ଜବାହାରଲାଲ ନେହରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦରେ ଥାଇ ବଜେଟ୍ ଉପସ୍ଥାପନ କରିଛନ୍ତି । ସ୍ୱାଧୀନ ଭାରତର ପ୍ରଧାନମନ୍ତ୍ରୀ ଭାବେ ଜବାହାରଲାଲ ନେହେରୁ ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ସଂସଦରେ ବଜେଟ୍ ଉପସ୍ଥାପନ କରିଥିଲେ।
ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ। କାହାକୁ ସେ କ’ଣ ଦେବେ, ତା ଉପରେ ରହିଛି ସାରା ଦେଶର ନଜର।
ସଂସଦରେ ୨୦୨୧-୨୨ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ ଅର୍ଥାତ୍ ଜିଡିପି ୮ରୁ ୮.୫ ପ୍ରତିଶତ ବଢିବା ନେଇ ଏଥିରେ ଆକଳନ କରାଯାଇଛି।
ଆଜିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ଆଜି ବଜେଟ ଅଧିବେଶନର ପ୍ରଥମ ଦିନ ହୋଇଥିବାରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ରାଜ୍ୟସଭା ଓ ଲୋକସଭାର ସାଂସଦଙ୍କୁ ଏକାଠି ସମ୍ବୋଧନ କରିବେ ।