ଏହା ପୂର୍ବରୁ ୧ ଫେବୃଆରୀ ୨୦୨୦ ଏବଂ ୨୮ ଫେବୃଆରୀ ୨୦୧୫ରେ ବଜେଟ୍ ଯୋଗୁ ସେୟାର ବଜାର ଶନିବାର ମଧ୍ୟ ଖୋଲା ରହିଥିଲା ।
ବଜେଟ ଇଂଲିଶ ଶବ୍ଦ Budgetରୁ ଆସିଛି। ଏହି ଶବ୍ଦର ଅର୍ଥ ସରକାରଙ୍କ ଅର୍ଥ ବ୍ୟବସ୍ଥାକୁ ବୁଝାଇଥାଏ। ଏହା ମୂଳ ରୂପେ ଫ୍ରେଞ୍ଚ ଶବ୍ଦ Bougetteରୁ ଆସିଛି ଯାହାର ଅର୍ଥ ଚମଡ଼ା ବ୍ରିଫକେଶ।
ଏଥର ମନେ ହେଉଛି ଯେ ସରକାର ମୁଦ୍ରାସ୍ଫୀତି ଏବଂ ଟିକସ କ୍ଷେତ୍ରରେ ଅନେକ ଘୋଷଣା କରିପାରନ୍ତି। ଏଗୁଡ଼ିକ ମଧ୍ୟରୁ ସବୁଠାରୁ ବଡ଼ ଉପହାର ଟିକସ ଛାଡ଼ ଆକାରରେ ମିଳିବାର ସମ୍ଭାବନା ଅଛି।ତେବେ ଏଥର ବଜେଟ୍ରେ ଥିବା ୭ଟି ସମ୍ଭାବନା ବିଷୟରେ ଜାଣନ୍ତୁ...
ଆଜି ସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ୍ । ପ୍ରଧାନମନ୍ତ୍ରୀ
୨୦୨୪ ବଜେଟରେ ମୋଟ ବ୍ୟୟ ପରିମାଣ ୪୮ ଦଶମିକ ୨୧ ଲକ୍ଷ କୋଟି ଟଙ୍କା ଥିଲା। ଯାହା ୨୦୨୩-୨୪ ତୁଳନାରେ ୮.୫ ପ୍ରତିଶତ ଅଧିକ। ଚଳିତ ବଜେଟରେ ମୋଟ ବ୍ୟୟ ପରିମାଣ ୫୦ ଲକ୍ଷ କୋଟି ଟଙ୍କା ହେବା ଆଶା କରାଯାଉଛି ।
ବଜେଟରେ ମିଡିଲ କ୍ଲାସ ବା ମଧ୍ୟବିତ୍ତଙ୍କୁ ମିଳିପାରେ ବଡ଼ ଆଶ୍ୱସ୍ତି। ଆୟକର ଛାଡ ନେଇ ଗୁଡ୍ନ୍ୟୁଜ ଦେଇପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟରୁ ଏମିତି କିଛି ସଙ୍କେତ ମିଳିଛି।
ରାଷ୍ଟ୍ରପତିଙ୍କ ବଜେଟ୍ ଅଭିଭାଷଣରେ ମହିଳା ଶକ୍ତିର ବିକାଶ ଓ ବିକଶିତ ମହିଳାଙ୍କ ସଳଫତା ପ୍ରସଙ୍ଗରେ ମୋଦି ସରକାର ନେଇଥିବା ପଦକ୍ଷେପର ଲମ୍ବା ତାଲିକା ରହିଛି।
ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ। ଏହି ଗୁରୁତ୍ୱପୂର୍ଣ୍ଣ ସେସନ ପାଇଁ ପ୍ରସ୍ତୁତ ସବୁ ଦଳର ସାଂସଦ। ସକାଳୁ ସକାଳୁ ଏମିତି ଥିଲା ସଂସଦ ବାହାରର ଦୃଶ୍ୟ। ଜଣ ଜଣ କରି ପହଞ୍ଚିଥିଲେ ସବୁ ଦଳର ନେତା।
ଚଳିତ ଥର ଦୁଇଟି ପର୍ଯ୍ୟାୟରେ ସଂସଦର ବଜେଟ୍ ଅଧିବେଶନ ଚାଲିବ । ଆସନ୍ତାକାଲିଠୁ ଫେବ୍ରୁଆରୀ ୧୩ ଯାଏ ପ୍ରଥମ ପର୍ଯ୍ୟାୟ ଓ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ ମାର୍ଚ୍ଚ ୧୦ରୁ ଏପ୍ରିଲ ୪ ତାରିଖ ଯାଏ ଚାଲିବ । ଅଷ୍ଟମ ଥର ଅର୍ଥମନ୍ତ୍ରୀ ଭାବରେ ସଂସଦରେ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ ।
ପ୍ରତିବର୍ଷ ବଜେଟ୍ ଆସିଲେ ଆୟକର ଛାଡ଼ ସୀମା ଓ ରିହାତି ବୃଦ୍ଧି ପାଇଁ ଆଶା ରଖିଥାନ୍ତି ବେତନଭୋଗୀ ଓ ମଧ୍ୟବିତ୍ତ। ଏଥର ମଧ୍ୟ ନୂଆ ରେଜିମରେ ବାର୍ଷିକ ଟ୍ୟାକ୍ସ-ଫ୍ରି ଇନକମ୍ ଲିମିଟକୁ ୭ ଲକ୍ଷରୁ ୧୦ ଲକ୍ଷକୁ ବଢ଼ାଇବା ପାଇଁ ଦାବି ହେଉଛି।
ପ୍ରତିବର୍ଷ ବଜେଟ୍ ଆସିଲେ ଆୟକର ଛାଡ଼ ସୀମା ଓ ରିହାତି ବୃଦ୍ଧି ପାଇଁ ଆଶା ରଖିଥାନ୍ତି ବେତନଭୋଗୀ ଓ ମଧ୍ୟବିତ୍ତ। ଏଥର ମଧ୍ୟ ନୂଆ ରେଜିମରେ ବାର୍ଷିକ ଟ୍ୟାକ୍ସ-ଫ୍ରି ଇନକମ୍ ଲିମିଟକୁ ୭ ଲକ୍ଷରୁ ୧୦ ଲକ୍ଷକୁ ବଢ଼ାଇବା ପାଇଁ ଦାବି ହେଉଛି।
ଆସନ୍ତାକାଲି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫେବ୍ରୁଆରୀ ୧ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଏଥର MSME କ୍ଷେତ୍ରକୁ ମିଳିବ କି ଅଧିକ 'ବଜେଟ୍' ବଳ ? ଫୋକସ୍ରେ ରହିବ କି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ? ରିୟଲ ଇଷ୍ଟେଟ୍ ସେକ୍ଟର ଅଭିବୃଦ୍ଧି ପାଇଁ ମିଳିବ କେଉଁ ସୁବିଧା ? ମଧ୍ୟବିତ୍ତଙ୍କ ସ୍ୱପ୍ନର ଘରକୁ ବାସ୍ତବ ରୂପ ଦେବେ କି ନିର୍ମଳା ସୀତାରମଣ ?
ଏଥର MSME କ୍ଷେତ୍ରକୁ ମିଳିବ କି ଅଧିକ 'ବଜେଟ୍' ବଳ ? ଫୋକସ୍ରେ ରହିବ କି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ? ରିୟଲ ଇଷ୍ଟେଟ୍ ସେକ୍ଟର ଅଭିବୃଦ୍ଧି ପାଇଁ ମିଳିବ କେଉଁ ସୁବିଧା ? ମଧ୍ୟବିତ୍ତଙ୍କ ସ୍ୱପ୍ନର ଘରକୁ ବାସ୍ତବ ରୂପ ଦେବେ କି ନିର୍ମଳା ସୀତାରମଣ?
ଏଥର ବଜେଟରେ ରହିବ କ’ଣ । ଜଣେ ସାଧାରଣ ଲୋକର ବଜେଟକୁ ନେଇ କ’ଣ ଆଶା ରହିଛି ? ଜାଣନ୍ତୁ...
ବଜେଟରେ କାହା ଉପରେ ରହିବ ଫୋକସ ? ବେକାରୀ ସମସ୍ୟା ଦୂର କରିବାକୁ ବଢ଼ିବ କି ନିଯୁକ୍ତି ସୁଯୋଗ ?
ବଜେଟରେ ସରକାରଙ୍କ ଠାରୁ ଅଧିକ ପ୍ରୋତ୍ସାହନର ଆଶା ରଖିଛନ୍ତି କ୍ଷୁଦ୍ର ବ୍ୟବସାୟୀ। ଆୟକର, ଜିଏସଟି ଏବଂ ପ୍ରୋଫେସନାଲ ଟ୍ୟାକ୍ସ ଯୋଗୁଁ ଘାଇଲା ହେଉଛନ୍ତି ବ୍ୟବସାୟୀ। ସେମାନଙ୍କ କହିବା କଥା, ସରକାର ବଡ ବ୍ୟବସାୟୀଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ଦେଉଛନ୍ତି, ଏଥର ସେମାନଙ୍କ ପାଇଁ ବଜେଟରେ କିଛି ବ୍ୟବସ୍ଥା କଲେ ସେମାନେ ମାର୍କେଟ୍ ରେ ତିଷ୍ଠି ପାରିବେ।
ସଂସଦର ଆଗତ ହେବାକୁ ଥିବା ବଜେଟ୍ରେ ସରକାର ଏକ ନୂତନ ଆୟକର ବିଲ୍ ଆଗତ କରିପାରନ୍ତି ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ଏହା କରିବାର ସରକାରଙ୍କର ମୂଳ ଲକ୍ଷ୍ୟ ହେଉଛି ବର୍ତ୍ତମାନର ପ୍ରଚଳିତ ଆୟକର ଆଇନକୁ ସରଳ କରିବା। ବର୍ତ୍ତମାନର ଆୟକର ଆଇନ ଟିକେ ଜଟିଳ ଏବଂ ଏହାର ପୃଷ୍ଠା ଏତେ ଅଧିକ ଯେ ଏହାକୁ ପଢ଼ିବା ଏବଂ ବୁଝିବା ସମୟରେ ସାଧାରଣ ଲୋକେ ଚିନ୍ତାରେ ପଡ଼ନ୍ତି। ଜୁଲାଇ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଛଅ ଦଶନ୍ଧି ପୁରୁଣା ଆୟକର ଆଇନ, ୧୯୬୧କୁ ଛଅ ମାସ ମଧ୍ୟରେ ଏକ ବ୍ୟାପକ ସମୀକ୍ଷା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଘୋଷଣା କରିଥିଲେ।
ସର୍ବାଧିକ ଥର ବଜେଟ ଉପସ୍ଥାପନ କରିବାରେ ତୃତୀୟ ସ୍ଥାନରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ଭେଟେରାନ ଭାରତୀୟ ରାଜନେତା ପ୍ରଣବ ମୁଖାର୍ଜୀ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଅର୍ଥମନ୍ତ୍ରୀ ଭାବରେ ୮ ଥର ବଜେଟ ଉପସ୍ଥାପନ କରିଛନ୍ତି । ୧୯୮୨ରୁ ୧୯୮୪ ପର୍ଯ୍ୟନ୍ତ ସେ ଅର୍ଥମନ୍ତ୍ରୀ ଥିଲେ । ତାଙ୍କ ପ୍ରସ୍ତାବିତ ଅର୍ଥନୀତି ଯୋଗୁଁ ଇନ୍ଦିରା ସରକାର ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆ.ଏମ.ଏଫ୍.)କୁ ଦେଶର ପ୍ରଥମ ଋଣ ପୈଠର ଅନ୍ତିମ କିସ୍ତି କରିବାରେ ସଫଳ ହେଇଥିଲା ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବ୍ରୁଆରୀ ପହିଲାରେ କ୍ରମାଗତ ଅଷ୍ଟମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବେ।
ହାଲୱା ସମାରୋହ କେବଳ ଏକ ପ୍ରତୀକାତ୍ମକ ଇସାରା ନୁହେଁ, ଏହା କେନ୍ଦ୍ର ବଜେଟ୍ ପ୍ରସ୍ତୁତ କରିବାରେ ସାମୂହିକ ପ୍ରୟାସର ଉତ୍ସବ ଅଟେ । ସମାରୋହର ପ୍ରଥମ ସପ୍ତାହରେ ଅନେକ ଅଧିକାରୀ ଆର୍ଥିକ ଯୋଜନା, ଆବଣ୍ଟନ, ଅନୁସନ୍ଧାନ ଏବଂ ଡକ୍ୟୁମେଣ୍ଟେସନ୍ ଭଳି ବଜେଟର ବିଭିନ୍ନ ଦିଗ ଉପରେ ନିରନ୍ତର କାର୍ଯ୍ୟ କରନ୍ତି । ଏହି କ୍ରମରେ ହାଲୱା ଥାଳି କଠିନ ପରିଶ୍ରମ, ସମନ୍ୱୟ ଏବଂ ଉତ୍ସର୍ଗର ପ୍ରତୀକ ଅଟେ ।
ଗତ ୧୦ ବର୍ଷରେ କେନ୍ଦ୍ରରୁ ଓଡ଼ିଶା ପାଇଁ ବଢିଛି ୩ ଗୁଣା ଅଧିକ ଫଣ୍ଡିଂ। ଏପରିକି ଓଡ଼ିଶାରେ ରେଳ ବିକାଶ ପାଇଁ ବଜେଟରେ ୧୦ ହଜାର ୫୦୦ କୋଟି ଦିଆଯାଇଛି।
ଭାରତ ସରକାରଙ୍କ ଫୋକସରେ ଖେଲୋ ଇଣ୍ଡିଆ । କ୍ରୀଡା ବଜେଟରେ ଖେଲୋ ଇଣ୍ଡିଆକୁ ମିଳିଲା ସିଂହଭାଗ ରାଶି ।
କେନ୍ଦ୍ର ବଜେଟରେ ରେଳ ବିଭାଗକୁ ମିଳିଥିବା ଅନୁଦାନ ସମ୍ପର୍କରେ ସୂଚନା ଦେଇ ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ଏବେ ୪୦ଟି ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି, ଶତ ପ୍ରତିଶତ ବିଦ୍ୟୁତ୍ କରଣ ହୋଇଯାଇଛି।
ସପ୍ତମ ଥର ଲାଗି ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରତି ଥର ବଜେଟ ଆଗତ ସମୟରେ ପାରମ୍ପରିକ ଶାଢୀରେ ନଜର ଆସିଥାନ୍ତି ନିର୍ମଳା ।