ କାରଣରୁ ମଣିଷକୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ବାସ୍ତୁ ଶାସ୍ତ୍ର ଅନୁସାରେ ବାର ଅନୁସାରେ କାର୍ଯ୍ୟ କରିବା ଉଚିତ୍ । ବାର ଅନୁସାରେ କାର୍ଯ୍ୟକଲେ  ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସବୁବେଳେ ରହିଥାଏ ବୋଲି ବିବେଚନା କରାଯାଏ  ।

Lord Sanidev
ରାଶି ଅନୁସାରେ କରନ୍ତୁ ଶନିଦେବଙ୍କ ପୂଜା,ଶନି ଦଷାରୁ ମିଳିବ ମୁକ୍ତି

ସାଧାରଣତଃ ଘରେ ବେଳେ ବେଳେ ବିଭିନ୍ନ ସମସ୍ୟା ଉପୁଜିଥାଏ,ଯେପରିକି ଆର୍ଥିକ ସମସ୍ୟା,ସ୍ୱାସ୍ଥ୍ୟ ସମସ୍ୟା,ପାରିବାରିକ କଳହ ସମସ୍ୟା । ବାସ୍ତୁ ଶାସ୍ତ୍ର ବା ଜୈତିଷ ଶାସ୍ତ୍ର ଅନୁସାରେ ଏହାକୁ ଶନି ଦୋଷ ଲାଗିଥାଏ ବୋଲି ବିବେଚନା କରାଯାଏ । ଶନି ଦୋଷରୁ ମୁକ୍ତି ପାଇବା ପାଇଁ ୭ଟି ଶନିବାର ଶନିଦେବଙ୍କୁ ପୂଜା କରାଯାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଶନିବାର ଦିନ ସବୁ ରାଶିର ଅଲଗା ଅଲଗା ପୂଜା କରିବାର ବିଧି ରହିଛି ।

 wallet
ୱାଲେଟ୍‌ରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ,ଦେଖାଦେଇପାରେ ଆର୍ଥିକ ସମସ୍ୟା

ପ୍ରାୟତଃ ସମସ୍ତେ ଛୋଟ ୱାଲେଟ୍ ବା ପର୍ସ ନିଜ ପାଖରେ ରଖିଥାନ୍ତି । ବିଶେଷକରି ଏଥିରେ ଟଙ୍କା ରଖାଯାଏ । କିନ୍ତୁ ପ୍ରାୟତଃ ଲୋକମାନେ ଏଥିରେ ଅନ୍ୟ ବର୍ଜ୍ୟବସ୍ତୁ ମଧ୍ୟ ରଖିଦେଇଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ଦ୍ୱାରା ଆପଣଙ୍କ ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ଏଭଳି ପରିସ୍ଥିତିରେ ଆପଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ୱାଲେଟ୍ ବା ପର୍ସ ସହିତ ଜଡିତ କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।

Vastu and Health
ଘରେ ଲାଗି ରହୁଛି କି ସ୍ୱାସ୍ଥ୍ୟ ସମସ୍ୟା ? ବାସ୍ତୁ ଅନୁଯାୟୀ କରନ୍ତୁ ଏହିଭଳି ଉପଚାର

ସୁସ୍ଥ ଶରୀର ମଣିଷର ସବୁଠୁ ବଡ଼ ପୁଞ୍ଜି । ବେଳେବେଳେ ଏପରି ହୋଇଥାଏ ଘରର କୌଣସି ସଦସ୍ୟଙ୍କୁ ଦୀର୍ଘ ଦିନ ଧରି ରୋଗରେ ଆକ୍ରାନ୍ତ ରହିବାର ଦେଖା ଦେଇଥାଏ ଓ ବିଭିନ୍ନ ଉପାୟ କଲେ ମଧ୍ୟ ଶରୀର ଠିକ୍ ହୋଇନଥାଏ । ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ବାସ୍ତୁ ଦୋଷ ବୋଲି କୁହାଯାଏ । ଆସନ୍ତୁ ଜାଣିବା କଣ ରହିଛି କାରଣ ।

don’t take donations
ବିନା ପଇସାରେ ନିଅନ୍ତୁ ନାହିଁ ଏହି ସବୁ ଜିନିଷ,ଉପୁଜିପାରେ ଆର୍ଥିକ ସମସ୍ୟା

ପ୍ରାୟତଃ ଆମେ ବହୁବାର ବିନା ମୂଲ୍ୟରେ କିଛି ଜିନିଷ ଅନ୍ୟମାନଙ୍କଠାରୁ ନେଇଥାଉ । ବାସ୍ତୁ ଶାସ୍ତ୍ରରେ କିଛି ଏଭଳି ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଆମେ ବିନା ପଇସାରେ ଅନ୍ୟଠାରୁ ନେଉଥିବା ଜିନିଷ ଆମ ପାଇଁ କ୍ଷତିକାରକ ହୋଇପାରେ । ଏହା ଆମ ସାଧାରଣ ଜୀବନରେ ଆର୍ଥିକ ଓ ଘରୋଇ ସମସ୍ୟା ସୃଷ୍ଟି କରିଥାଏ ।