କାରଣ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ମାରିଲେ ମିଳିବ ୧,୧୧,୧୧,୧୧୧ ଟଙ୍କା । ଏଭଳି ପୁଣି ଥରେ ଘୋଷଣା କରିଛି କରଣୀ ସେନା ।
ସଲମାନ ଏବଂ ଶାହରୁଖ ଖାନଙ୍କ ସୁପରହିଟ୍ ଫିଲ୍ମ 'କରନ ଅର୍ଜୁନ' ଦୀର୍ଘ ୩୦ ବର୍ଷ ପରେ ଏବେ ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ ପାଇଁ ପ୍ରସ୍ତୁତ। ସଲମାନ ଖାନ୍ ଫିଲ୍ମର ଟିଜର ସହିତ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଏହି କଥା କହିଛନ୍ତି।
ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କ ସୁରକ୍ଷାକୁ ଆହୁରି ବୃଦ୍ଧି କରାଯାଇଛି। ଏହି ସମୟରେ ଅଭିନେତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସଲମାନ କହୁଛନ୍ତି ଯେ ସେ କଳା ହରିଣ ଶିକାର କରିନାହାଁନ୍ତି।
କିଛି ଦିନ ପୂର୍ବରୁ ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କୁ ଜଣେ ବ୍ୟକ୍ତି ୫ କୋଟି ଟଙ୍କା ମାଗିଥିଲେ ଆଉ ନ ଦେଲେ ହତ୍ୟା ଧମକ ଦେଇଥିଲେ। ଏନେଇ ସେ ତାଙ୍କ ଭୁଲ ପାଇଁ କ୍ଷମା ମାଗିଛନ୍ତି ଏବଂ କହିଛନ୍ତି ଯେ ଏହା ଭୁଲରେ ପଠେଇଥିଲେ।
‘ବିଗ୍ ବସ୍ ୧୮’ର ‘ୱିକେଣ୍ଡ୍ କା ୱାର୍’ରେ ଜଣେ ପ୍ରତିଯୋଗୀ ସଲମାନ ଖାନଙ୍କୁ ସିଧାସଳଖ ବିବାହ ପ୍ରସ୍ତାବ ଦେଇଛନ୍ତି, ଯାହା ଫଳରେ ଘରେ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏପରିକି ସଲମାନ ଖାନ ନିଜେ ମଧ୍ୟ ପ୍ରତିଯୋଗୀଙ୍କ ଏହି ପ୍ରଶ୍ନର ଉତ୍ତର ଦେଇପାରି ନଥିଲେ।
ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଯାଇଛି। ସଲମାନ ଖାନଙ୍କୁ ମୃତ୍ୟୁ ଧମକ ମଧ୍ୟ ମିଳିଛି। ଏହି ସମୟରେ ସଲିମ ଖାନ କହିଛନ୍ତି ଯେ ବାବା ସିଦ୍ଦିକିଙ୍କ ହତ୍ୟା ଏବଂ ସଲମାନ ଖାନଙ୍କ ହତ୍ୟା ଧକମ ମଧ୍ୟରେ କୌଣସି ସମ୍ପର୍କ ନାହିଁ।
ଗତ ଏକ ବର୍ଷ ଧରି ସଲମାନ ଏବଂ ତାଙ୍କ ପରିବାରକୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଧମକ ମିଳୁଛି। ସଲମାନ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ର ଟାର୍ଗେଟରେ ଅଛନ୍ତି। ଏନେଇ ଭାଇଜାନ୍ ବୁଲେଟ୍ପ୍ରୁଫ୍ ନିସାନ ପାଟ୍ରୋଲ ଏସ୍ୟୁଭି କିଣିଛନ୍ତି।
ସୁରକ୍ଷା ବିପଦ ମଧ୍ୟରେ ବଲିଉଡ ଅଭିନେତା ସଲମାନ ଖାନ ଗୁରୁବାର ବିଳମ୍ବିତ ରାତିରେ ଟିଭି ରିଅଲିଟି ଶୋ ବିଗ୍ ବସ୍ ୧୮ର ସେଟ୍ରେ ପହଞ୍ଚିଥିଲେ। ୫୮ ବର୍ଷୀୟ ଅଭିନେତାଙ୍କ ଚାରିପାଖରେ କଡା ସୁରକ୍ଷା ଥିଲା।
ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ଲରେନ୍ସଙ୍କୁ ସିଧାସଳଖ ବାର୍ତ୍ତା ପଠାଇବା ପରେ ଏକ ସାକ୍ଷାତକାରରେ କହିଛନ୍ତି ଯେ ସଲମାନ ଖାନ ବିଷ୍ଣୋଇ ସମ୍ପ୍ରଦାୟକୁ କ୍ଷମା ମାଗିବା ଉଚିତ।
ଲରେନ୍ସ ବିଷ୍ଣୋଇ ସହ ଶତୃତା ସମାପ୍ତ ପାଇଁ ଚାହୁଁଥିଲେ ୫ କୋଟି ଟଙ୍କା ଦେବାକୁ ଦାବି କରାଯାଇଛି । ଯଦି ୫ କୋଟି ଟଙ୍କା ନ ଦିଅନ୍ତି ତେବେ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଠାରୁ ବି ଖରାପ ହେବ ବୋଲି ଧମକ ଦିଆଯାଇଛି ।
ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ସୋମି ଅଲି ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ଯୋଗୁଁ ଲାଇମଲାଇଟକୁ ଆସିଛନ୍ତି। ସୋମି ଲରେନ୍ସ ବିଷ୍ଣୋଇକୁ ଏକ ଜୁମ୍ କଲରେ ଇନଭାଇଟ କରିଛନ୍ତି।
ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସ୍ୱୀକାର କରିଛି ଯେ ଏନ୍ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ସେ ଦାୟୀ। ଏହାରି ଭିତରେ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ଏକ ଚାଞ୍ଚଲ୍ୟକର ବୟାନ୍ ଦେଇଛନ୍ତି। ସେ କହିଛନ୍ତି ଯେ ଫିଲ୍ମ ଷ୍ଟାର୍ଙ୍କ ଅପେକ୍ଷା ଲରେନ୍ସ ବିଷ୍ଣୋଇ ଅଧିକ ସୁନ୍ଦର ଲାଗୁଛନ୍ତି।
ବାବା ସିଦ୍ଦିକିଙ୍କ ହତ୍ୟା ପରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ନେଇ ବଡ ଚର୍ଚ୍ଚା। କେତେକ ବଡ ନାଁ ଲରେନ୍ସ ବିଷ୍ଣୋଇଙ୍କ ହିଟ୍ ଲିଷ୍ଟରେ ରହିଛି, ଯେଉଁଥିରେ ସଲମାନ ଖାନ ଏକ ନମ୍ବରରେ ରହିଛନ୍ତି। ଅନ୍ୟମାନେ କିଏ ଆସନ୍ତୁ ଜାଣିବା।
ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ମୁମ୍ବାଇସ୍ଥିତ ଘର ଗାଲାକ୍ସୀ ଆପାର୍ଟମେଣ୍ଟ ଆଗରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କୁହାଯାଉଛି ଯେ ଶାହାରୁଖ ଖାନ୍ ଏହି ଘଟଣାରୁ ଦୂରତା ବଜାୟ ରଖିବାକୁ ଚାହୁଁଛନ୍ତି ।
ବାବାଙ୍କୁ ହତ୍ୟା: ଉଡ଼ିଗଲା ସଲମାନଙ୍କ ନିଦ । ସବୁ ଫିଲ୍ମ, ଟେଲିଭିଜନ୍ ସୁଟିଂ ବାତିଲ କଲେ ସଲମାନ୍ ଖାନ୍। ମିଟିଂ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ବି ବାତିଲ କଲେ ।
ସଲମାନ ଖାନଙ୍କ ସହ ବନ୍ଧୁତା ପାଇଁ ଗଲା କି ବାବା ସିଦ୍ଦିକିଙ୍କ ଜୀବନ ? କାରଣ, ସିଦ୍ଦିକିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ।
ସଲମାନ ଖାନଙ୍କ ସହ ବନ୍ଧୁତା ପାଇଁ ଗଲା କି ବାବା ସିଦ୍ଦିକିଙ୍କ ଜୀବନ? କାରଣ, ସିଦ୍ଦିକିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ । ଏଥିସହ ସଲମାନଙ୍କୁ ପୁଣି ଦେଇଛି ଧମକ ।
ସୂତ୍ରରୁ ପ୍ରକାଶ ଯେ ବାବା ସିଦ୍ଧିକିଙ୍କ ଉପରେ ଗୁଳିମାଡ଼ କରିବା ପୂର୍ବରୁ ତିନିଜଣ ସେଠାରେ କିଛି ସମୟ ଅପେକ୍ଷା କରିଥିଲେ।
ଲୋକମାନେ ବିଶ୍ୱାସ କରନ୍ତି ଯେ ରେଖା ବିଗ୍ ବି’ଙ୍କୁ ନିଜ ହୃଦୟରେ ନିଜର ବୋଲି ଭାବନ୍ତି। ରେଖା ଥରେ ଜଣେ ସୁପରଷ୍ଟାରଙ୍କ ସାମ୍ନାରେ ବିଗ୍ ବି’ଙ୍କ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଥିଲେ, ଯାହା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ସେ ଏହି ଭିଡିଓରେ ବିଗ୍ ବି’ଙ୍କୁ ଭୟ କରନ୍ତି ବୋଲି କହିଛନ୍ତି।
ପ୍ରଶଂସକମାନେ ଶାହରୁଖ-ସଲମାନଙ୍କ ଯୋଡିକୁ ବହୁତ ପସନ୍ଦ କରନ୍ତି। ଉଭୟଙ୍କର ପ୍ରଶଂସକମାନେ ସେମାନଙ୍କର ପ୍ରିୟ ସୁପର୍ଷ୍ଟାର୍ମାନଙ୍କୁ ଏକାଠି ଦେଖିବାକୁ ଭଲ ପାଆନ୍ତି। ବର୍ତ୍ତମାନ ଏକ ପ୍ରୋଜେକ୍ଟ ବିଷୟରେ ଶୁଣିବାକୁ ମିଳୁଛି, ଯେଉଁଥିରେ ଉଭୟ ଖାନଙ୍କୁ ଏକାଠି ଦେଖିବାକୁ ମିଳିବ।
ବର୍ତ୍ତମାନ ସୁପର୍ଷ୍ଟାର୍ଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଜଣେ ବୃଦ୍ଧ ମହିଳାଙ୍କ ସହ ମଜ୍ଜା କରୁଥିବା ଓ ହସି ହସି କଥା ହେଉଥିବା ଦେଖିବାକୁ ମିଳେ। ଲୋକେ କହୁଛନ୍ତି ସେ ଜଣେ ସାଧାରଣ ତାରକା ନୁହଁନ୍ତି, ସେ ହେଉଛନ୍ତି ସବୁଠାରୁ ନମ୍ର ଏବଂ ଦୟାଳୁ ସୁପରଷ୍ଟାର।
ସଲମାନ ଖାନଙ୍କ ଫିଲ୍ମ 'ସିକନ୍ଦର'କୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଛି। ବେଳେବେଳେ ଫିଲ୍ମକୁ ନେଇ କୁହାଯାଉଛି ଯେ ଏହା ବନ୍ଦ ହୋଇଯାଇଛି। ତେବେ ବର୍ତ୍ତମାନ ସଲମାନ ଖାନଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯାହା 'ସିକନ୍ଦର'ରୁ ଆସିଥିବା ଜଣାଯାଇଛି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଫିଲ୍ମ ନିର୍ମାଣ କରାଯାଉଛି।
ସୁପରଷ୍ଟାର ସଲମାନ୍ ଖାନ୍ ନିଜ ସିଟରୁ ଉଠି ଛିଡ଼ାହେବାକୁ ସଂଘର୍ଷ କରୁଥିବା ଭିଡିଓ ଭାଇରାଲ୍ । ଆଶୁ ଆରୋଗ୍ୟ କାମନା କରିଛନ୍ତି ଫ୍ୟାନ୍ସ ।
ଗତ ଏପ୍ରିଲ ମାସରେ ସୁପରଷ୍ଟାର ସଲମାନଙ୍କ ଉପରେ ଆକ୍ରମଣ ହୋଇଥିଲା । ସଲମାନଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଦୁଇଜଣ ବ୍ୟକ୍ତି ଗୁଳି ଚଳାଇଥିଲେ । ପରେ ପୋଲିସ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲା ।