• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Soumya Ranjan Patnaik

Those who are criticizing have not read the article properly says BJD MLA Soumya Ranjan Patnaik
‘ମୋ ଲେଖା ନେଇ ଦଳର ମୁଖ୍ୟ ମୋତେ କିଛି କହିନାହାନ୍ତି’

ଜନ୍ମଦିନର ଅନୁଚିନ୍ତା ପ୍ରସଙ୍ଗରେ ନିଜ ଖବରକାଗଜରେ ସମ୍ପାଦକୀୟ ଲେଖି ପୁଣି ଚର୍ଚ୍ଚାକୁ ଆସିଥିବା ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଆଜି ପ୍ରତିକ୍ରିୟା ରଖିଛନ୍ତି।

BJD MLA Soumya Ranjan Patnaik
ସୌମ୍ୟରଞ୍ଜନଙ୍କ ସଂପାଦକୀୟ ପ୍ରହାର ଝଡ଼: 5T ସଚିବଙ୍କୁ ନିଶାନା, ଶାସନ ବ୍ୟବସ୍ଥାକୁ ଟାର୍ଗେଟ୍

ଜନ୍ମ ଦିନରେ ସୌମ୍ୟଙ୍କ ଅନୁଚିନ୍ତାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼। ନିଜ ଦୈନିକ ଖବର କାଗଜରେ ଜନ୍ମଦିନର ଅନୁଚିନ୍ତା ଶୀର୍ଷକ ଲେଖାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପୁଣି ଫାଇଭଟି ସଚିବଙ୍କୁ ନିଶାନା କରିଛନ୍ତି। ଶାସନ ବ୍ୟବସ୍ଥା ଉପରେ ତୀବ୍ର ହମଲା କରି, ୩୦୦ କୋଟି ଖର୍ଚ୍ଚରେ ଫାଇଭ ଟି ଆୟୋଜିତ ସଭାରେ ଅଭିଯୋଗ ପତ୍ର ଗ୍ରହଣ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯାହାକୁ ନେଇ ଅଡୁଆରେ ସରକାର, ଅଡୁଆରେ ଫାଇଭ-ଟି ସଚିବ।

BJD MLA Soumya Ranjan Patnaik
ସୌମ୍ୟରଞ୍ଜନଙ୍କ ସଂପାଦକୀୟ ପ୍ରହାର ଝଡ଼: 5T ସଚିବଙ୍କୁ ନିଶାନା, ଶାସନ ବ୍ୟବସ୍ଥାକୁ ଟାର୍ଗେଟ୍

ଶାସନ ବ୍ୟବସ୍ଥାକୁ ପୁଣି ଶାସକ ଦଳ ବିଧାୟକ ସୌମ୍ୟଙ୍କ ଟାର୍ଗେଟ୍। ଫାଇଭ୍-ଟି ସଚିବଙ୍କୁ ସିଧା ନିଶାନା। ହେଲିକପ୍ଟରରେ ବୁଲି ଅଭିଯୋଗ ଗ୍ରହଣକୁ କଡ଼ା ସମାଲୋଚନା। ନିଜ ଜନ୍ମଦିନରେ ନିଜ ଖବର କାଗଜରେ 'ଆମ ଘରର ହାଲଚାଲ' ସ୍ତମ୍ଭରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ, ଏ 'ଜନ୍ମଦିନର ଅନୁଚିନ୍ତା' ଶୀର୍ଷକ ଲେଖାକୁ ନେଇ ଝଡ଼।

BJD Leader Soumya Ranjan Patnaik Targets To 5T Secretary
5T ସଚିବଙ୍କୁ ସୌମ୍ୟଙ୍କ ଟାର୍ଗେଟ- ‘ସଚିବଙ୍କ ଗସ୍ତ ପାଇଁ ମନ୍ତ୍ରୀ ଓ ବିଧାୟକ ବର୍ଷାରେ ଛିଡ଼ା ହେଉଛନ୍ତି’

5T ସଚିବଙ୍କୁ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଟାର୍ଗେଟ । ମନ୍ତ୍ରୀ ବଡ଼ କି ସଚିବ ବଡ଼ ନେଇ ପୂର୍ବରୁ ଉଠାଇଥିବା ପ୍ରସଙ୍ଗକୁ ପୁଣି ଅବତାରଣା କରିଛନ୍ତି ସୌମ୍ୟ ।

 Soumya Ranjan Patnaik
ଜାନକୀଙ୍କ ଶାସନରେ ଅଫିସରଙ୍କୁ ଉଠବସ୍ କରାଉଥିଲେ ମନ୍ତ୍ରୀ- ସୌମ୍ୟ

ବିଜେଡିରେ ଥାଇ ଜାନକୀଙ୍କ ସରକାରଙ୍କୁ ସୌମ୍ୟଙ୍କ ପ୍ରଂଶସା । କହିଛନ୍ତି, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଳଭ ପଟ୍ଟନାୟକଙ୍କ ଶାସନ କାଳରେ ବାଘ-ଛେଳି ଗୋଟିଏ ଘାଟରେ ପାଣି ପିଉଥିଲେ ।

MLA Soumya Ranjan Patnaik
ପୁଣି କଟାକ୍ଷ କଲେ ସୌମ୍ୟ; ନେତା ତିଆରି କାରଖାନାକୁ କାହିଁକି ବନ୍ଦ କରିଛନ୍ତି ସରକାର ?

ଏଥର ହେବ ତ ଛାତ୍ର ସଂସଦ ନିର୍ବାଚନ ? ନା ପୂର୍ବ ବର୍ଷଗୁଡ଼ିକ ଭଳି ସରକାର ଛାତ୍ର ସଂସଦ ନିର୍ବାଚନକୁ ଟାଳି ଦେବେ ? ଏହାକୁ ନେଇ ଛାତ୍ର ରାଜନୀତି ସରଗରମ ।

Soumya Ranjan Patnaik
ପୁଣି ସରକାରଙ୍କୁ ଟାର୍ଗେଟ୍‌ କଲେ ସୌମ୍ୟରଂଜନ : ସିଧା ପଚାରିଲେ, 5T ସଚିବଙ୍କ କ୍ଷମତା ଉପଭୋଗ ନେଇ କାହିଁକି ମୁଖ୍ୟମନ୍ତ୍ରୀ ଚୁପ୍ ?

ପୁଣି ସୌମ୍ୟଙ୍କ ସଂପାଦକୀୟ ତୀର । ଜନ ପ୍ରତିନିଧିଙ୍କ ବଦଳରେ ସଚିବଙ୍କ ରାଜୁତି ବଢୁଥିବାରୁ କଲମ ମୁନରେ କଲେ ଟାର୍ଗେଟ୍ । 5T ସଚିବ ଉପଭୋଗ କରୁଥିବା କ୍ଷମତା ମୁଖ୍ୟମନ୍ତ୍ରୀଙ୍କ ଗୋଚରରେ ନା ନାହିଁ ମାଗିଲେ ସ୍ପଷ୍ଟୀକରଣ, ସମର୍ଥନ କଲେ ବିରୋଧୀ

Soumya Ranjan Patnaik
ପୁଣି ସୌମ୍ୟଙ୍କ ସଂପାଦକୀୟ ତୀର...

ଜନ ପ୍ରତିନିଧିଙ୍କ ବଦଳରେ ସଚିବଙ୍କ ରାଜୁତି ବଢୁଥିବାରୁ କଲମ ମୁନରେ କଲେ ଟାର୍ଗେଟ୍...5T ସଚିବ ଉପଭୋଗ କରୁଥିବା କ୍ଷମତା ମୁଖ୍ୟମନ୍ତ୍ରୀଙ୍କ ଗୋଚରରେ ନା ନାହିଁ ମାଗିଲେ ସ୍ପଷ୍ଟୀକରଣ, ସମର୍ଥନ କଲେ ବିରୋଧୀ....

Soumya Ranjan Patnaik
ମୁଖ୍ୟମନ୍ତ୍ରୀ ଯଦି ସଚିବଙ୍କୁ ଦାୟିତ୍ୱ ଦେବେ, ଏଥିରେ ତାଙ୍କର ଦୋଷ କ’ଣ ?

ଅପରାଜିତାଙ୍କ ରାଜ୍ୟ ସରକାରଙ୍କୁ ଟାର୍ଗେଟ ପ୍ରସଙ୍ଗରେ ବିଜେଡି ବିଧାୟକ ସୌମ୍ୟରଂଜନଙ୍କ ତେରଛା ବାଣ । ବିଜେଡିକୁ ପରୋକ୍ଷରେ ସୌମ୍ୟରଂଜନ ଟାର୍ଗେଟ୍ କରିଛନ୍ତି ।

mla soumya ranjan patnaik
କଂଗ୍ରେସକୁ କଣ୍ଟା ଫୋଡିଲେ, ବିଜେପିକୁ ଛିଗୁଲେଇଲେ...ବିଜେଡିକୁ ବି ଛାଡ଼ିଲେନି

ଅବସର ଥିଲା, କଂଗ୍ରେସର ଅସନ୍ତୁଷ୍ଟ କଟକ ବିଧାୟକ ମହମ୍ମଦ ମୁକିମଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମ । ଯାହାର ସାମଗ୍ରିକ ଉଦ୍ଦେଶ୍ୟ ଥିଲା, କେମିତି ଜାନକୀ-ବସନ୍ତ ଯୋଡ଼ି ଓଡ଼ିଶା ରାଜନୀତିରେ ସୁବର୍ଣ୍ଣ ଯୁଗ ଥିଲା ଏବଂ କଂଗ୍ରେସକୁ ପୁଣି କେମିତି ସେହି ସମୟ ଫେରିବ, ସେ ସଂପର୍କରେ ଚିନ୍ତନ । ତେବେ କଂଗ୍ରେସର ଏହି ଚିନ୍ତନ ସଭାକୁ ନିମନ୍ତ୍ରିତ ହୋଇଥିଲେ, ପୂର୍ବତନ କଂଗ୍ରେସ ନେତା ତଥା ବର୍ତ୍ତମାନର ବିଜେଡି ବିଧାୟକ ସୌମ୍ୟରଂଜନ । ସୌମ୍ୟ କହିଥିଲେ, ଚର୍ଚ୍ଚା ହେଉଛି, କଂଗ୍ରେସର ସମସ୍ତ ୯ ଜଣ ଯାକ ବିଧାୟକ ବିଜେଡିରେ ମିଶିଯିବେ।

soumya patnaik
ପୁଣି ବିଜେଡିକୁ ସୌମ୍ୟଙ୍କ ବାଣ; ପାରାଦୀପରୁ ସରକାରୀ ଦଳକୁ ସିଧାସଳଖ ଟାର୍ଗେଟ୍‌

ବିଜୁ ବାବୁଙ୍କ ଭଳି ଆମକୁ ବି ହେବା ଦରକାର ବୋଲି କହିଛନ୍ତି ସୌମ୍ୟ । କିଛି ଦିନ ତଳେ କଟକ ଲ' କଲେଜର ରୌପ୍ୟ ଜୟନ୍ତୀ ଉତ୍ସବରେ ମଧ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଥିଲେ ସୌମ୍ୟରଞ୍ଜନ ।

bjd politics
ପ୍ୟାଚ୍‌ ପକାଇବାକୁ ପ୍ରେସମିଟ୍‌ କଲେ କି ସୌମ୍ୟରଂଜନ?

ମୁଖପାତ୍ର ନହୋଇଥିଲେ ବି ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ରୋଷେଇ ଗ୍ୟାସ୍ ଦର ବୃଦ୍ଧି କରିଥିବାରୁ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି। କହିଥିଲେ, ଏ ପ୍ରସଙ୍ଗରେ କାହିଁକି ଓଡ଼ିଶା ବିଜେପି ନେତାଏ କିଛି କହୁନାହାଁନ୍ତି?

Soumya Ranjan Pattnaik
ସୌମ୍ୟଙ୍କୁ ପୁଣି ଟାର୍ଗେଟ୍‌ କଲେ ବିଜେଡିର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, କହିଲେ...

ମନ୍ତ୍ରିମଣ୍ଡଳର ସଭ୍ୟ ବଡ଼ କି ସଚିବ ବଡ଼ ସେନେଇ ସାଧାରଣ ଜନତା ଓ ଭୋଟର ସନ୍ଦେହରେ ବୋଲି କହିଥିଲେ ସୌମ୍ୟରଂଜନ ।

It’s now tough to meet CMs: BJD MLA Soumya Ranjan Patnaik
ସୌମ୍ୟଙ୍କ ତେରଛା ବାଣ- ମୁଖ୍ୟମନ୍ତ୍ରୀମାନଙ୍କ ସହ ଭେଟ ହେବା ସମ୍ଭବ ହେଉନି

ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି କନେଷ୍ଟବଲ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆଇନ ସମାନ। ହେଲେ ଆଜି କିନ୍ତୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭେଟ ହେବା ସମ୍ଭବ ହେଉନି। 

SoumyaRanjan Patnaik
ମଞ୍ଚ ଉପରେ ଥିଲେ ନବୀନ ପଟ୍ଟନାୟକ, ଏମିତି ଢଙ୍ଗରେ ନିଜ ମନ କଥା କହିଲେ ସୌମ୍ୟରଂଜନ

ପୁରୀରେ ଆମେ ପ୍ରତିଷ୍ଠା ଦିବସ ପାଳୁଛେ। ଜଗନ୍ନାଥଙ୍କୁ ଦର୍ଶନ କରୁଛେ...ହେଲେ ଏ ପ୍ରତିଷ୍ଠା ଦିବସ ଯେମିତି ଡିସେମ୍ବର ମାସ ପାର୍ଟି ନହେଉ...ବାସ୍‌ ଏହି କଥାକୁ ନେଇ ଏବେ ରାଜ୍ୟରାଜନୀତିରେ ହଟ୍ଟଚମଟ ହୋଇଛି।

Soumya Ranjan Patnaik
ସରକାରଙ୍କ ଗୁମର ଖୋଲିଦେଲେ ସୌମ୍ୟ; କହିଲେ ‘ଏଠି ମନ୍ତ୍ରୀଙ୍କ କିଛି ପାୱାର ନାହିଁ’

କେମିତି ଚାଲିଛି ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ? ମନ୍ତ୍ରୀଙ୍କ ଶାସନ ନା ସଚିବଙ୍କ ହାତରେ ସବୁ କ୍ଷମତା ? କୁହାଯାଉଛି ଏଠିକାର ପାୱାର କରିଡରରେ ମନ୍ତ୍ରୀଙ୍କ ଅପେକ୍ଷା ସଚିବଙ୍କର ଅଧିକ ଦବଦବା । ତେବେ ଏହାଦ୍ୱାରା ଗୌଣ ହେଉନାହାନ୍ତି ତ ନେତା, କମୁନି ତ ଜନପ୍ରତିନିଧିଙ୍କ ଗୁରୁତ୍ୱ ?

Special story
ପବନ ଉପରେ ନିର୍ଭର କରୁଥିବା ନେତାଙ୍କୁ ସୌମ୍ୟଙ୍କ କଟାକ୍ଷ, କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କର କଲେ ଗୁଣଗାନ

ଅମିତ ଶାହଙ୍କ ଉପରେ ଆଧାରିତ ପୁସ୍ତକରେ ତାଙ୍କର କାର୍ଯ୍ୟଦକ୍ଷତା ଓ ସଫଳତା ନେଇ ବହୁତ କିଛି ଲେଖାଯାଇଛି । କେବଳ ଭାରତୀୟ ଜନତା ପାର୍ଟିର ସଦସ୍ୟ ନୁହଁନ୍ତି ଅନ୍ୟ ଦଳର ନେତା ଓ କର୍ମୀ ମଧ୍ୟ ଏହି ବହି ପଢ଼ିବା ଆବଶ୍ୟକ । ଏ କଥା କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

BJD MLA Soumya Ranjan Patnaik
‘ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି ବିରୋଧରେ କହି ଅଣ୍ଡା ବାଣ୍ଟିଲେ ଭଲ ହୁଅନ୍ତା’

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିମ୍ବା ବିଜେଡି ବିରୋଧରେ କହି, ଅଣ୍ଡା ବାଣ୍ଟିଲେ ଭଲ ହୁଅନ୍ତା ବୋଲି ବିଧାୟକ ସୌମ୍ୟ ରଞ୍ଜନ ଯୁକ୍ତି ବାଢିଛନ୍ତି। ଅଣ୍ଡା ମାଡ଼ ନକରି ସେହି ଅଣ୍ଡାକୁ ଗରିବ ପିଲାଙ୍କୁ ବାଣ୍ଟିଥିଲେ, ଅନେକ ଗରିବ ପିଲା ଉପକୃତ ହୁଅନ୍ତେ ବୋଲି ସେ କହିଛନ୍ତି।

ମମିତା ହତ୍ୟା କାଣ୍ଡକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ଦ୍ୱନ୍ଦ୍ୱ: ସୌମ୍ୟ

ପୁଣି ଚର୍ଚ୍ଚାରେ ସୌମ୍ୟଙ୍କ ସମ୍ପାଦକୀୟ ବାଣ । ବୃତ୍ତି, ପାର୍ଟି ଓ ମାଟି ଶୀର୍ଷକ ସମ୍ପାଦକୀୟ ବିବୃତ୍ତିକୁ ନେଇ ଚର୍ଚ୍ଚାରେ ସୌମ୍ୟ । ମମିତା ହତ୍ୟା କାଣ୍ଡକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି ।

somya
ମମିତା ପ୍ରସଙ୍ଗରେ ସୌମ୍ୟରଞ୍ଜନଙ୍କ ସଂପାଦକୀୟ ବାଣ : ଅତନୁଙ୍କ ଉଦାହରଣ ଦେଇ ଦିବ୍ୟଶଙ୍କରଙ୍କୁ ଟାର୍ଗେଟ

ମମିତା ମେହେର ପ୍ରସଙ୍ଗରେ ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ତାଙ୍କ ଦ୍ୱାରା ପ୍ରକାଶିତ ଏକ ଦୈନିକ ଖବରକାଗଜର ସ୍ୱତନ୍ତ୍ର ସ୍ତମ୍ଭ ଆମ ଘରର ହାଲଚାଲରେ ବୃତ୍ତି, ପାର୍ଟି ଓ ମାଟି ଶୀର୍ଷକ ସମ୍ପାଦକୀୟ ଲେଖିଛନ୍ତି । ଏଥିରେ ମମିତା ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ଦର୍ଶାଇଛନ୍ତି । ହତ୍ୟାକାଣ୍ଡର ପ୍ରାୟ ତିନି ସପ୍ତାହ ପରେ ଏକ ପ୍ରେସ ବିବୃତି ଦେଇ ଦ୍ୱନ୍ଦ୍ୱକୁ ଆହୁରି ବଢାଇ ଦେଇଛନ୍ତି ।

Soumya Ranjan Patnaik
ଶାସକ ଦଳର କେତେ ବିଧାୟକଙ୍କ ପାଖରେ ଅଛି ଆୟ ବହିର୍ଭୁତ ସଂପତ୍ତି?

ପୁଣି ଥରେ ନିଜ ସଂପାଦକୀୟ ଲେଖାରେ ବିଜେଡି ଓ ରାଜ୍ୟ ସରକାରକୁ ନିଶାନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ପଦ୍ଧତିକୁ ନେଇ ଏଥର ପ୍ରଶ୍ନ ଉଠାଇଛନ୍ତି ସୌମ୍ୟ

soumya ranjan patnaik
ନବୀନଙ୍କୁ ସୌମ୍ୟଙ୍କ ସିଧାସଳଖ ଟାର୍ଗେଟ୍‌ -ବଢୁଛି ଅହଙ୍କାର,ଫିକା ପଡ଼ୁଛି ସ୍ୱଚ୍ଛତା

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥର ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ‘ଆମ ଘରର ହାଲଚାଲ୍’ ସଂପାଦକୀୟ ସ୍ତମ୍ଭରେ ସେ ଲେଖିଛନ୍ତି, ସହଜ ବିଜୟ ଅହଙ୍କାରର ରୂପ ନେଉଛି । ବିକଳ୍ପ ନଥିବାରୁ ବିଜୟ ସହଜ ହେଉଛି । ଏବେ ଜୁଆରରେ ଭଟ୍ଟା ପଡିଲାଣି ବୋଲି ସୌମ୍ୟ ଲେଖିଛନ୍ତି ।

Saumya Patnaik
ନବୀନଙ୍କ ତୃତୀୟ ନୟନ ହେବ କି ଗଣମାଧ୍ୟମ? କାଉକୁ ଧଳା କହିବାକୁ ଚେଷ୍ଟା କରୁଛି କିଏ?

ଏଠି ପ୍ରଶ୍ନ କାହିଁକି ପୁଣି ଶାଣିତ ହେଲା ସୌମ୍ୟଙ୍କ ସ୍ୱର ? କାହିଁକି ମୁଖ୍ୟମନ୍ତ୍ରୀଙ୍କ ଶାସନ ଚଳାଇବା ପ୍ରକ୍ରିୟାକୁ ନେଇ କଥାରେ କଥାରେ କଡ଼ା ଟିପ୍ପଣୀ କଲେ ସୌମ୍ୟରଞ୍ଜନ? ରାଜନୀତି ସମୀକ୍ଷକଙ୍କ ମତରେ-ବିଜେଡି ରାଜନୀତିରେ ଏହା ଏକ ନିରବ ଝଡ଼। ଯେଉଁ ଢାଞ୍ଚାରେ ସରକାର ଚାଲିଛି, ସେଥିରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଦଳର ନେତା ବି ସନ୍ତୁଷ୍ଟ ନୁହଁନ୍ତି ବୋଲି ପ୍ରମାଣିତ କରୁଛି।

Odisha
ନବୀନଙ୍କ ଦୁଇ ଆଖି ବବି ଓ ପାଣ୍ଡିଆନ : ନିଜ ବକ୍ତବ୍ୟକୁ ନେଇ ପୁଣି ଚର୍ଚ୍ଚାରେ ବିଜେଡି ବିଧାୟକ

ପୁଣି ଥରେ ନିଜର ଏପରି ବକ୍ତବ୍ୟକୁ ନେଇ ଚର୍ଚ୍ଚାରେ ବରିଷ୍ଠ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଗତକାଲି କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସୌମ୍ୟ । ଆଉ ସେଠାରେ କହିଥିଲେ, ପ୍ରଶାସକ ଓ ରାଜନେତାମାନେ ଶାସକଙ୍କର ଦୁଇଟି ଆଖି ଭଳି ।

soumya
ନିଜର ମତ ଠିକ୍, ଅନ୍ୟର ମତ ଠିକ୍ ନୁହେଁ ଭାବିବା ଭୁଲ୍‌: ସୌମ୍ୟରଞ୍ଜନ

ନିଜ ପରିଚାଳନାରେ ଥିବା ଦୈନିକ ସମ୍ବାଦପତ୍ର ସମ୍ବାଦରେ ଆଲେଖ୍ୟ ପ୍ରକାଶ କରିବା ନେଇ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗଣମାଧ୍ୟମ ଆଗରେ ମତ ରଖିଛନ୍ତି ।