୧୫ ଦିନ ଯାଏଁ ବର୍ଷାଙ୍କ ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିଚନ୍ତି ହାଇକୋର୍ଟ ।
ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଲା ...
ରାଜ୍ୟ ମାନବାଧିକାର କମିଶନ ଅଫିସରେ ବର୍ଷା...
ବିବାହ ବିଚ୍ଛେଦ ମାମଲାରେ ଆଜି କଟକ ପାରିବାରିକ ଅଦାଲତରେ ସାକ୍ଷ୍ୟ ଦେଇଛନ୍ତି ଅନୁଭବ । ଏହି ସମୟରେ ବର୍ଷାଙ୍କ ଓକିଲ ଅନୁଭବଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲେ ।
ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନିର୍ଦ୍ଦେଶ ଉପରେ କୋର୍ଟ ଲଗାଇଥିଲେ ରୋକ୍ । SDJMଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଥିଲେ କଟକ ଜିଲ୍ଲା ଜଜ୍ ।
SDJMଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଲେ କଟକ ଜିଲ୍ଲା ଜଜ୍ ।
ସୋସିଆଲ ମିଡିଆରେ ୱାର୍ ପରେ ଏବେ ବର୍ଷାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ରେ ଫେରାଦ୍ ହୋଇଛନ୍ତି ଅନୁଭବ। ବର୍ଷା ବିଭିନ୍ନ ସରକାରୀ ଦସ୍ତାବିଜ୍ରେ ନିଜର ଏକାଧିକ ଏବଂ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଥିବା ଏବଂ କଳାଟଙ୍କା ରଖିଥିବା ଅଭିଯୋଗ କରିଛନ୍ତି ଅନୁଭବ।
ଅନୁଭବଙ୍କ ନାଁରେ ବର୍ଷା ପୁଣି ଏକ ମାମଲା ରୁଜୁ କରିଛନ୍ତି। କଟକ ଏସ୍ଡିଜେଏମ୍ କୋର୍ଟରେ ବର୍ଷା କମ୍ପ୍ଲେନ୍ କେସ୍ ରୁଜୁ କରିଛନ୍ତି।
ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟ ତାଗିଦ୍ କରିଛନ୍ତି। ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଉଭୟଙ୍କୁ ତାଗିଦ କରାଯାଇଛି।
ଅନୁଭବ ତାଙ୍କ ଚତୁର୍ଥ ଭିଡିଓ ଛାଡ଼ିବା ପରେ ଗୋଟିଏ କଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତା’ ହେଉଛି ପୂର୍ବ ଭିଡିଓ ଭଳି ଏଥିରେ ସେ ବର୍ଷାଙ୍କ ବିଷୟରେ ପଦଟିଏ ବି କହି ନାହାନ୍ତି।
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୋସିଆଲ ମିଡିଆରେ ତାଙ୍କ ନାଁରେ ଅପପ୍ରଚାର ବନ୍ଦ ନିର୍ଦ୍ଦେଶ ପାଇଁ ହାଇକୋର୍ଟରେ ବର୍ଷା ପିଟିସନ୍ ଦାଖଲ କରିଛନ୍ତି।
ଅନୁଭବ ମହାନ୍ତିଙ୍କ ନାଁରେ ଥିବା ଏକ ୟୁଟ୍ୟୁବ୍ ଚ୍ୟାନେଲରେ ଆଜି ସକାଳୁ ଏହି ଭିଡିଓଟି ଅପଲୋଡ୍ କରାଯାଇଛି। ଏଥର ନା ସେ ପତ୍ନୀ ବର୍ଷାଙ୍କୁ ଟାର୍ଗେଟ୍ କରିଛନ୍ତି ନା ବର୍ଷାଙ୍କ ଉଦ୍ଦେଶ୍ୟରେ କିଛି କହିଛନ୍ତି। ବରଂ ସେ ନିଜ ପରିବାର ବିଷୟରେ ଓ ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଦେଇଛନ୍ତି।
ପୁଣି ବର୍ଷାଙ୍କୁ ଟାର୍ଗେଟ କଲେ ଅନୁଭବ। କିଛି ଫେକ୍ ଆକାଉଣ୍ଟ୍ ଓ ଫ୍ୟାନ୍ ପେଜ୍ ଯାହାକି ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ଖୋଲା ଯାଇଛି, ସେସବୁ ପ୍ରତି ସତର୍କ ରହିବାକୁ ଅନଭୁବ ତାଙ୍କ ଅଫିସିଆଲ୍ ଫେସ୍ବୁକ୍ ପେଜ୍ରେ ଆଜି କହିଛନ୍ତି।
ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସୋସିଆଲ୍ ମିଡିଆ ୱାର୍ ଆହୁରି ତେଜିବାରେ ଲାଗିଛି। ଏପରି ଲାଗୁଛି ଏବେ ସ୍ୱାମୀ-ସ୍ତ୍ରୀଙ୍କ କଳିର କଡ଼ା ଜବାବ ଫ୍ୟାନ୍ସ ଦେଉଛନ୍ତି।
ପତ୍ନୀଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଭିଡିଓ ଛାଡ଼ି ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବେ ହରଡ଼ଘଣାରେ। ବର୍ଷାଙ୍କ ଏତଲା ଭିତ୍ତିରେ ସାଇବର ଥାନା ପୋଲିସ ଆଇପିସିର ଧାରା ୫୦୯ ଓ ଆଇଟି ଆଇନରେ ମାମଲା ରୁଜୁ କରିଛି।
ଦିନକୁ ଦିନ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଜଟିଳ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଛବି ଖରାପ କରାଯାଉଥିବା ଅଭିଯୋଗ କରି କଟକ ସାଇବର ଥାନାରେ ବର୍ଷା ଏତଲା ଦେଇଛନ୍ତି।
ଜଟିଳ ହେବାରେ ଲାଗିଛି ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ଅନୁଭବ ସୋସିଆଲ ମିଡିଆରେ ତୃତୀୟ ଭିଡିଓ ପୋଷ୍ଟ କରିବା ସହ ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି । ସତ ପଦାକୁ ଆଣିବା ଲାଗି ଦରକାର ପଡ଼ିଲେ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି ।
ଅନୁଭବ-ବର୍ଷା । ଦିନେ ଏମାନଙ୍କ ପ୍ରେମକୁ ନେଇ ସାରା ଓଡିଶାରେ ହେଉଥିଲା ଚର୍ଚ୍ଚା । ଏବେ ଚର୍ଚ୍ଚା ହେଉଛି ଏମାନଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦକୁ ନେଇ । ସୋସିଆଲ ମିଡିଆରେ ଅନୁଭବଙ୍କ ଦୁଇ ଦୁଇଟି ଭିଡିଓ ପୋଷ୍ଟ ପରେ ଥାନାରେ ଏତଲା ଦେଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।
ଭିଡିଓରେ ଖୋଦ୍ ଅନୁଭବଙ୍କ ଶଙ୍କାକୁ ସାବ୍ୟସ୍ତ କରିବା ପରେ ଦେବାଶିଷଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା । ଏପଟେ ବର୍ଷା ଫ୍ୟାନ୍ କ୍ଲବ୍ କହିଲା ମିଛ କାନ୍ଦ, ମହାଡ୍ରାମା ।
ସୋସିଆଲ ମିଡିଆରେ ଅନୁଭବ-ବର୍ଷା ବିବାଦ : ସିରିଜ୍ ଟ୍ୱିଟ୍ କରି କେନ୍ଦ୍ରାପଡ଼ା ସାଂସଦଙ୍କ ଉପରେ ବର୍ଷିଲେ ସମର୍ଥକ
ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ମାମଲାକୁ ନେଇ ଚର୍ଚ୍ଚାରେ ଥିବା ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ପୁଣି ଚର୍ଚ୍ଚା। ସୋସିଆଲ ମିଡିଆରେ ଅନୁଭବ ଏବେ ଏମିତି ଏକ ଭିଡିଓ ଶେଆର କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
କୋର୍ଟଙ୍କ ପାଖରେ ସାଂସଦ ଅନୁଭବ ମହାନ୍ତି ଗୁହାରି କରିଛନ୍ତି। ପତ୍ନୀ ବର୍ଷାଙ୍କ ସହ ବିବାହ ବିଚ୍ଛେଦ ମାମଲାର ତ୍ୱରିତ ଶୁଣାଣି କରିବାକୁ ଅନୁଭବ ଗୁହାରି କରିଛନ୍ତି। କଟକ ଫ୍ୟାମିଲି କୋର୍ଟରେ ଆଜି ସାକ୍ଷ୍ୟ ଗ୍ରହଣ ପାଇଁ ଅନୁଭବ ଉପସ୍ଥିତ ହୋଇଥିଲେ।
ସ୍ୱାମୀଙ୍କୁ ଜୋରଦାର ବିରୋଧ କରୁଛନ୍ତି କିନ୍ତୁ ଶଙ୍ଖ ଦଳିଆ ନେତାଙ୍କୁ ପଂଚାୟତ ନିର୍ବାଚନରେ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି। ଖରାତରାରେ ବୁଲି ଦଳୀୟଗୁଣ ଗାନ କରିବା ସହ ଛୋଟ ପିଲାଙ୍କୁ କାରରେ ବସାଇ ଗେଲ କରୁଛନ୍ତି ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ
ବିଜେଡି ପ୍ରଚାରରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ପ୍ରଥମ ଥର ପାଇଁ ନିର୍ବାଚନ ମୈଦାନକୁ ବର୍ଷା ଓହ୍ଲାଇଛନ୍ତି। ବିଜେଡି ସମର୍ଥିତ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି