ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ମିଟ୍ରୋ କୁଲେବା ଜାତିସଂଘ ସାଧାରଣ ପରିଷଦରେ ତାଙ୍କ ବ୍ୟକ୍ତବ୍ୟ ରଖି କହିଛନ୍ତି ଯେ, ବିଶ୍ୱ ସମୁଦାୟ ଅତୀତର ଭୁଲକୁ ଆଉ ଥରେ ପୁନରାବୃତ୍ତି ନକରିବା ଉଚିତ୍ ।
ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ଯେମିତି ହିନସ୍ତା ହୋଇଥିଲେ ବିଶ୍ୱବାସୀ, ସେମିତି ହିନସ୍ତା ଭୋଗିବାକୁ ଯାଉଛି ଦୁନିଆ। କାରଣ ଋଷ-ୟୁକ୍ରେନ୍ ମଧ୍ୟରେ ହେବାକୁ ଯାଉଛି ମହାଯୁଦ୍ଧ। ଯାହାର ପ୍ରଭାବ ହୋଇପାରେ ଭୟଙ୍କର ।
ୟୁକ୍ରେନ୍ ସଙ୍କଟ ମଧ୍ୟରେ ଆମେରିକା, ବ୍ରିଟେନ, ୟୁରୋପୀୟ ରାଷ୍ଟ୍ର, ସଂଘ, ଜର୍ମାନୀ ଓ କାନାଡା ଭଳି ଦେଶ ଏକାଠି ହୋଇଛନ୍ତି।
ରଷିଆ ସହ ସମସ୍ତ ବ୍ୟବସାୟିକ ସମ୍ପର୍କ, ଆର୍ଥିକ ସହାୟତା ଉପରେ ଆମେରିକା କଟକଣା ଲଗାଇଛି। ଖାଲି ଏତିକି ନୁହେଁ ପଶ୍ଚିମ ଦେଶରୁ ମିଳୁଥିବା ଆର୍ଥିକ କଟକଣା ସହ ପ୍ରତିରକ୍ଷା କ୍ଷେତ୍ରରେ ବି ପ୍ରତିବନ୍ଧକ ଲାଗିବ।
ୟୁକ୍ରେନର ଦୁଇ ବିଦ୍ରୋହୀ ପ୍ରଦେଶକୁ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେଇଛନ୍ତି ପୁତିନ । ୟୁକ୍ରେନର ଦୁଇ ବିବାଦୀୟ ଅଞ୍ଚଳକୁ ରୁଷିଆ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେବା ପରେ ଆମେରିକା ଦେଇଛି ଚେତାବନୀ ।
ପୁତିନ-ମୋଦି ଆଲୋଚନାରେ ପ୍ରତିରକ୍ଷା, ବାଣିଜ୍ୟିକ ଓ ଜ୍ଞାନକୌଶଳ ସହଯୋଗ ପ୍ରସଙ୍ଗକୁ ଛାଡ଼ି ଉଭୟ ରାଷ୍ଟ୍ରଙ୍କୁ ପ୍ରଭାବିତ କରୁଥିବା ଆତଙ୍କବାଦ, ଡ୍ରଗ୍ସ କାରବାର, ସଂଗଠିତ ଅପରାଧ ଭଳି ବିଶ୍ୱ ବ୍ୟାପାର କଥା ମଧ୍ୟ ଉଠିଥିଲା ।
ଭାରତ-ଋଷ ମଧ୍ୟରେ ୨୮ଟି ଚୁକ୍ତି ଏବଂ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି..ଆସନ୍ତା ୧୦ ବର୍ଷ ଲାଗି ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ ପରସ୍ପରକୁ ସହଯୋଗିତା କରିବେ..
ବିଗତ ୩ ଦଶନ୍ଧି ହେଲା ମୁଖ୍ୟ ପର୍ସନାଲ୍ ଓ୍ୱିପନ୍ ଭାବେ ଇନସାସ୍ ରାଇଫଲକୁ ବ୍ୟବହାର କରିଆସୁଛନ୍ତି ଭାରତୀୟ ସେନାର ଯବାନ। ତେବେ ଏହା ଅପେକ୍ଷାକୃତ ଓଜନିଆ, ଲମ୍ବା ଏବଂ କମ୍ ଘାତକ।
ଶତ୍ରୁ ହୋଇଯାଆନ୍ତୁ ସାବଧାନ । ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି ଭାରତ । ଭାରତ ସୀମାକୁ ପ୍ରବେଶ କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କଲେ ଶତ୍ରୁଙ୍କୁ ମିଳିବ କରାରା ଜବାବ । ଏହି ଖବରରେ ଜାଣନ୍ତୁ କିପରି ।
ଏକାଥରକେ ଏକାଧିକ ଟାର୍ଗେଟକୁ ଚିହ୍ନଟ କରି ଉପଯୁକ୍ତ ମିସାଇଲ୍ ଦ୍ୱାରା ଆକ୍ରମଣ କରିପାରିବ। ୨୦୧୮ ଅକ୍ଟୋବରରେ ୫ଟି S-400 ପ୍ରଣାଳୀ କିଣିବା ପାଇଁ ରୁଷ ସହ ୫ଶହ କୋଟି ଡଲାରର ଚୁକ୍ତି କରିଥିଲା ଭାରତ।
ଆତଙ୍କବାଦୀ ସଂଗଠନ ତାଲିକାରୁ ହଟିପାରେ ତାଲିବାନ । ଋଷ୍ ରାଷ୍ଟ୍ରପତି ତାଲିବାନ୍କୁ ଆତଙ୍କବାଦୀ ସଂଗଠନ ତାଲିକାରୁ ହଟାଇବା ପାଇଁ ନିଷ୍ପତି ନେଇଛନ୍ତି ।
ଋଷରେ କାୟା ବିସ୍ତାର କରୁଛି କରୋନା । ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ଆଖିରେ ରଖି ମସ୍କୋରେ କୋଭିଡ କଟକଣାକୁ କଡାକଡି ଭାବେ ଲାଗୁ କରାଯାଇଛି । ସୂଚନା ଅନୁଯାୟୀ ଋଷରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦ ଲକ୍ଷ ଟପିଲାଣି । ମୁଖ୍ୟ କଥା ଏହା ଯେ ଦେଶରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏନେଇ ଦେଶରେ ଭୟାବହ ପରିବେଶ ଖେଳିଯାଇଛି । ଦିନକରେ ୧,୦୧୫ ଜଣଙ୍କର କରୋନା ଜନିତ ମୃତ୍ୟୁ ପରେ ବିଶ୍ୱରେ ବିଶ୍ୱ ରେକର୍ଡ କରିଛି ଋଷ ।
ମହାକାଶରେ ନିର୍ମାଣ ହେଲା ପ୍ରଥମ ଫିଚର୍ ଫିଲ୍ମ ଦ ଚ୍ୟାଲେଞ୍ଜ୍ । ଇତିହାରେ ପ୍ରଥମ ଥର ପାଇଁ ମହାକାଶରେ ଶୁଭିଛି ଲାଇଟ-କ୍ୟାମେରା-ଆକ୍ସନ । ଜିରୋ-ଗ୍ରାଭିଟିରେ ଭାସିଭାସି ଅଭିନୟ କରିଛନ୍ତି ଅଭିନେତା ଓ ଅଭିନେତ୍ରୀ
ମଝି ଆକାଶରେ ବିମାନ ଦୁର୍ଘଟଣା । ସ୍କାଏଡାଇଭରଙ୍କୁ ନେଇକି ଯାଉଥିବା ସମୟରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା । ଋଷ୍ରେ ଏଲ୍ ୪୧୦ ନାମକ ଏକ ବିମାନ ଉଡାଣ ଭରିବାର କିଛି ସମୟ ମଧ୍ୟରେ ହିଁ ତାର ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା ।
ଚଳିତ ଥରର ନୋବେଲ ଶାନ୍ତି ପୁରସ୍କାର ପାଇବେ ଦୁଇ ଜଣ ସାମ୍ବାଦିକ । ଆମେରିକୀୟ ସାମ୍ବାଦିକ ମାରିଆ ରେସା ଓ ଋ଼ଷିଆର ସାମ୍ବାଦିକ ଦିମିତ୍ରି ମୁରାତୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଘୋଷଣା କରାଯାଇଛି । ବିଶ୍ୱ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ବାକ୍ ସ୍ୱାଧିନତା ପାଇଁ କାର୍ଯ୍ୟ କରିଥିବାରୁ ଏହି ସବୋର୍ଚ୍ଚ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯିବ।
ଆଜି ପର୍ଯ୍ୟନ୍ତ ଯାହା ହୋଇନଥିଲା, ତାହା ହେବାକୁ ଯାଉଛି। ଫିଲ୍ମ ସୁଟିଂ ପାଇଁ ମହାକାଶ ଗଲେ ଫିଲ୍ମ ନିର୍ଦ୍ଦେଶକ ଓ ଅଭିନେତ୍ରୀ। ଦୀର୍ଘ 12 ଦିନ ରହି କରିବେ ସୁଟିଂ। ମହାକାଶକୁ ନେଇ ହେଉଥିବା ଏହି ଫିଲ୍ମର ନାଁ...
ଫିଲ୍ମ ସୁଟିଂ ସବୁବେଳେ ଷ୍ଟୁଡିଓ ଭିତରେ ସମ୍ଭବ ହୋଇନଥାଏ । ଚଳଚ୍ଚିତ୍ର କାହାଣୀର ଆବଶ୍ୟକତା ଅନୁସାରେ, ବିଭିନ୍ନ ଲୋକେସନ୍କୁ ଯାଇ ସୁଟିଂ କରିଥାନ୍ତି ଫିଲ୍ମ ନିର୍ମାତା । କେତେବେଳେ ବଣ ପାହାଡ଼ରେ ତ କେତେବେଳେ ସମୁଦ୍ରରେ ଅବା ମରୁଭୂମିରେ ସୁଟ୍ ହୁଏ ବିଭିନ୍ନ ସିନ୍ ।
ସମୁଦ୍ର କୂଳରେ ମରି ପଡିଛନ୍ତି ହଜାର ହଜାର ପକ୍ଷୀ । ଋଷ୍ କ୍ରିମିଆର ଆରାବତ୍ ସ୍ପିଟ୍ (Arabat Spit)ରେ ଏହି ପକ୍ଷୀ ଗୁଡିକ ମରି ପଡିଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ୭ ହଜାରରୁ ଅଧିକ ପକ୍ଷୀମାନଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି ।
ତାଲିବାନୀଙ୍କ ସପକ୍ଷରେ ମତ ପ୍ରକାଶ କରିଛି ଋଷିଆ। ଋଷିଆ ରାଷ୍ଟ୍ରଦୂତ ଦିମିତ୍ରୀ ଜିରନୋବ କହିଛନ୍ତି ତାଲିବାନ ରାଜୁତିରେ ଅଧିକ ସୁରକ୍ଷିତ ରହିବ କାବୁଲ। ଆଫଗାନିସ୍ତାନକୁ ନିଜ କବଜାକୁ ନେବାର ୨୪ ଘଂଟାରେ ଯେପରି ସ୍ଥିତି ଦେଖିବାକୁ ମିଳିଛି, ସେଥିରୁ ଲାଗୁଛି କାବୁଲ ପୂର୍ବ ସରକାର ଅପେକ୍ଷା ଏବେ ଅଧିକ ସୁରକ୍ଷିତ ରହିବ। ତେବେ ଋଷିଆର ଏପରି ମନ୍ତବ୍ୟକୁ ନେଇ ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି।
ମସ୍କୋ: ସିରିୟା ବିରୋଧରେ ଯଦି ପାଶ୍ଚାତ୍ୟଦେଶ ମାନେ ପୁଣି ଥରେ ଆକ୍ରମଣ କରନ୍ତି ତେବେ ସାରା ବିଶ୍ୱରେ ବିସ୍ଫୋରକ ପରିସ୍ଥିତି ଦେଖାଦେବ ବୋଲି ଆମେରିକାକୁ ଋଷ୍ ଖୋଲାଖୋଲି ଧମକ ଦେଇଛି । ଜାତିସଂଘର ଚାର୍ଟରର ଅବମାନନା କରି ସିରିୟା ଉପରେ ଆକ୍ରମଣ ହୋଇଥିବାରୁ ଏହାର ରାଜନୈତିକ ସମାଧାନ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ବୋଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି। ସେପଟେ ଆକ୍ରମଣ ବିରୋଧରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଋଷିଆ ଆଣିଥିବା ନିନ୍ଦା ପ୍ରସ୍ତାବ […]
ନ୍ୟୁୟର୍କ: ସିରିୟା ଉପରେ ଆମେରିକାର ଆକ୍ରମଣ ପରେ ଜାତିସଂଘ ନିରାପତ୍ତା ପରିଷଦର ତତ୍କାଳ ବୈଠକ ବସିଛି। ଘଟଣାକୁ ଗମ୍ଭୀରତା ସହ ନେଇଛି ଜାତିସଂଘ। ବିଶ୍ୱ ପାଇଁ ବିପଦ ସୃଷ୍ଟି ହେଲା ଭଳି କାର୍ଯ୍ୟରୁ ମିତ୍ର ରାଷ୍ଟ୍ର ମାନେ ନିବୃତ୍ତ ରଖିବାକୁ ଜାତିସଂଘ ସଫା ସଫା ଚେତାବନୀ ଦେଇଛି। ସେପଟେ ଆମେରିକା ଏବଂ ମିତ୍ର ରାଷ୍ଟ୍ର ମାନଙ୍କ କାର୍ଯ୍ୟାନୁଷ୍ଠାନକୁ ଘୋର ବିରୋଧ କରିଛି ଋ଼ଷ ଏବଂ ଚୀନ। ସିରିୟାକୁ ଅଧିକ ଶକ୍ତିଶାଳୀ କରି ପଶ୍ଚିମ ରାଷ୍ଟ୍ର ବିରୋଧରେ ଲଢ଼େଇ […]