/odishatv-khabar/media/media_files/2025/12/14/meghanad-pacheri-2025-12-14-20-43-27.jpg)
Meghanad Pacheri Photograph: (OTV)
ବର୍ଷେ ତଳେ ମରାମତି ହୋଇଥିଲା। ହେଲେ ଏବେ ପୁଣି ଶ୍ରୀମନ୍ଦିର ମେଘନାଦ ପାଚେରିରୁ ଅନବରତ ଗଳୁଛି ପାଣି। ରାମଦୟା ପରିଷଦର ଠିକ୍ ପଛ ପାର୍ଶ୍ବରେ ଏଭଳି ସ୍ଥିତି ଦୃଶ୍ୟମାନ ହେବା ପରେ ବଢ଼ିଛି ଚିନ୍ତା। ଭାରତୀୟ ପତ୍ନତତ୍ତ୍ବ ସର୍ବେକ୍ଷଣ ବିଭାଗର ଅଣଦେଖା ଯୋଗୁଁ ଶ୍ରୀମନ୍ଦିରର ସୁରକ୍ଷା କବଚ ବିପଦରେ ପଡ଼ିଥିବା ଅଭିଯୋଗ କରିଛନ୍ତି ଭକ୍ତ ଓ ସେବାୟତ। ତେଣେ ପାଚେରୀର ବିଜ୍ଞାନସମ୍ମତ ଅନୁଧ୍ୟାନ ସହ ଶୀଘ୍ର ମରାମତି ପାଇଁ ଏସଏସଆଇକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।...
ପୁଣି ବିପଦରେ ଶ୍ରୀମନ୍ଦିର ମେଘନାଦ ପାଚେରୀ । ଅନବରତ ଗଳୁଛି ପାଣି, ସୁରକ୍ଷାକୁ ନେଇ ପ୍ରଶ୍ନ । କାନ୍ଥରେ ବି ମାଡ଼ି ଗଲାଣି ଶିଉଳି ।
ଆନନ୍ଦବଜାରେ ଥିବା ଡ୍ରେନ୍ ରେ ଲିକେଜ୍ ଯୋଗୁଁ ଅନବରତ ପାଣି ଝରୁଥିବା ଆଶଙ୍କା କରାଯାଉଛି। ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକଟର ଅରବିନ୍ଦ ପାଢ଼ୀ ଆଜି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ବିଭାଗ ବା ASI ସୁପରିଟେଣ୍ଡେଣ୍ଟଙ୍କୁ ଏ ନେଇ ଲେଖିଛନ୍ତି ଚିଠି। ଯେଉଁଥିରେ ପୂର୍ବରୁ ସେ ସ୍ଥାୟୀ ମରାମତି ପାଇଁ ଜଣାଇଥିଲେ ଓ ଏଏସଆଇର ପରାମର୍ଶକ୍ରମେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଇଞ୍ଜିନିୟରଙ୍କ ଦ୍ବାରା କାମ ଚାଲିଥିବା ଦର୍ଶାଇଛନ୍ତି।
ହେଲେ ପୁନର୍ବାର ପାଣି ଗଳୁଥିବାରୁ ଚିନ୍ତା ବଢ଼ିଛି। ପାଚେରିର ବୈଜ୍ଞାନିକସମ୍ମତ ଅନୁଧ୍ୟାନ ସହ ମୂଳ କାରଣ ଖୋଜିବାକୁ ସେ ନିବେଦନ କରିଛନ୍ତି। ତାସହ ପାଚେରୀର ଶୀଘ୍ର ସ୍ଥାୟୀ ମରାମତି ବ୍ୟବସ୍ଥା କରିବାକୁ ଏଏସଆଇକୁ ଅନୁରୋଧ କରିଛନ୍ତି। ସେପଟେ ଯୁଦ୍ଧକାଳୀନ ଭିତ୍ତିରେ ମେଘନାଦ ପାଚେରୀରୁ ଶିଉଳିକୁ ଛଡାଯାଇଥିବା ବେଳେ ଆନନ୍ଦ ବଜାରର କେଉଁ ସ୍ଥାନରୁ ପାଣି ଆସି ମେଘନାଦ ପାଚେରୀରୁ ଝରୁଛି ତାର ଅନୁଧ୍ୟାନ କରାଯାଉଥିବା କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ। ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ବି ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।...
ଗତବର୍ଷ ନଜରକୁ ଆସିଥିଲା
ମେଘନାଦ ପାଚେରୀରେ ଫାଟ ହୋଇ ପାଣି ଝରୁଥିବାର ଘଟଣା ଗତବର୍ଷ ନଜରକୁ ଆସିଥିଲା। ଯାହାକୁ ଗୁରୁତ୍ବର ସହ ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇ। ଗତବର୍ଷ ପାଚେରୀର ପୂର୍ବ,ପଶ୍ଚିମ ଓ ଉତ୍ତର କୋଣରୁ ପାଣି ଝରୁଥିବା ଠାବ ହୋଇଥିଲା। ତେଣୁ ଶ୍ରୀମନ୍ଦିର ଭିତରର ବିଭିନ୍ନ ଜାଗାର ଦୁର୍ବଳ ଡ୍ରେନେଜ୍ ବ୍ୟବସ୍ଥା, ହାତଧୁଆ ପାଣି ଓ ପାଣି ପାଇପ୍ ସବୁକୁ ଶୀଘ୍ର ମରାମତି ଲାଗି ମନ୍ଦିର ପ୍ରଶାସନକୁ ଚିଠି ଲେଖିଥିଲା ଏଏସଆଇ। ଆଉ ଠିକ୍ ବର୍ଷେ ପରେ ପୁର୍ନବାର ମେଘନାଦ ପାଚେରୀରୁ ପାଣି ଝରିବା ଘଟଣା ଜଗନ୍ନାଥ ମନ୍ଦିର ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯାହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସେବାୟତ ଓ ଭକ୍ତ।
ଏଏସଆଇ ସଠିକ୍ ଭାବେ କିର୍ତ୍ତୀରାଜିର ସୁରକ୍ଷା କରୁନଥିବା ଓ ମନଇଚ୍ଛା କାମ କରୁଥିବା ଅଭିଯୋଗ ଆଣିଛନ୍ତି। ତେଣୁ ସ୍ଥାୟୀ ମରାମତି ନହେଲେ ପାଚେରୀ ଭୁଶୁଡ଼ିବାକୁ ବେଶୀ ଦିନ ଲାଗିବନି ବୋଲି କ୍ଷୋଭର ସହ କହିଛନ୍ତି।...
ଜଗନ୍ନାଥ ମନ୍ଦିରର ସୁରକ୍ଷା କବଚ ମେଘନାଦ ପାଚେରୀ। ଯାହାକି ୧୪୫୨ ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବଙ୍କ ସମୟରେ ନିର୍ମାଣ ହୋଇଥିବା ଅନୁମାନ କରାଯାଏ। ଏହି ପୁରାତନ ପାଚେରିର ସ୍ଥାୟୀ ମରାମତି ନହେଲେ ଆଗକୁ ଏହାର ସ୍ଥାୟିତ୍ବ ଉପରେ ବଡ଼ ପ୍ରଶ୍ନ ଚିହ୍ନ ଲାଗିପାରେ।...
Midnight Chaos: ରାତି ଅଧରେ ଅବକାରୀ ଟିମ୍ କୁ ମାତାଲଙ୍କ ଆଟାକ୍, ବାର୍ ଚଢ଼ଉ ସାରି ଫେରିବା ବେଳେ ବୋତଲ ମାଡ଼

Custodial Death Allegation: ପୋଲିସ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗ, ମଦ କାରବାରରେ ଗିରଫ ଅଭିଯୁକ୍ତ ମୃତ୍ୟୁକୁ ନେଇ ସସପେନ୍ସ

Salary Hike Refusal Sparks Political Storm: ବର୍ଦ୍ଧିତ ଦରମା ନେବାକୁ ନବୀନଙ୍କ ନା ପରେ ରାଜନୀତି, ନିଶାନା କଲେ କେଭି ସିଂହଦେଓ

Student Death Mystery Deepens: ସନ୍ଦେହଜନକ ଛାତ୍ର ମୃତ୍ୟୁ ଘଟଣାରେ ବଢିଲା କିସ୍ ଅଡୁଆ, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ବଡ଼ ସୂଚନା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)