Advertisment

ସରୁନି ଆଦର୍ଶ ବିଦ୍ୟାଳୟର କାମ; ବାତ୍ୟା ଆଶ୍ରୟସ୍ଥଳୀ ପାଲଟିଛି ପିଲାଙ୍କ କ୍ଲାସ୍‌ରୁମ୍‌

ବାଲେଶ୍ୱର ସଦର ବ୍ଲକ ହିଂଜଳା ଗାଁ। ଆଜିକୁ ତିନି ବର୍ଷରୁ ଅଧିକ ଦିନ ଧରି ଚାଲିଛି ଆଦର୍ଶ ବିଦ୍ୟାଳୟ କାମ। ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ଅବଧି ଗତ ଡିସେମ୍ବର ୨୦୨୩ରୁ ଶେଷ ହୋଇଥିଲେ ମଧ୍ୟ କାମ ଏ ଯାଏଁ ଅଧା ହୋଇନାହିଁ।

author-image
Manoranjan Behera
ଅଦ୍ୟତନ ହୋଇଛି
Cyclone Shelter Turns Adarsh Vidyalaya In Balasore

Adarsh Vidyalaya

ଗ୍ରାମାଞ୍ଚଳର ପିଲା ମାନଙ୍କୁ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା ତଥା ସିବିଏସଇ ପ୍ରଣାଳୀରେ ପାଠ୍ୟ ଖସଡ଼ା ମାଧ୍ୟ୍ୟମରେ ପ୍ରତି ବ୍ଲକରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଓଡିଶା ସରକାରଙ୍କ ତରଫରୁ ଯୋଜନା କରାଯାଇଥିଲା। କିନ୍ତୁ ଦୀର୍ଘ ତିନି ବର୍ଷରୁ ଅଧିକ ସମୟ ବିତିଥିଲେ ସୁଦ୍ଧା ବାଲେଶ୍ୱର ଜିଲ୍ଲାର ସଦର ବ୍ଲକ ହିଂଜଳା ଠାରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିନାହିଁ। ସେପଟେ ବାତ୍ୟା ଆଶ୍ରୟ ସ୍ଥଳୀର ଛାତ ପାଲଟିଛି ପିଲାଙ୍କ ଆଦର୍ଶ ବିଦ୍ୟାଳୟ।

Advertisment

ବାଲେଶ୍ୱର ସଦର ବ୍ଲକ ହିଂଜଳା ଗାଁ। ଆଜିକୁ ତିନି ବର୍ଷରୁ ଅଧିକ ଦିନ ଧରି ଚାଲିଛି ଆଦର୍ଶ ବିଦ୍ୟାଳୟ କାମ। ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ଅବଧି ଗତ ଡିସେମ୍ବର ୨୦୨୩ରୁ ଶେଷ ହୋଇଥିଲେ ମଧ୍ୟ କାମ ଏ ଯାଏଁ ଅଧା ହୋଇନାହିଁ। ତେବେ ଗୋଟିଏ ପଟେ ଆଦର୍ଶ ବିଦ୍ୟାଳୟ ଘର ତିଆରି ସରିନି ସତ, ହେଲେ ଏହାରି ଭିତରେ ତିନୋଟି ସେସନ୍‌ ଆଡ଼ମିସନ କରାସରିଲାଣି। ବର୍ତ୍ତମାନ ପିଲାଙ୍କ ଉପସ୍ଥାନ ୨୧୯ ରେ ମଧ୍ୟ ପହଂଚିଲାଣି।

ଅଧିକ ପଢ଼ନ୍ତୁ: ରୂପାନ୍ତୀକରଣ ନାଁରେ ଧୂଆଁବାଣ; ୧୦ଟି ଶ୍ରେଣୀକୁ ଦୁଇ କ୍ଲାସରୁମ୍, ଶିକ୍ଷାଦାନର ବିଦ୍ରୁପ ଚିତ୍ର !

Advertisment

ଆପଣମାନେ ଭାବୁଥିବେ ଆଦର୍ଶ ବିଦ୍ୟାଳୟ ମାନେ ସରକାର ନିହାତି ପିଲାମାନଙ୍କୁ ଭଲ ଘର, ସୌଖିକ ବାତାବରଣ ସହ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା ଦେଉଥିବେ। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, ପିଲାଙ୍କ କ୍ଲାସରୁମ ହେଉଛି ବାତ୍ୟା ଶ୍ରୟସ୍ଥଳୀ। ଯେଉଁଠାରେ ପିଲା ମାନକୁ ଛେଳି ମେଣ୍ଢା ଭାବରେ ଭର୍ତ୍ତି କରିଦିଆଯାଉଛି। ଖରା ବର୍ଷାରେ ପିଲାମାନେ ନାହିଁ ନଥିବା ହଇରାଣରେ ପାଠ ପଢୁଛନ୍ତି। ଏହି ବାତ୍ୟାଶ୍ରୟସ୍ଥଳୀରେ ଗୋଟିଏ ପାଖରେ ଆଦର୍ଶ ବିଦ୍ୟାଳୟ ଓ ଅନ୍ୟ ପଟେ ଓଡ଼ଙ୍ଗୀ ପ୍ରାଥମିକ ବିଦ୍ୟାଳୟର ପିଲାମାନେ ବସି ପଢୁଛନ୍ତି। ସରକାର କିଭଳି ଭାବେ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା ଚଳାଇଥିଲେ, ଏଇଠୁ ଅନୁମେୟ।

ତେବେ ଏବାବଦରେ ପୂର୍ବରୁ ଥିବା ସରକାର ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଇନଥିଲା। କିନ୍ତୁ ବର୍ତ୍ତମାନର ନୂଆ ବିଧାୟକ ମାନସ ଦତ୍ତ ଓ ବାଲେଶ୍ଵର ଜିଲ୍ଲାପାଳଙ୍କ ସହ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ସ୍ଥାନକୁ ଗସ୍ତ କରି ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ କେତେ ଆଗେଇଛି ତାହା ତଦାରଖ କରିବା ସହ ପିଲାମାନେ ବର୍ତ୍ତମାନ କିଭଳି ସ୍ଥିତିରେ ପାଠ ପଢ଼ୁଛନ୍ତି ତାହାକୁ ମଧ୍ୟ ତଦାରଖ କରିଥିଲେ। ଏହଛଡ଼ା କାର୍ଯ୍ୟରେ ଏମିତି ଅହେତୁକ ବିଳମ୍ବ ପାଇଁ ଠିକାଦାରଙ୍କୁ ତାଗିଦ୍ କରିବା ସହ ଆଗାମୀ ୪ ସପ୍ତାହ ମଧ୍ୟରେ କିଭଳି ଭାବେ କାମ ଆଖି ଦୃଶିଆ ହେବ ସେ ନେଇ ତାଗିଦ୍ କରିଥିଲେ। ତେବେ ଠିକାଦାର ଏଭଳି ପୂର୍ବରୁ ବିଳମ୍ବ କରୁଥିବା ବେଳେ ଆଗାମୀ ଗୋଟିଏ ମାସରେ କାମ ଆଖି ଦୃଶିଆ ନହେଲେ ଠିକାଦାରଙ୍କୁ ବହିଷ୍କୃତ କରିବାକୁ ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି।

Adarsh Vidyalaya Shelter Home
Advertisment
Advertisment