Advertisment

No Mobiles Inside Srimandir: ଡ୍ରୋନ୍ ପରେ ଶ୍ରୀମନ୍ଦିରରେ ଫୋନ୍ ବ୍ୟାନ୍, ଶ୍ରୀମନ୍ଦିରରେ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ

ଡ୍ରୋନ୍ ପରେ ମୋବାଇଲ୍ ବ୍ୟାନ୍ । ଶ୍ରୀମନ୍ଦିର ସୁରକ୍ଷା ଆହୁରି ହେବ କଡ଼ା । ସେବାୟତ ହୁଅନ୍ତୁ କି ପୋଲିସ୍ ।କେହି ନେଇ ପାରିବେନି ମୋବାଇଲ୍ ଫୋନ୍, ସମସ୍ତଙ୍କ ପାଇଁ ନିୟମ ହେବ ସମାନ । ସୁରକ୍ଷା ଗତିବିଧି ଉପରେ ନଜର ରଖିବାକୁ ପୋଲିସଙ୍କ ପାଇଁ ରହିବ ୱାକିଟକି ବ୍ୟବସ୍ଥା ।

author-image
Tapan Swain
SRIMANDIR

SRIMANDIR Photograph: (OTV)

ଆଉ ମୋବାଇଲ୍ ନୁହେଁ ଏଥର ୱାକିଟକି। ଜଗନ୍ନାଥ ମନ୍ଦିର ସୁରକ୍ଷାକୁ ନେଇ ବଡ଼ ଷ୍ଟେପ୍ ନେବାକୁ ଯାଉଛି ଶ୍ରୀମନ୍ଦିର ସୁରକ୍ଷା ସବ୍ କମିଟି। ଆଜି ପ୍ରଥମ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ପରେ-ମନ୍ଦିର ଭିତରକୁ ସେବକ କି ପୋଲିସ୍ କେହି ମୋବାଇଲ୍ ଫୋନ୍ ନେଇ ଯାଇପାରିବେନି ବୋଲି କହିଛନ୍ତି କମିଟି ମୁଖ୍ୟ ଗିରିଶ ଚନ୍ଦ୍ର ମୁର୍ମୁ।

Advertisment

ତାସହ ଦେଶର ଅନ୍ୟ ପ୍ରମୁଖ ମନ୍ଦିର ମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ ବୋଲି ବରିଷ୍ଠ ସେବକ କହିଥିବାବେଳେ ଏସପି କହିଛନ୍ତି ସୁରକ୍ଷା କର୍ମଚାରୀଙ୍କୁ ଦିଆଯିବ ଅତ୍ୟାଧୁନିକ ଟ୍ରେନିଂ।...
ଡ୍ରୋନ୍ ପରେ ମୋବାଇଲ୍ ବ୍ୟାନ୍ । ଶ୍ରୀମନ୍ଦିର ସୁରକ୍ଷା ଆହୁରି ହେବ କଡ଼ା । ସେବାୟତ ହୁଅନ୍ତୁ କି ପୋଲିସ୍ ।କେହି ନେଇ ପାରିବେନି ମୋବାଇଲ୍ ଫୋନ୍, ସମସ୍ତଙ୍କ ପାଇଁ ନିୟମ ହେବ ସମାନ । ସୁରକ୍ଷା ଗତିବିଧି ଉପରେ ନଜର ରଖିବାକୁ ପୋଲିସଙ୍କ ପାଇଁ ରହିବ ୱାକିଟକି ବ୍ୟବସ୍ଥା ।

ଆଜି ଶ୍ରୀମନ୍ଦିର ସୁରକ୍ଷା ସବକମିଟି ବୈଠକ ପରେ ଏ ବଡ଼ ସୂଚନା ଦେଇଛନ୍ତି କମିଟି ମୁଖ୍ୟ ତଥା ମ୍ୟାନେଜିଂ କମିଟି ସଦସ୍ୟ ଗିରୀଶ ଚନ୍ଦ୍ର ମୁର୍ମୁ। ସେ କହିଛନ୍ତି-ଜଗନ୍ନାଥ ମନ୍ଦିର ସୁରକ୍ଷାକୁ ନେଇ ଏକ Comphrensive security plan କରାଯାଇଛି। ଯେଉଁଥି ପାଇଁ ଭିତ୍ତିଭୂମି ସୁଦୃଢୀକରଣକୁ ଅଧିକ ଗୁରୁତ୍ବ ଦିଆଯିବ।

Advertisment

ଆଧୁନିକ ସରଞ୍ଜାମ ଯେପରିକି ଡ୍ରୋନ୍ ସିଷ୍ଟମକୁ ଅକାମୀ କଲା ଭଳି ଆଣ୍ଟି ଡ୍ରୋନ ସିଷ୍ଟମ ବି କିଣାଯିବ। ଏଥିପାଇଁ ୨୦କୋଟି ଖର୍ଚ୍ଚର ଆକଳନ କରାଯାଇଥିବାର ସୂଚନା ରହିଛି। ଏଥିସହ ଶ୍ରୀମନ୍ଦିର ସୁରକ୍ଷାରେ ନିୟୋଜିତ କର୍ମଚାରୀଙ୍କୁ ସ୍ବତନ୍ତ୍ର ଟ୍ରେନିଂ ଦିଆଯିବ। ମନ୍ଦିରର ଉଭୟ ଭିତର ଓ ବାହାର ସିକ୍ୟୁରିଟି ସାଙ୍ଗକୁ କ୍ରାଉଡ୍ ମ୍ୟାନେଜମେଣ୍ଟ ଉପରେ ବି ଫୋକସ୍ ରହିବ।...

ଅଧିକ କଡ଼ା ହେବ ଶ୍ରୀମନ୍ଦିର ସୁରକ୍ଷା। ଜଗନ୍ନାଥ ମନ୍ଦିରରେ ରହିବ ୱାର୍ଲଡକ୍ଲାସ୍ ସିକ୍ୟୁରିଟି। ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି- ସୁରକ୍ଷା ସବ-କମିଟି ସଦସ୍ୟ ତଥା ବରିଷ୍ଠ ସେବାୟତ ମାଧବ ମହାପାତ୍ର। ସେ କହିଛନ୍ତି- ଅଯୋଧ୍ୟାର ରାମ ମନ୍ଦିର ହେଉ କି ଆନ୍ଧ୍ରର ତିରୁପତି ମନ୍ଦିର। ସେଠିକାର ସୁରକ୍ଷା ବ୍ୟବସ୍ଥା କିଭଳି ଅତ୍ୟାଧୁନିକ ଶୈଳୀରେ ଚାଲିଛି, ସେ ପ୍ରକାର ବୈଷୟିକ ଜ୍ଞାନ କୌଶଳ ଅବଲମ୍ବନ ପାଇଁ ଆଲୋଚନା ହୋଇଛି।

ସେପଟେ ପୁରୀ ଏସପି କହିଛନ୍ତି- ଏଥିପାଇଁ ନୂଆ ଢାଞ୍ଚାରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ। ବିଦ୍ୟୁତ୍ ଓ ଅଗ୍ନି ନିରାପତ୍ତା ବୃଦ୍ଧି ପାଇଁ ବି ଯୋଜନା ରହିଛି। AI ଆଧାରିତ CCTV ଲଗାଯିବା ସହ ସୁରକ୍ଷା କର୍ମୀଙ୍କୁ ବଡି କ୍ୟାମେରା ଓ ୱାକିଟକି ଦିଆଯିବ। QRT ଟିମ୍ କୁ ସବୁବେଳେ ସଜାଗ ରଖାଯିବ।

କିଏ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇଲାଣି ତ କିଏ ହିଡେନ୍ କ୍ୟାମେରା ଧରି ପଶିଗଲାଣି। ବାରମ୍ବାର ଏଭଳି ଘଟଣା ନଜରକୁ ଆସିବା ପରେ ଡ୍ରୋନ୍ ଉଡ଼ାଣକୁ ସଂପୂର୍ଣ୍ଣ ବ୍ୟାନ୍ କରାଯିବାର ଦିନକ ପରେ ମନ୍ଦିର ଭିତରେ ମୋବାଇଲ୍ ଫୋନ୍ ବ୍ୟବହାର ବନ୍ଦ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଭକ୍ତ। ସେପଟେ ଆଜି ପୁରୀ ଜିଲ୍ଲାପାଳ ଓ ଏସପି ମଧ୍ୟ ନିଜେ ଜଗନ୍ନାଥ ବଲ୍ଲଭ ପାର୍କିଂର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଥିଲେ।... 

Srimandir
Advertisment