Advertisment

ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ସୌମ୍ୟ ପଟ୍ଟନାୟକ !

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସୌମ୍ୟ ପଟ୍ଟନାୟକ ଭେଟିଥିବା ନେଇ ଚର୍ଚ୍ଚା ହେଉଛି। ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Soumya Ranjan Patnaik meets Home Minister Amit Shah !

Soumya Ranjan Patnaik meets Home Minister Amit Shah !

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସୌମ୍ୟ ପଟ୍ଟନାୟକ ଭେଟିଥିବା ନେଇ ଚର୍ଚ୍ଚା ହେଉଛି। ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଅମିତ ଶାହାଙ୍କୁ ସୌମ୍ୟ ଭେଟିଛନ୍ତି କି ପ୍ରଶ୍ନରେ ଜୟନାରାୟଣ କହିଛନ୍ତି, ‘ମୁଁ ଶୁଣିଛି, ସେ ଅମିତ ଶାହାଙ୍କୁ ଭେଟିବାକୁ ଯାଇଥିଲେ।’ ‘ସଂପ୍ରତି ଯାହା ଚାଲିଛି, ସେକଥା ସେ ଜଣାଇଥିବା ମୁଁ ଶୁଣିଛି। ଜଣେ ସାଧାରଣ ଲୋକ ବି ଶାହାଙ୍କୁ ଭେଟିପାରିବେ’ ବୋଲି ଜୟନାରାୟଣ କହିଛନ୍ତି। 

Advertisment

ଅନ୍ୟପକ୍ଷେ, ନିଜ ଖବରକାଗଜର ସଂପାଦକ ପଦ ସୌମ୍ୟ ରଞ୍ଜନ ପଟ୍ଟନାୟକ ଛାଡ଼ିଛନ୍ତି। ସଂପାଦକ ପଦରୁ ଅବ୍ୟାହତି ସଂପର୍କରେ ସୌମ୍ୟଙ୍କ ଖବର କାଗଜରେ ସୂଚନା ଦିଆଯାଇଛି।ଦୀର୍ଘ ବର୍ଷ ଧରି ସେ ସଂପାଦକ ପଦରେ ରହି ଆସିଥିଲେ।  କର୍ମଚାରୀଙ୍କ ନାଁରେ ଲୋନ୍ ଠକେଇ ଅଭିଯୋଗ ମାମଲାରେ ଛନ୍ଦି ହେବା ପରେ ପରେ ସୌମ୍ୟଙ୍କ ଅଚାନକ୍ ଏଭଳି ପଦକ୍ଷେପକୁ ନେଇ ଚର୍ଚ୍ଚା ଲାଗି ରହିଛି। ସୌମ୍ୟଙ୍କ ଝିଅ ଏଣିକି ତାଙ୍କ ଖବର କାଗଜର ସଂପାଦକ ଦାୟିତ୍ୱ ତୁଲାଇବେ ବୋଲି ସୂଚନା ଦିଆଯାଇଛି।

ସୂଚନାଥାଉ କି, ନିଜ ଖବର କାଗଜରେ ସଂପାଦକୀୟ ଲେଖାରେ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ନିଶାନା କରିଥିଲେ ସୌମ୍ୟ ରଞ୍ଜନ। ଏହା ପରେ ପରେ EOWରେ ମାମଲା ଓ ସୌମ୍ୟଙ୍କୁ ଜନ ବିରୋଧୀ ଦର୍ଶାଇ ବିଜେଡିରୁ ବହିଷ୍କାର କରାଯାଇଥିଲା । ଏ ସଂପର୍କରେ ସୌମ୍ୟ ରଞ୍ଜନ କିନ୍ତୁ ମୁହଁ ଖୋଲି ନଥିଲେ। ତାଙ୍କର ନୀରବତା ନାନା ପ୍ରଶ୍ନ ସୃଷ୍ଟି କରିଥିବା ବେଳେ ହଠାତ୍ ସଂପାଦକ ପଦରୁ ଅବ୍ୟାହତି ଘୋଷଣା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି । 

Advertisment
Soumya Ranjan Patnaik
Advertisment
Advertisment