Advertisment

ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ

ଏଥିରେ ଓଡ଼ିଶା ପୋଲିସକୁ ମଧ୍ୟ ଧନ୍ୟବାଦ ଦିଆଯାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
shree mandir drone video social media in social media

shree mandir drone video social media in social media

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ପୁଣି ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଭାଇରାଲ୍। ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଛି ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ। ତେବେ କିଏ ଓ କେବେ ଏହି ଭିଡିଓ ସୁଟ୍ କରିଛି ତାହା ଜଣାପଡ଼ିନାହିଁ। ଡ୍ରୋନ୍ ଯୋଗେ ନୀଳଚକ୍ର ଉପରର ଦୃଶ୍ୟ ଉତ୍ତୋଳନ କରାଯାଇଛି।

Advertisment

କୃଷ୍ଣଚନ୍ଦ୍ର ପା଼ଢ଼ୀ ନାମକ ଜଣେ ବ୍ୟକ୍ତି ସୋସିଆଲ୍ ମିଡିଆରେ ଏହି ଡ୍ରୋନ୍ ଭିଡିଓର କିଛି ଫଟୋ ଛା଼ଡ଼ି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ୟୁଟ୍ୟୁବ୍‌ରେ ବ୍ରେ ୟୁନିଫାଏଡ଼୍ ଅନିମେଶ ନାମକ ଏକ ଆକାଉଣ୍ଟରେ ଏହି ଭିଡିଓ ଅପଲୋଡ୍ ହୋଇଛି।

Advertisment

ଏଥିରେ ଓଡ଼ିଶା ପୋଲିସକୁ ମଧ୍ୟ ଧନ୍ୟବାଦ ଦିଆଯାଇଛି। ୫ ମିନିଟ୍ ୪୩ ସେକେଣ୍ଟର ଏହି ଭିଡିଓରେ ନୀଳଚକ୍ର ଠାରୁ ଆରମ୍ଭ କରି ସିଂହଦ୍ୱାର ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ଦେଖିବାକୁ ମିଳୁଛି।

ଶ୍ରୀମନ୍ଦିର ଡ୍ରୋନ୍ ଭିଡିଓ ସଂପର୍କରେ ଓଟିଭିକୁ ଭିଡିଓ ଉତ୍ତୋଳକ ପଶ୍ଚିମବଙ୍ଗର ଅନିମେଶ ଚକ୍ରବର୍ତ୍ତୀ କହିଛନ୍ତି ଯେ ଟୁରିଜିମ୍ ପାଇଁ କାମ କରେ, ଏକ ଡକ୍ୟୁମେଣ୍ଟାରୀ ପାଇଁ ପୁରୀ ଯାଇଥିଲି। ଜଣେ ପୋଲିସ କର୍ମଚାରୀଙ୍କୁ ପଚାରି ଡ୍ରୋନ୍ ଭିଡିଓ ନେଇଥିଲି। ପାଖରେ ଥିବା ଏକ ୫/୬ ମହଲା କୋଠା ଉପରକୁ ଯାଇ ଡ୍ରୋନ୍ ଉଡ଼ାଇଥିଲି। 

Shree Jagannatha Temple
Advertisment
Advertisment