ଏଠି ପ୍ରଶ୍ନ କାହିଁକି ପୁଣି ଶାଣିତ ହେଲା ସୌମ୍ୟଙ୍କ ସ୍ୱର ? କାହିଁକି ମୁଖ୍ୟମନ୍ତ୍ରୀଙ୍କ ଶାସନ ଚଳାଇବା ପ୍ରକ୍ରିୟାକୁ ନେଇ କଥାରେ କଥାରେ କଡ଼ା ଟିପ୍ପଣୀ କଲେ ସୌମ୍ୟରଞ୍ଜନ? ରାଜନୀତି ସମୀକ୍ଷକଙ୍କ ମତରେ-ବିଜେଡି ରାଜନୀତିରେ ଏହା ଏକ ନିରବ ଝଡ଼। ଯେଉଁ ଢାଞ୍ଚାରେ ସରକାର ଚାଲିଛି, ସେଥିରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଦଳର ନେତା ବି ସନ୍ତୁଷ୍ଟ ନୁହଁନ୍ତି ବୋଲି ପ୍ରମାଣିତ କରୁଛି।
ପୁଣି ଥରେ ନିଜର ଏପରି ବକ୍ତବ୍ୟକୁ ନେଇ ଚର୍ଚ୍ଚାରେ ବରିଷ୍ଠ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଗତକାଲି କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସୌମ୍ୟ । ଆଉ ସେଠାରେ କହିଥିଲେ, ପ୍ରଶାସକ ଓ ରାଜନେତାମାନେ ଶାସକଙ୍କର ଦୁଇଟି ଆଖି ଭଳି ।
ନିଜ ପରିଚାଳନାରେ ଥିବା ଦୈନିକ ସମ୍ବାଦପତ୍ର ସମ୍ବାଦରେ ଆଲେଖ୍ୟ ପ୍ରକାଶ କରିବା ନେଇ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗଣମାଧ୍ୟମ ଆଗରେ ମତ ରଖିଛନ୍ତି ।