ସଂପତ୍ତି ଲୋଭ ହେଉ କି ପ୍ରତିପତି ହାସଲ ଲକ୍ଷ୍ୟ, ରାଜ୍ୟରେ ନରବଳିର ଅନେକ ନଜିର ରହିଛି ।
ଗୁଣି ଗାରେଡ଼ି ସନ୍ଦେହରୁ ପତି-ପତ୍ନୀ ଓ ଝିଅ, ୩ ଜଣଙ୍କୁ ବିଷ ଇଂଜେକ୍ସନ ଦେଇ ହତ୍ୟା ମାମଲାରେ ସମସ୍ତ ୯ ଦୋଷୀଙ୍କ ଫାଶି ଦଣ୍ଡାଦେଶ କାଏମ । ୨୦୧୬ରେ ରାୟଗଡ଼ାରେ ଘଟିଥିବା ଏ ଜଘନ୍ୟ ହତ୍ୟାକାଣ୍ଡରେ ପୂର୍ବରୁ ୯ ଦୋଷୀଙ୍କ ଫାଶି ଦଣ୍ଡାଦେଶ ଦେଇଥିଲେ ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ।
ଗ୍ରାମରେ ଜଣେ ମହିଳାଙ୍କ ଦେହରେ କାଳିସି ଲାଗିବା ନେଇ ଚର୍ଚ୍ଚା ହୋଇଥିଲା। ସେ ନିଜକୁ ସେହି ସାପବୋଲି କହିବାରୁ ଛୁଆ ମେଡ଼ିକାଲରୁ ଭଲହୋଇ ନଫେରିବା ପର୍ଯ୍ୟନ୍ତ ସାପକୁ ଦିଆଯିବ ନାହିଁ ବୋଲି ଗ୍ରାମର ମନ୍ଦିର ପୂଜକ କହିଥିଲେ। ଫଳରେ ତିନିଦିନ ଧରି ସାପଟି ଆହୁରି ଭୟଙ୍କର ଅବସ୍ଥାରେ ଉକ୍ତ ଡ୍ରମ ଭିତରେ ରହିଥିଲା।
ଅନ୍ଧବିଶ୍ୱାସ ନେଲା ନାବାଳକର ଜୀବନ । ସାପ କାମୁଡ଼ିବାରୁ ପ୍ରଥମେ ଗୁଣିଆ ଓ ପରେ ଡାକ୍ତରଖାନା ନେବା ବେଳେ ନାବାଳକର ହୋଇଛି ମୃତ୍ୟୁ । ମୃତକ ହେଲେ ମାନସ ଜେନା ।