ଯୋଧପୁର : ଦବଙ୍ଗ ଖାନ୍ ଜେଲ୍କୁ ଯିବା ପରେ ପୁରା ବଲିଉଡ୍ରେ ହଲଚଲ। ସଲମାନଙ୍କ ପ୍ରଶଂସକମାନେ ଯେତିକି ମର୍ମାହତ, ତାଙ୍କୁ ନେଇ ଫିଲ୍ମ ନିର୍ମାଣ କରୁଥିବା ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ମଧ୍ୟ ସେତିକି ଛାନିଆ। କାରଣ ସଲମାନଙ୍କ ମୁଣ୍ଡରେ ଏବେ ରହିଛି ପ୍ରାୟ ୬ ଶହ କୋଟି ଟଙ୍କାର ବାଜି। ସଲମାନଙ୍କ ଅଭିନୀତ ‘ରେସ୍ ଥ୍ରୀ’ର ସୁଟିଂ ପ୍ରାୟ ସରିଯାଇଥିବା କୁହାଯାଉଛି। ଏହା ବ୍ୟତୀତ ‘କିକ୍-ଟୁ’, ‘ଦବଙ୍ଗ ଥ୍ରୀ’, ‘ନୋ ଏଣ୍ଟ୍ରି ମେ ଏଣ୍ଟ୍ରି’ ଓ ‘ଭାରତ’ […]
ମୁମ୍ବାଇ: ଜେଲରେ ରହିବେ ବଲିଉଡ଼ ଭାଇଜାନ୍ ସଲମାନ ଖାନ୍। ଆଜି ସଲମାନଙ୍କ ଜାମିନ ଶୁଣାଣି ଥିବାବେଳେ ଏହା କାଲିକୁ ଘୁଞ୍ଚାଇ ଦିଆଯାଇଛି। ଫଳରେ ତାଙ୍କୁ ଜେଲ୍ ଭିତରେ ଆଉ ଏକ ରାତି ବିତାଇବାକୁ ପଡ଼ିବ। ଯୋଧପୁର ସେସନ୍ସ କୋର୍ଟରେ ସଲମାନଙ୍କ ଜାମିନକୁ ଘୁଞ୍ଚାଇ ଦିଆଯାଇଛି। ଫଳରେ ସଲମାନଙ୍କୁ ପୁଣି ଥରେ ଏକ ବଡ଼ ଝଟ୍କା ଲାଗିଛି। ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲମାନଙ୍କୁ ଯୋଧପୁରର ଏକ କୋର୍ଟ ଗତକାଲି ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ […]
ଯୋଧପୁର: ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଜେଲରେ ଥିବା ସଲମାନ ଖାନଙ୍କ ଆଜି ଜାମିନ ଆବେଦନର ଶୁଣାଣି ହେବ। ଗତକାଲି ଦୋଷୀ ସାବ୍ୟସ୍ତ ହେବା ପରେ ସଲମାନଙ୍କୁ ସିଧା ଯୋଧପୁର ସେଣ୍ଟ୍ରାଲ ଜେଲ୍ ପଠାଯାଇଥିଲା। ସେଠାରେ ତାଙ୍କୁ ୨ନଂ କୋଠରୀରେ ରଖାଯାଇଥିବା ବେଳେ କଏଦୀ ନଂ. ମିଳିଛି ୧୦୬। ଆଜି ତାଙ୍କୁ କଏଦୀ ପୋଷାକ ଦିଆଯିବ। ଗତକାଲି ମେଡିକାଲ୍ ଟେଷ୍ଟରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡ଼ିଛି। ଡିନରରେ ସଲମାନଙ୍କୁ ରୁଟି, ଚଣାଡାଲି ଓ […]
ଯୋଧପୁର: ବଲିଉଡ଼ ଭାଇଜାନ୍ ସଲମାନ ଖାନ୍ଙ୍କୁ ଲାଗିଛି ଏକ ବଡ଼ ଝଟ୍କା। ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲମାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କୋର୍ଟ ସଲମାନଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୧୦ହଜାର ଟଙ୍କାର ଜୋରିମାନା ମଧ୍ୟ କରିଛନ୍ତି। ଯୋଧପୁରର ଏକ କୋର୍ଟ ଏହି ରାୟ ଦେଇଛନ୍ତି। ବର୍ତ୍ତମାନ କୋର୍ଟରୁ ସିଧାସଳଖ ସଲମାନ୍ ଯୋଧପୁର ସେଣ୍ଟ୍ରାଲ ଜେଲ୍ ଯିବେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ କୋର୍ଟଙ୍କ ଏହି ରାୟ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି। […]
ଯୋଧପୁର: ବଲିଉଡ଼ ଭାଇଜାନ୍ ସଲମାନ ଖାନ୍ଙ୍କୁ ଲାଗିଛି ଏକ ବଡ଼ ଝଟ୍କା। ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲମାନ ଖାନ୍ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୁଇ ଦଶନ୍ଧି ଧରି ଚାଲିଥିବା ଏହି ମାମଲାରେ ସଲମାନ ଏକୁଟିଆ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ସବୁ ଅଭିଯୁକ୍ତ ସୈଫ ଅଲୀ ଖାନ୍, ସୋନାଲି ବେନ୍ଦ୍ରେ, ନୀଲମ ଓ ତବୁ ଦୋଷମୁକ୍ତ ହୋଇଛନ୍ତି। ଯୋଧପୁର ଜିଲ୍ଲା ଓ ସେସନ୍ସ କୋର୍ଟ ଏହି ରାୟ ଦେଇଛନ୍ତି। ସଲମାନ ଦୋଷୀ […]
ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ରେସ୍-୩ର ଆସିଛି ଫାଷ୍ଟପୋଷ୍ଟର। ଯେଉଁଥିରେ ଫ୍ୟାନମାନଙ୍କୁ ଖୁବ୍ ପସନ୍ଦ ଆସିଛି ଦବଙ୍ଗ ଖାନଙ୍କ ଲୁକ୍। ଏହା ପୂର୍ବରୁ ଫିଲ୍ମର ଫାଷ୍ଟଲୁକ ଏବଂ ଟିଜର ରିଲିଜ ହୋଇ ସାରିଛି। ଚଳିତ ବର୍ଷ ଇଦ୍ ଉପଲକ୍ଷେ ଜୁନ ୧୫ରେ ରିଲିଜ ହେବ ରେସ୍-୩। Is hafte milata hoon #Race3 ki family se … mera naam hai Sikander. Selfless over selfish . #Race3ThisEid @tipsofficial @SKFilmsOfficial pic.twitter.com/FAP4FAQkoc — […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ଆତ୍ମହତ୍ୟା ଘଟଣାର ସପ୍ତାହକ ପରେ ନୀରବତା ଭାଙ୍ଗିଛନ୍ତି ଅଭିନେତା ସଲମାନ୍ ଖାନ୍। ସୁଶାନ୍ତ ଆତ୍ମହତ୍ୟା କରିବା ପରେ ତାଙ୍କର ଫ୍ୟାନ୍ସମାନେ ସୋସିଆଲ୍ ମିଡିଆରେ ଲଗାତାର ଭାବେ ବଲିଉଡ୍ରେ ପରିବାରବାଦ ବିରୋଧରେ ସ୍ୱର ଉଠାଇବାରେ ଲାଗିଛନ୍ତି। ଏପରିକି ସୁଶାନ୍ତଙ୍କ ମୃତ୍ୟୁ ପରେ ଅନେକ ବଲିଉଡ୍ ସେଲେବ୍ରିଟିଙ୍କ ବିରୋଧରେ ଅଭିଯୋଗ ଆସିବାରେ ଲାଗିଛି। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ୮ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ଏମାନଙ୍କ ମଧ୍ୟରେ ବଲିଉଡ୍ ସୁପରଷ୍ଟାର୍ ସଲମାନ୍ […]