ବାଲେଶ୍ୱର ସଦର ବ୍ଲକ ହିଂଜଳା ଗାଁ। ଆଜିକୁ ତିନି ବର୍ଷରୁ ଅଧିକ ଦିନ ଧରି ଚାଲିଛି ଆଦର୍ଶ ବିଦ୍ୟାଳୟ କାମ। ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ଅବଧି ଗତ ଡିସେମ୍ବର ୨୦୨୩ରୁ ଶେଷ ହୋଇଥିଲେ ମଧ୍ୟ କାମ ଏ ଯାଏଁ ଅଧା ହୋଇନାହିଁ।
କୋଠାର ନିର୍ମାଣ ଶୈଳୀ ଦେଖିଲେ ଜମା ଲାଗିବନି, ଏହା ଏକ Old Age Home ବୋଲି । ଭିକାରୀ ମାନଙ୍କୁ ରାସ୍ତା କଡରୁ ଆଣି ଏକ ଘରୋଇ ପରିବେଶରେ ରଖାଯାଉଛି । ରହିବା, ଖାଇବା ସାଙ୍ଗକୁ ସ୍ୱାସ୍ଥ୍ୟର ଯତ୍ନ ସବୁକିଛି ମାଗଣାରେ ।
ଦୁଇ ମହଲା ବିଶିଷ୍ଟ ଅତ୍ୟାଧୁନିକ କୋଠା । ଦିଶୁଛି ସମ୍ଭ୍ରାନ୍ତ ହୋଟେଲ ଭଳି । ରହୁଛନ୍ତି ଭିକ୍ଷୁକ, ନିରାଶ୍ରୟ ଓ ଦିବ୍ୟାଙ୍ଗ ଲୋକ । ରହିବା, ଖାଇବା ସାଙ୍ଗକୁ ସ୍ୱାସ୍ଥ୍ୟ ର ଯତ୍ନ ସବୁକିଛି ମାଗଣା ରେ । ଭିତରେ ବି ରୁମ ଠାରୁ ଆରମ୍ଭ କରି ବାଥରୁମ ଯାଏ ସବୁ ଖୁବ ସୁନ୍ଦର ।